ରାୟଗଡାରେ ମହିଳା ଥାନା ପ୍ରତିଷ୍ଠା ନେଇ ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଦାବି ସ୍ମାରକପତ୍ର ପ୍ରଦାନ

ରାୟଗଡା (ସଖପ୍ର):ରାୟଗଡ ଆଜି ଭାଜପା ରାୟଗଡା ନଗର ସଭାପତି ଶ୍ରୀ ଶ୍ୟାମ କୁମାର ଦାଶ ଙ୍କ ତତ୍ୱାବଧାନ ରେ ନଗର ମହିଳା ମୋର୍ଚ୍ଚା ସଭାନେତ୍ରୀ ଶ୍ରୀମତୀ ବୁରୁଡି ଲକ୍ଷ୍ମୀ ଙ୍କ ନେତୃତ୍ୱରେ ନଗର ର ମହିଳା ମୋର୍ଚ୍ଚା ଏକ ପ୍ରତିନିଧି ଦଳ ଜ଼ୀଲ୍ଲା ପୋଲିସ ଆରକ୍ଷୀ ଅଧ୍ୟକ୍ଷ ଙ୍କ କାର୍ଯ୍ୟାଳୟ କୁ ଜାଇ ଅରକ୍ଷ ଅଧକ୍ଷ ଙ୍କୁ ମହୋଦୟଙ୍କୁ ସାକ୍ଷାତ କରି ଏକ ସ୍ମାରକପତ୍ର ପ୍ରଦାନ କରିଥିଲେ ନଗରରେ ଏକ ମହିଳା ଥାନା ଆବଶ୍ୟକତା ଅଛି ବୋଲି ଦାବି ଉପସ୍ଥାପନା କରିଛନ୍ତି.ରାୟଗଡ ସହର ଏକହେଉଛି ଅବିଭକ୍ତ କୋରାପୁଟ ଜ଼ୀଲ୍ଲା ର ବର୍ଦ୍ଧିତ ସହର ରାୟଗଡ ସହରରେ କେବଳ ଗୋଟିଏ ଥାନା ରହିଛି
ଅପରାଧ ନିୟତରଣ ପାଇଁ କଷ୍ଟକର କାଶ କରି ମହିଳା ମାନଙ୍କ ପାଇଁଏକ ଥାନା ନିହାତି ଆବଶ୍ୟକ ରହିଛି ମହିଳା ଥାନା ହେଲେ ମହିଳା ମାନେ ଥାନା କୁ ଯାଇ ନିଜ ନିଜ ର ଅଭିଯୋଗ ଦାଖଲ କରିପାରିବେ ଯାହା ଏହି ଦାବି ଉପସ୍ଥାପନା ସମୟରେ ନଗର ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ଶ୍ରୀମତୀ ଶର୍ମିଷ୍ଠା ପାଇକରୟ,ନଗର ମହିଳା ମୋର୍ଚ୍ଚା ଉପସଭାନେତ୍ରୀ ଶ୍ରୀମତୀ ସୀମା ଉପାଧ୍ୟାୟ, ନଗର ଉପସଭାନେତ୍ରୀ ଶ୍ରୀମତୀ ମଞ୍ଜୁଳା ମିନିଆକା, ନଗର ଉପସଭାନେତ୍ରୀ ଶ୍ରୀମତୀ ଝରଣା ରାଣୀ ଏବଂ ନଗର ମହିଳା ମୋର୍ଚ୍ଚାର ପଦାଧିକାରୀ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ
ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ