03/27/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଗାନ୍ଧୀ ପାର୍କ ଉଛେଦକୁ ବିରୋଧ କରି ଜିଲ୍ଲାପାଳଙ୍କ ପାଖରେ ଅଭିଯୋଗ


ରାୟଗଡା୨୧/୦୮(ସଖପ୍ର): ରାୟଗଡାର ଗାନ୍ଧୀ ପାର୍କ ଶିଶୁମାନଙ୍କ ପାଇଁ ଏକ ମନୋହର ଓ ମୁଖ୍ୟ ଆକର୍ଷଣ । ରାଜ୍ୟ ସରକାର ତରଫରୁ ପ୍ରତ୍ୟେକ ସହରାଞ୍ଚଳରେ ଇନ୍ଡୋର ଷ୍ଟାଡିଅମ କରିବା ପାଇଁ ଘୋଷଣା କରାଗଲା । ସେହିଭଳି ରାୟଗଡା ଠାରେ ମଧ୍ୟ ଗୋଟିଏ  ଇନ୍ଡୋର ଷ୍ଟାଡିଅମ ପାଇଁ ଯୋଜନା କରାଗଲା। କିନ୍ତୁ ଦୁଃଖର ବିଷୟ ଯେ ପୌରପାଳିକାକୁ ସରକାରୀ ଭୂମି ଗୋଟିଏ ମିଳିପାରିଲା ନାହିଁ । ଗାନ୍ଧୀ ପାର୍କକୁ ସମୂଳେ ନାଶ କରି ସେଠି  ଇନ୍ଡୋର ଷ୍ଟାଡିଅମ କରିବା ପାଇଁ ଯୋଜନା କରାଗଲା। କିନ୍ତୁ ଏହାକୁ ତୀବ୍ର ଭାବେ ବିରୋଧ ସହ ନିନ୍ଦା କରୁଛି ଯୁବ ବିକାଶ ପରିଷଦ। କାହିଁକି ନା ଗାନ୍ଧୀ ପାର୍କ ପାଇଁ ଆଜି ଯାଏଁ ରାୟଗଡା ପୌରପାଳିକା ବାସୀଙ୍କ ଶୁଳ୍କ ବାବଦ ତାଙ୍କ ନିବେଶ କରାଯାଇଛି । ଆଜି ପର୍ଯ୍ୟନ୍ତ ସମଗ୍ର ଜିଲ୍ଲାରେ ଶିଶୁମାନଙ୍କ ଚିତ୍ତ ବିନୋଦିନ ପାଇଁ କୌଣସି ସ୍ଥାନରେ ବି ଉପଯୁକ୍ତ ଶିଶୁ ଉଦ୍ୟାନ କରାଯାଇ ପାରି ନାହିଁ । ସେହିଭଳି ପୌରପାଳିକାରେ  ଫରେଷ୍ଟ ପାର୍କ ଓ ପ୍ରେମ ପାହାଡ ଭଳି ବିଭିନ୍ନ ଉଦ୍ୟାନ ଅଛି କିନ୍ତୁ ଶିଶୁଙ୍କୁ ଆକୃଷ୍ଟ କଲାଭଳି ନାହିଁ । ଫରେଷ୍ଟ ପାର୍କ ସମ୍ପୂର୍ଣ୍ଣ ଭାବେ ରେଳ ବିଭାଗ ସ୍ଥାନରେ ରହିଅଛି। କୌଣସି ପରିସ୍ଥିତିରେ ମଧ୍ୟ ତାହାର ରୂପ ରେଖ ପରିବର୍ତ୍ତନ ହେବାର ଯଥେଷ୍ଟ ସମ୍ଭାବନା ଅଛି। ସମଗ୍ର ସହରର ଏକ ଲକ୍ଷ ଜନବସତି ଶିଶୁଙ୍କ ପାଇଁ ମୁଖ୍ୟ ଆକର୍ଷଣର କେନ୍ଦ୍ର ପୌରପାଳିକା ଅଧୀନରେ ରହିଥିବା ଗାନ୍ଧୀପର୍କ ଅଟେ। ଉକ୍ତ ପାର୍କଟିକୁ ଉଛେଦ କରି ସେଠାରେ ଇନ୍ଡୋର ଷ୍ଟାଡିୟମ କରାଗଲେ ଶିଶୁମାନଙ୍କର ସମ୍ପୂର୍ଣ୍ଣ ମାନବ ଅଧିକାର ଉଲଂଘନ ହେବାର ସମ୍ଭାବନା ସହ ଶିଶୁମାନଙ୍କର ମାନସିକ ଉପରେ ଚାପ ପଡି଼ବ। ଏଥିସହ ପାର୍କରେ ଥିବା ଶହେରୁ ଅଧିକ ବିଶାଳ ବୃକ୍ଷ ନଷ୍ଟ ହେବ। ତାହା ସହ ପରିବେଶ ସନ୍ତୁଳନରେ ପ୍ରଭାବ ପଡିବ। ଏ ନେଇ ଯୁବ ବିକାଶ ପରିଷଦର ସଭାପତି ଶ୍ରୀ ଶିବାଜୀ ଦାସ ଜିଲ୍ଲାପାଳଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି । ପ୍ରଶାସନ ଏଦିଗରେ ଦୃଷ୍ଟି ନଦେଲେ ଯୁବ ବିକାଶ ପରିଷଦର ସଦସ୍ୟ ସୁରେଶ ନାୟକ ,ଶିବପ୍ରସାଦ ପାଢ଼ୀ ,ଗଣେଶ ସାହୁ, କ୍ରିଷ୍ଣା ମିଶ୍ର ,ନୃସିଂହ ମିଶ୍ର ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେବୁ ବୋଲି କହିଛନ୍ତି।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *