01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଶ୍ରୀ ସୋମନାଥ ପ୍ରଧାନ, ଓ. ପ୍ର. ସେ(ଏସ)ଙ୍କ ଯୋଗଦାନ


ରାୟଗଡା ୦୯/୦୭(ସଖପ୍ର): ଆଜି ରାୟଗଡାରେ ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବରେ ଶ୍ରୀ ସୋମନାଥ ପ୍ରଧାନ, ଓ. ପ୍ର. ସେ(ଏସ ) ଯୋଗଦାନ କରିଛନ୍ତି । ପୂର୍ବତନ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା ପଦୋନ୍ନତି ପାଇ ରାଜସ୍ବ ବିଭାଗକୁ ବଦଳି ହୋଇ ଗତକାଲି ତା 30.06.2021ରୁ ରିଲିଭ ହେବାପରେ ପିଡି, ଡିଆରଡ଼ି ଏ ଶ୍ରୀ ମହେଶ୍ୱର ଚନ୍ଦ୍ର ଦାୟିତ୍ୱରେ ଥିଲେ । ଆଜି ଅତିରିକ୍ତି ଜିଲ୍ଲାପାଳ ଶ୍ରୀ ପ୍ରଧାନ ପିଡି, ଡ଼ିଆରଡ଼ିଏ ଶ୍ରୀ ନାୟକଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ଏହାପୂର୍ବରୁ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଜିଲ୍ଲାପାଳ ଭାବେ ତା 26/08/2019 ରୁ 02/07/2021ରିଖ ପର୍ଯ୍ୟନ୍ତ ସୁଚାରୁ ରୂପେ କାର୍ଯ୍ୟ ତୁଲାଉଥିଲେ । ଅତିରିକ୍ତ ଶ୍ରୀ ପ୍ରଧାନଙ୍କୁ ଯୋଗଦାନ ପରେ ବରିଷ୍ଠ ଅଧିକାରୀ ଯଥା ପିଡି, ଡ଼ି ଆରଡ଼ିଏ, ଉପଜିଲ୍ଲାପାଳ, ତହସିଲଦାର ମାନେ, ସମସ୍ତ ସେକ୍ସନ ଅଧିକାରୀ, କାର୍ଯ୍ୟାଳୟର କର୍ମଚାରୀ ସ୍ୱାଗତ କରିଥିଲେ ।


ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *