12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡା ଉତ୍କଳ ସାମ୍ବାଦିକ ସଙ୍ଘ ତରଫରୁ ସଚେତନତା କାର୍ଯ୍ୟକ୍ରମ ଓ ମାସ୍କ, ସାନିଟାଇଜର ବଣ୍ଟନ

ରାୟଗଡା ଜିଲ୍ଲା : ରାୟଗଡା ଜିଲ୍ଲା ଉତ୍କଳ ସାମ୍ବାଦିକ ସଂଘ ଦ୍ୱାରା ରାୟଗଡା ଜିଲ୍ଳା ଉପାନ୍ତ ଅଞ୍ଚଳରେ ଥିବା ହାଲୁଆ ପଞ୍ଚାୟତ ବାରିଜଲ୍ଲା ଗ୍ରାମରେ ସଂଘର ସମ୍ପାଦକ ରାଜେଶ ମହାନ୍ତିଙ୍କ ନେତୃତ୍ୱରେ ଏକ ସାମାଜିକ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଜିଲ୍ଲାରେ ହୁ ହୁ ହୋଇ କିଛି ଦିନ ହେବ କରୋନା ଭଳି ମହାମାରୀ ତାଣ୍ଡବ ରଚିଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ଉପାନ୍ତ ଅଞ୍ଚଳ ଗୁଡିକରେ ଥିବା ସାଧାରଣ ଜନତାଙ୍କ ନିକଟରେ ମହାମାରୀର କଟକଣା ସମ୍ବନ୍ଧରେ ସଚେତନର ବାର୍ତ୍ତା ପହଞ୍ଚାଇବା ପାଇଁ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସଙ୍ଘର କାର୍ଯ୍ୟକାରିଣୀ ସଭ୍ୟ ଦୟାନନ୍ଦ ଖାଡଙ୍ଗା ଗ୍ରାମରେ ସଙ୍ଘର ସମସ୍ତ ସଭ୍ୟ ମାନଙ୍କ ସହ ଉପସ୍ଥିତ ରହି ଏହି ରୋଗର ନିରାକରଣ ବିଷୟରେ ବୁଝାଇଥିଲେ। ଗ୍ରାମବାସୀ ମାନଙ୍କୁ ସାବୁନରେ ହାତ ଧୋଇବା ଓ ମାସ୍କ ବ୍ୟବହାର ନିତ୍ୟାନ୍ତ ଆବଶ୍ୟକ ବୋଲି ବାର୍ତ୍ତା ଦେବା ସହ ସେମାନଙ୍କୁ ଏହାର ବ୍ୟବହାର ସମ୍ବନ୍ଧରେ ଶିଖାଇଥିଲେ। ସଙ୍ଘର ପରିଚାଳନା ସମ୍ପାଦକ ମନୋଜ କୁମାର ସାହୁ ଗ୍ରାମବାସୀ ମାନଙ୍କୁ ମାସ୍କ ବଣ୍ଟନ ଓ ବ୍ୟବହାର ସମ୍ବନ୍ଧରେ ବୁଝାଇବା ସହ ସାନିଟାଇଜର ଓ ମାସ୍କ ବିତରଣ କରିଥିଲେ । ଏହି ସଚେତନତା କାର୍ଯ୍ୟକ୍ରମକୁ ନିଜ ଗ୍ରାମରେ ପହଂଚାଇବା ଓ ଲୋକମାନଙ୍କୁ ସେଠାରେ ଏକତ୍ରିତ କରି ସଚେତନତାକୁ ନେଇ ଗ୍ରାମର ମାଧବ ରାଓ ବିଡି଼କାଙ୍କ ପଦକ୍ଷେପ ପାଇଁ ସଂଘ ତରଫରୁ ତାଙ୍କୁ ପ୍ରଶଂସା ଓ ଧନ୍ୟବାଦ ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ସରସ୍ବତୀ ବିଡ଼ିକା, ଅଙ୍ଗନବାଡି କର୍ମୀ ଉମାବତୀ ବିଡ଼ିକା, ଆଶାକର୍ମୀ ଏଜିଲା ବିଡ଼ିକା ଉପସ୍ଥିତ ରହି ସଂଘର ସଚେତନତା କାର୍ଯ୍ୟରେ ସହଯୋଗ କରିବା ସହ ଗ୍ରାମବାସୀ ମାନଙ୍କ ପାଇଁ ସଂଘ ଦ୍ଵାରା କରାଯାଇଥିବା ଏପରି ପଦକ୍ଷେପକୁ ପ୍ରଶଂସା କରିଥିଲେ। ଏହି କାର୍ଯ୍ୟକ୍ରମରେ ସଂଘର ଅନ୍ୟ ସଭ୍ୟ ମାନଙ୍କ ମଧ୍ୟରେ ସଭାପତି ସୁରେଶ ଚନ୍ଦ୍ର ଦାସ, ଶ୍ରୀଧର କୁମାର ଚୌଧୁରି, ପରମାନନ୍ଦ ପ୍ରଧାନ, ସନ୍ତୋଷ କୁମାର ପାଢ଼ୀ, ସନ୍ତୋଷ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ଗ୍ରାମବାସୀ ମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ବାଣ୍ଟିବା ସହ ମାସ୍କ ଓ ସାନିଟାଇଜରର ବ୍ୟବହାର ଶିଖାଇଥିଲେ । ତତସହିତ ଗ୍ରାମବାସୀ ମାନେ ଜିଲ୍ଲା ପ୍ରଶାସନ ଦ୍ୱାରା କରା ଯାଇଥିବା କରୋନା କଟକଣାକୁ ମାନିବା ପାଇଁ ପ୍ରତିଶୃତି ଦେବା ସହ ସଂଘ ଦ୍ୱାରା କରା ଯାଉଥିବା ଏପରି କାର୍ଯ୍ୟକୁ ପ୍ରଶଂସା କରିଥିଲେ।

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *