ରାୟଗଡା ଜିଲ୍ଲାରେ ୨,୪୯,୪୫୧ଜଣଙ୍କର ହୋଇଛି ଟୀକାକରଣ

ରାୟଗଡା୧୦/୦୭(ସଖପ୍ର): ମହାମାରୀ କରୋନାକୁ ମୁକାବିଲା କରିବା ପାଇଁ ହେଲେ ଟୀକାକରଣ ହିଁ ଏକମାତ୍ର ଅମୋଘ ଅସ୍ତ୍ର । ଯାହାକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟୀକାକରଣକୁ ଗୁରୁତ୍ୱ ଦେଇଛନ୍ତି । ରାୟଗଡା ଜିଲ୍ଲାରେ ଚଳିତ ମାସ ୮ତାରିଖ ସୁଦ୍ଧା ସମୁଦାୟ ୨ଲକ୍ଷ ୪୯ହଜାର ୪୫ଜଣଙ୍କୁ ଟୀକାକରଣ କରାଯାଇଥିବା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ରାୟଗଡା ଜିଲ୍ଳାର ମୋଟ ଜନସଂଖ୍ୟା ୧୦ଲକ୍ଷ ୬୮ହଜାର ୬୪୭ଥିବା ବେଳେ ଏଥିରୁ ସମୁଦାୟ ୭ଲକ୍ଷ ୭ହଜାର ୧୮୦ଜଣଙ୍କୁ ଟୀକାକରଣ କରାଯିବାର ଲକ୍ଷ୍ୟ ରଖାଯାଇଛି । ବର୍ତମାନ ସୁଦ୍ଧା ୪୫ବର୍ଷ ବୟସରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କ ଟୀକାକରଣ ମଧ୍ୟରେ ଶତକଡା ୪୪ପ୍ରତିଶତ ହାରରେ ୧ଲକ୍ଷ ୧୭ହଜାର ୭୪୬ଜଣଙ୍କୁ ପ୍ରଥମ ଡୋଜ୍ ଟୀକା ଦିଆଯାଇଥିବା ବେଳେ ଶତକଡା ୩୧ପ୍ରତିଶତ ହାରରେ ୩୬ହଜାର ୩୮୯ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟୀକା ପ୍ରଦାନ କରାଯାଇଛି । ସେହିପରି ୧୮ରୁ ୪୪ବର୍ଷିୟ ବର୍ଗ ମଧ୍ୟରେ ଜିଲ୍ଳାର ୪ଲକ୍ଷ ୧୯ହଜାର ୫୪୦ଜଣଙ୍କୁ ଟୀକାକରଣରେ ସାମିଲ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ବେଳେ ଶତକଡା ୧୬ ପ୍ରତିଶତ ହାରରେ ୬୬ହଜାର ୬୪୫ଜଣଙ୍କୁ ପ୍ରଥମ ଡୋଜ ଟୀକା ପ୍ରଦାନ କରାଯାଇଥିବା ଜଣାପଡିଛି । ଫଳରେ ସମୁଦାୟ ୭ଲକ୍ଷ ୭ହଜାର ୧୮୦ଜଣଙ୍କ ମଧ୍ୟରୁ ୨ଲକ୍ଷ ୧ହଜାର ୨୫୨ଜଣଙ୍କୁ ଶତକଡା ୨୮ପ୍ରତିଶତ ହାରରେ ଏବଂ ୪୮ହଜାର ୧୯୯ଜଣଙ୍କୁ ଶତକଡା ୨୪ପ୍ରତିଶତ ହାରରେ ମୋଟ ୨ଲକ୍ଷ ୪୯ହଜାର ୪୫୧ଜଣଙ୍କୁ ଟୀକାକରଣ କରାଯାଇପାରିଛି ।
ରାୟଗଡା ପ୍ରତିନିଧି ଅମୁଲ୍ୟ ନିଶଙ୍କ