02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକଙ୍କ ଗୁଣୁପୁର ଗସ୍ତ, ଆସନ୍ତା ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ିର ସଜବାଜ

ରାୟଗଡା (ସଖପ୍ର): ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ । ଏବେ ଠାରୁ ପାଗ ଭିଡ଼ିଲାଣି ଶାସକ ବିଜେଡ଼ି ଦଳ। ରାଜ୍ୟ ବିଜେଡ଼ି ପକ୍ଷରୁ ରାୟଗଡା ଜିଲ୍ଲା ପର୍ଯ୍ୟବେକ୍ଷକ ଭାବେ ନୂଆ ନିଯୁକ୍ତ ହୋଇଥିବା କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚୀ ନାୟକ ଆଜି ପ୍ରଥମ କରି ଗୁଣୁପୁର ଗସ୍ତରେ ଆସି କର୍ମୀ ସମ୍ମିଳନୀ କରିଛନ୍ତି । ଗୁଣୁପୁର ନିର୍ବାଚନ ମଣ୍ଡଳୀର ଗୁଣୁପୁର, ପଦ୍ମପୁର, ଗୁଡାରି ଓ ରାମନାଗୁଡା ବ୍ଲକର ବିଭିନ୍ନ ପଞ୍ଚାୟତର କର୍ମକର୍ତ୍ତାଙ୍କ ସହ ଆଗାମୀ ପଞ୍ଚାୟତ ନିର୍ବାଚନ ହାତେଇବା ପାଇଁ ଗୁରୁମନ୍ତ୍ର ଦେଇଛନ୍ତି ଅତନୁ। ଲୋକଙ୍କ ପାଖରେ ରାଜ୍ୟ ସରକାରଙ୍କ କଲ୍ୟାଣ ମୂଳକ ଯୋଜନା କିପରି ପହଞ୍ଚିବ, ସାଧାରଣ ଲୋକେ କିଭଳି ଯୋଜନାରେ ଉପକୃତ ହୋଇପାରିବେ ଏଥିପାଇଁ ବିଜେଡ଼ି ସବୁ ବେଳେ ଗୁରୁତ୍ୱ ଦେଇଛି । ଆଗାମୀ ଦିନରେ ସମସ୍ତ ପ୍ରକାର ନିର୍ବାଚନ ପାଇଁ ଦଳ ପ୍ରସ୍ତୁତ ଥିବା କହିଛନ୍ତି । ବିଜେଡି ସୁପ୍ରିମୋ ନବୀନ ବାବୁ ଆମ ସମସ୍ତଙ୍କ ନେତା, ଆମେସବୁ କର୍ମୀ। ରାଜ୍ୟର ହିତ ପାଇଁ ତୃଣମୂଳ ସ୍ତରରୁ ଶୃଙ୍ଖଳିତ ହୋଇ କାର୍ଯ୍ୟ କଲେ ଗ୍ରାମାଞ୍ଚଳର ବିକାଶ ହେବାସହ ଲୋକେ ଉପକୃତ ହୋଇପାରିବେ ବୋଲି କର୍ମୀ ମାନଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ବିଜେଡି ସଭାପତି ସୁଧୀର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କର୍ମୀ ସମ୍ମିଳନୀରେ ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା, ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ ,ଜିଲ୍ଲା ବିଜେଡି ସମ୍ପାଦକ ଶ୍ରୀ ଗଗନ ଆଚାର୍ଯ୍ୟ, ବିଜେଡି ସାଧାରଣ ସମ୍ପାଦକ ନାରାୟଣ ରାଜୁ ଚିରୁଭାଇ, ଜିଲ୍ଲା ଛାତ୍ର ନେତା ବିଷ୍ଣୁ @ପିଙ୍କୁ ପଣ୍ଡା ଓ ଖଦି ବୋର୍ଡର ସଦସ୍ୟ ପୃଥିବୀରାଜ ସାହୁ ପ୍ରମୁଖଙ୍କ ସମେତ ପଦ୍ମପୁର ବ୍ଲକ ଅଧ୍ୟକ୍ଷ ରାମାକାନ୍ତ ମାଝୀ, ଦୁର୍ଗା ସାହୁ,ରଘୁନନ୍ଦନ ନାୟକ, ରାମପଣ୍ଡା,ବନ୍ଧୁ ଗମାଙ୍ଗ ,ପି. ସାଇ କ୍ରିଷ୍ଣ, ମାର୍କ ଦଳବେହେରା ଏବଂ ଟୁକୁନା ରଥଙ୍କ ସମେତ ଗୁଡ଼ାରୀ,ପଦ୍ମପୁର,ରାମନାଗୁଡା ଓ ଗୁଣପୁର ବ୍ଲକର ବହୁ ବିଜେଡି କର୍ମୀ ଯୋଗ ଦେଇଥିଲେ। ଗତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ ଜିଲ୍ଲାରେ ବିଜେଡିର ଯେପରି ଶୋଚନୀୟ ପରାଜୟ ହୋଇଥିଲା, ତାହାର ପୁନରାବୃତ୍ତି ଯେପରି ହେବନାହିଁ ଏହାକୁ ଆଖିଆଗରେ ରଖି ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜିଲ୍ଲା ବିଜେଡି ସଭାପତି ଶ୍ରୀ ସୁଧୀର ଦାସ ପର୍ଯ୍ୟବେକ୍ଷକ ଅତୁନଙ୍କ ନିକଟରେ କହିଛନ୍ତି।

ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *