02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାୟଗଡ଼ା ଜ଼ିଲ୍ଲା ଆମ୍ବାଦଳା ଥାନା ଅନ୍ତର୍ଗତ କର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଠାବ

ରାୟଗଡ଼ା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) 14.11.2019 ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲା ସୀମାରେ ଥିବା ଆମ୍ବାଦଳା ଥାନା ଅନ୍ତର୍ଗତ କର୍କାମାର୍କା ଜଙ୍ଗଲରେ ମାଓ କ୍ୟାମ୍ପ ଚାଲୁଥିବା ଗୁଇନ୍ଦା ସୂତ୍ରରୁ ଖବର ପାଇ ରାୟଗଡ ଏସପି ସର୍ବଣା ବିବେକ ଏମ ଙ୍କ ନିର୍ଦେଶ କ୍ରମେ ମଙ୍ଗଳବାର ଦିନ ରାତିରେ ଏସଓଜି ଓ ଡିଭିଏଫ ଯବାନ ମାନେ ଏହି ଜଙ୍ଗଲକୁ କୁମ୍ବିଂ ଅପରେସନରେ ଯାଇଥିଲେ । ଏହି ମାଓ କ୍ୟାମ୍ପରେ ପ୍ରାୟ ୧୨ ଜଣ କ୍ୟାଡର ମାଓବାଦୀ ରହିଥିବା ଜାଣିବାକୁ ପାଇଥିଲେ । ଜଙ୍ଗଲ ମଧ୍ୟରେ ମାଓ କ୍ୟାମ୍ପ ଠାବ କରି ସର୍ଚ୍ଚ ଅପରେସନ କରାଯିବା ସମୟରେ ସେଠାରେ ଏକ ଟିଫିନ ବକ୍ସରେ ପ୍ରାୟ ୨ କେଜି ଓଜନର ଲ୍ୟାଣ୍ଡ ମାଇନକୁ ଜବତ କରିଥିଲେ ଓ ଏଥି ସହ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀକୁ ମଧ୍ୟ ଯବାନ ମାନେ ଜବତ କରିଥିଲେ । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ ୧୦ ଗୋଟି ପଲିଥିନ ବ୍ୟାଗ, ୫ ଟି ପାଣି ବୋତଲ, ୫ ସେଟ ପୋଷାକ, ଔଷଧ ଓ ଆସବାପତ୍ର ରହିଥିବା ଏବଂ ଜବତ ହୋଇଥିବା ସାମଗ୍ରୀ ଗୁଡିକୁ ଆମ୍ବାଦଳା ପୋଲିସକୁ ହସ୍ତାନ୍ତର କରିଥିବା ଏସପି ସର୍ବଣା ବିବେକ ଏମ ସୂଚନା ଦେଇଛନ୍ତି ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *