ରାୟଗଡ଼ା ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ
ରାୟଗଡ଼ା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ମହାବିଦ୍ୟାଳୟ ବାର୍ଷିକ ଉତ୍ସବ ଗତକାଲି ଆରମ୍ଭ ହୋଇଥିଲା ଆରମ୍ଭ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାୟଗଡ଼ା ଉପ ଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ଯୋଗଦେଇ ବାର୍ଷିକ କ୍ରୀଡା ଉତ୍ସବର ଶୁଭାରମ୍ଭ କରିଥିଲେ ଏହି ବାର୍ଷିକ ଉତ୍ସବରେ ଦୌଡ ପ୍ରତିଯୋଗିତା, କବାଡି,ସଟ ଫୁଟ,ମ୍ୟୁଜିକାଲ ଚେର ଓ ରା଼ଲ୍ଲୀ ରେସ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ମହାବିଦ୍ୟାଳୟର ବିଭିନ୍ନ ଛାତ୍ରୀ ଭାଗନେଇଥିଲେ ବାର୍ଷିକ ଉତ୍ସବର ଆଜି ଉଦଯାପନୀ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଦୁଷ୍ମନ୍ତ କୁମାର ମହାନ୍ତି,ମହା ବିଦ୍ୟାଳୟର ଅଧକ୍ଷା ଡାକ୍ତର ରେବା ପାତ୍ର, କଲେଜ ଖେଳ ଅଧ୍ୟାପିକା ରିତାରାଣୀ ମିଶ୍ର, ଆସୋସିଏଟ ମେମ୍ବରସ ଶ୍ରୀମତୀ ଲିପା ପଣ୍ଡା, ସୁଶ୍ରୀ ଶୁଭଶ୍ରୀ ମହାପାତ୍ର,ମିସ ପୁନମ ପଟ୍ଟନାୟକ ଓ ଅନ୍ୟାନ୍ୟ ଅଧ୍ୟାପିକା ମାନେ ଉପସ୍ଥିତ ବିଭିନ୍ନ ଖେଳ କୁଦ ରେ ପ୍ରଥମ ଦ୍ୱତୀୟ ତୃତୀୟ ସ୍ଥାନ ଅଧିକୃତ ଖେଳା ଙ୍କୁ ପୁରସ୍କାର ବିତରଣ କରିଥିଲେ ଏହି ଦୁଇ ଦିନ ଧରି ଚାଲିଥିବା କାର୍ଯ୍ୟକ୍ରମ କୁ କଲେଜ ଅନୁଷ୍ଠାନ ର ସମସ୍ତ କର୍ମଚାରୀ ଓ ଅଧ୍ୟପିକା ମାନେ ଶାନ୍ତି ଶୃଙ୍ଖଳା ର ସହିତ ସମ୍ମାପନ କରିଥିଲେ ଡାକ୍ତର ମହାନ୍ତି ନିଜ ବକ୍ତବ୍ୟ ରେ କହିଥିଲେ ଜେ ଏହି କଲେଜ ଛାତ୍ରୀ ମାନେ ବିଭିନ୍ନ ଖେଳ କୁଦ ରେ ଜାତୀୟ ଓ ଆନ୍ତର୍ଜାତିକ ସ୍ଥରରେ ଭାଗ ନେଇ କଲେଜ ର ନା କୁ ଉଚ୍ଚ କୋଟିର କରିଛନ୍ତି