November 18, 2025

Sabubarga Khabar

All category news

ରାୟଗଡାରେ ଆଦିବାସୀ ନେତା ଏକାଠିହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ

ରାୟଗଡା (ସଖପ୍ର): ଅଗଷ୍ଟ 9 ତାରିଖ ବିଶ୍ୱ ଆଦିବାସୀ ଦିବସରେ ରାୟଗଡା ଜିଲ୍ଲାର ବିଭିନ୍ନ ରାଜନୀତିକ ଦଳର ନେତା ସରକାରୀ କର୍ମଚାରୀ ନିର୍ବାଚିତ ଜନ ପ୍ରତିନିଧି ମାନେ ଏକାଠିହୋଇ ପାଳନ କଲେ ବିଶ୍ୱ ଆଦିବାସୀ ଦିବସ। ଆରୋପ ପ୍ରତ୍ୟାରୋପ ରାଗକୁ ଭୁଲି ଆଜି ସମସ୍ତେ ଗୋଟିଏ ଛାତ ତଳେ ଏକାଠି ହୋଇ ମହାସମାରୋହରେ ପାଳନ କରିଲେ ବିଶ୍ୱ ଆଦିବାସୀ ଦିବସ। ସ୍ଥାନୀୟ ବସଷ୍ଟାଣ୍ଡ ନିକଟରେ ଥିବା ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଜାତି ଓ ସମ୍ପ୍ରଦାୟର ସ୍ଲୋଗାନ କରି ପାରମ୍ପରିକ ଆଦିବାସୀ ନୃତ୍ୟର ଏକ ଶୋଭାଯାତ୍ରାରେ ଆସି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପରେ ପହଞ୍ଚିଥିଲେ । ଏହି ଠାରେ ଏକ ସଭାର ଆୟୋଜନ କରାଯାଇଥିଲା । ରାୟଗଡା ବିଧାୟକ ମକରନ୍ଦ ମୁଦୁଲି ଓ ପୂର୍ବତନ ମନ୍ତ୍ରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।। ଜିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ଅନୁଶୁୟା ମାଝୀ , ପୂର୍ବତନ କୋରାପୁଟ ଲୋକସଭା ସାଂସଦ ଝିନ ହିକକା , ବିଦୁଲତା ହୁଇକ କଂଗ୍ରେସର, ଆପଲ ସ୍ୱାମୀ ବିଜେପିର, କାଳୀରାମ ମାଝୀ ଅଙ୍ଗଦ କୁଟରକା ଯୋଗ ଦେଇଥିଲେ। ଗ୍ରାମାଞ୍ଚଳରେ ସରକାରୀ ଯୋଜନା ପହଁଚିଥିବା ବେଳେ ବର୍ତ୍ତମାନ ମଧ୍ୟ ଅନେକ ବାଟ ମାରଣା ହେଉଛି ଓ ଲୋକଙ୍କ ସମସ୍ୟା ରହିଛି ଆମେ ସମସ୍ତ ଆଦିବାସୀ ଏକାଠି ହୋଇ ଏହାର ମୁକାବିଲା କରିବାକୁ ପଡିବ ବୋଲି ଅତିଥିମାନେ ମତ ରଖିଥିଲେ । ପ୍ରଥା ପରମ୍ପରା ନିଜ ପାଶ୍ଚାତ୍ୟ ସଂସ୍କୃତିକୁ ନେଇ ବଞ୍ଚିଥିବା ଆଦିବାସୀ ସମ୍ପ୍ରଦାୟର ବହୁ ଉନ୍ନତି ଘଟିଥିବା ବେଳେ ଆଜିକାର ସମାଜ ସହ ତାଳମେଳ ଦେଇଚାଲିଆସୁଛନ୍ତି । ଏହି ସମ୍ପ୍ରଦାୟର ବିକାଶ ପାଇଁ ସରକାର ଉଚିତ ପଦକ୍ଷେପ ନେବାପାଇଁ ମତ ପ୍ରକାଶ ରଖିଥିଲେ । ଆଜିର ଏହି ଅଗଷ୍ଟ 9 ତାରିଖକୁ ସରକାରୀ ଛୁଟି ରୂପେ ଘୋଷଣା ପାଇଁ ଆମେ ସରକାରଙ୍କ ଠାରେ ଦାବି ରଖିବୁ ବୋଲି ଜିଲ୍ଲା ପରିଷଦ ଅଧକ୍ଷ ଗଙ୍ଗାଧର ପୁଆଲା କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମ ସମ୍ପୂର୍ଣ୍ଣ ଭାବେ କରୋନା ନିୟମ ମାନି ଅନୁଷ୍ଠିତ ହୋଇଥିଲା।

ରାୟଗଡ଼ାରୁ ଅମୁଲ୍ୟ ନିଶଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *

ସବୁବର୍ଗ ଖବର | Newsphere by AF themes.