ରାୟଗଡା ଜ଼ିଲ୍ଲାପ୍ରଶାସନ,ପୋଲିସ ଓ ଆଞ୍ଚଳିକ ପରିବହନ ବିଭାଗ ତରଫରୁ 31ତମ ସଡ଼କ ସୁରକ୍ଷା ସପ୍ତାହ ପାଳିତ
ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ପ୍ରଶାସନ ରାୟଗଡା ପୋଲିସ ଓ ରାୟଗଡା ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଗତ 11.1 ରୁ ଆରମ୍ଭ ହୋଇ ଆଜିର 17.1ରେ ଏହାର ଉଦଯାପନୀ ଘଟିଛି ଆଜିର ଏହି କାର୍ଯ୍ୟକ୍ରମ ରେ ସହର ର ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ନେଇ ସଡ଼କ ସୁରକ୍ଷା ସଚେତନତା ଯାତ୍ରା ଆରମ୍ଭ ହୋଇ ରେଲୱେ ଅଭିନନ୍ଦନ ହାଲ ଠାରେ ପହଂଚିଥିଲେ ଅଭିନନ୍ଦନ ହାଲ ଠାରେ ଏକ ସଡ଼କ ସୁରକ୍ଷା ର ଉଦଯାପନୀ ଉତ୍ସବ ପାଳନ ହୋଇଥିଲା।ଏହାକୁ ଜ଼ିଲ୍ଲା ପୋଲିସ ଓ ଆର ଟି ଓ ରାୟଗଡା ତରଫରୁ ଆୟୋଜନ କରାଯାଇଥିଲା ଏଥିରେ ଜ଼ିଲ୍ଲା ର ସମସ୍ତ ଥାନା ଅଧିକାରୀ ଯୋଗ ଦେଇଥିଲେ ତାହା ସାଙ୍ଗେ ସାଙ୍ଗେ ସହର ର ବରିଷ୍ଠ ନାଗରିକ ଓକିଲ ଅଟୋ କର୍ମଚାରୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ଗତବର୍ଷ ଦୁର୍ଘଟଣା ସମୟରେ ଯେଉଁ ବ୍ୟକ୍ତି ବିଶେଷ ଦୁଃସାହାସିକ ପ୍ରଦାନ କରିଥିଲେ ସେମାଙ୍କୁ ଜ଼ିଲ୍ଲା ପୋଲିସ ପକ୍ଷରୁ 2000ଟଙ୍କା ସହ ମାନ ପତ୍ର ଦେଇ 36ଜଣ ବ୍ୟକ୍ତି ବିଶେଷ ଙ୍କୁ ସମ୍ମାନ କରାଯାଇଥିଲା ସଡ଼କ ସୁରକ୍ଷା ନିୟମ କୁ ସମସ୍ତେ ମାନି ଚାଲିବାକୁ ଏସ ପି ରାୟଗଡା ଡାକ୍ତର ଶ୍ରବଣ ବିବେକ ଏମ କହିଥିଲେ ଆଜିଠାରୁ ମୋଟର ଯାନ ନିୟମ କୁ ଯେଉଁମାନେ ନା ମାନନ୍ତି ତାଙ୍କୁ ସେପ୍ଟେମ୍ବର 1 2019 ଠାରୁ ଲାଗୁ ହୋଇଥିବା ମୋଟର ଯାନ ଆଇନ ନିୟମ ରେ ନିର୍ଦ୍ଧାରିତ ରାଶି ଆଦାୟ କରାଯିବ।
ରାସ୍ତା ରେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ବ୍ୟକ୍ତି ଙ୍କୁ ସାହାଯ୍ୟ କରିଲେ କୌଣସି କେଶ ହେବ ନାହିଁ ବରଂ ଉକ୍ତ ବ୍ୟକ୍ତି କୁ ପୁରସ୍କୃତ କରାଯିବ ବୋଲି ଏସ ପି କହିଥିଲେ ଏହି ଆଇନ ରାସ୍ତାରେ ଦୁର୍ଘଟଣା କମାଇବା ଓ ଧନ ଜୀବନ ର ସୁରକ୍ଷା ନିମନ୍ତେ ଉଦିଷ୍ଟ ଏଣୁ ଜ଼ିଲ୍ଲା ପ୍ରଶାସନ ଆର ଟି ଓ ଜ଼ିଲ୍ଲା ପୋଲିସ ବିଭାଗ ତରଫରୁ ଜନସାଧାରଣ ଙ୍କୁ ଅନୁରୋଧ କରାଯାଇଛି ମୋଟର ଯାନ ଆଇନ କୁ ସମ୍ମାନ ଦିଅନ୍ତୁ ବୋଲି ଓ ଏହି ନିୟମ କାର୍ଯ୍ୟକାରୀ ପାଳନ ପାୟନ ଉଦିଷ୍ଟ ଅଧିକାରୀ ଙ୍କୁ ସହଯୋଗ କରବା ପାଇଁ ନିବେଦନ କରାଯାଇଛି ସଂକୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ଉପଜ଼ିଲ୍ଲାପାଳ ପ୍ରତାପ ପ୍ରଧାନ ଏସ ଡିପିଓ ତପନ ନାରାୟଣ ରଥ ଜ଼ିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ପି ସି ଦଳାଇ ଉପସ୍ଥିତ ରହିଥିଲେ।