05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାସ୍ତା ନିର୍ମାଣ ପାଇଁ ଦାବୀ କଲେ ଗ୍ରାମବାସୀ

ରାୟଗଡା୧୦/୦୮(ସଖପ୍ର): ଆଦିବାସୀ ବହୁଳ ରାୟଗଡା ଜିଲ୍ଳାର ୧୧ଗୋଟି ବ୍ଳକର ଅନେକ ପଞ୍ଚାୟତର ଗାଁଗୁଡିକୁ ସ୍ୱାଧୀନତାର ୭୨ବର୍ଷ ବିତିଯାଇଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ ତରଫରୁ ପକ୍କା ରାସ୍ତାଟିଏ ନିର୍ମାଣ କରିବାରେ ଆନ୍ତରିକତା ଦେଖାଯାଉନାହିଁ । ଫଳରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀମାନେ । ଏପରି ଏକ ଗାଁ ରହିଛି କୋଲନରା ବ୍ଳକର କାଟିକଣା ପଂଚାୟତ ଅନ୍ତର୍ଗତ ପାହାଡିଆ ଦୁର୍ଗମ ଅଂଚଳ ତଥା ଓଡିଶା-ଆନ୍ଧ୍ର ସୀମାନ୍ତ ରାୟଗଡ ଜିଲ୍ଳାର ରହିଥିବା ତୋଟାଗୁଡା । ମାତ୍ର ୨୦୦ମିଟର ଦୂରତାରେ ରହିଛି ଆନ୍ଧ୍ରପ୍ରଦେଶ ।

ବର୍ଷ ବର୍ଷ ଧରି ତୋଟାଗୁଡା ଗ୍ରାମବାସୀ ବ୍ଳକ ପ୍ରଶାସନ ଠାରୁ ଆରମ୍ଭ କରି ଜିଲ୍ଳା ପ୍ରଶାସନ ପର୍ଯ୍ୟନ୍ତ ଗାଁକୁ ଏକ ପକ୍କା ରାସ୍ତାଟିଏ ନିର୍ମାଣ ପାଇଁ ଗୁହାରୀ କରୁଥିଲେ ସୁଦ୍ଧା କେହି ହେଲେ କର୍ଣ୍ଣପାତ କରୁନାହାନ୍ତି । ରୂପଣୀ ଠାରୁ ୩କିଲୋମିଟର ପାହାଡିଆ ପାଦଚଲା ରାସ୍ତା ଦେଇ ଗଲେ ପଡେ ତୋଟାଗୁଡା ଗ୍ରାମ । ଜରୁରୀକାଳୀନ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏହି ଗ୍ରାମକୁ ଆମ୍ବୁଲାନ୍ସଟିଏ ପଂହଚିପାରୁନି । ଗ୍ରାମବାସୀମାନେ ଅନେକ ସମୟରେ ଭାରରେ ରୋଗୀଙ୍କୁ ବୋହି ରୂପଣୀ ଯାଏଁ ଆଣିବା ପରେ କୋଲନରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ କରିଥାନ୍ତି । ବର୍ଷାଦିନ ହେଲେ ଏହି ଗ୍ରାମକୁ ଯିବା ଆସିବା କରିବା ଏକ ପ୍ରକାର କଷ୍ଟକର ହୋଇପଡେ । ଯଥାଶୀଘ୍ର ଏହି ଗ୍ରାମକୁ ପକ୍କାରାସ୍ତାଟିଏ ନିର୍ମାଣ ପାଇଁ ଗ୍ରାମବାସୀ ଦାବି କରୁଛନ୍ତି ।
ସେହିପରି ମହାମାରୀ କରୋନା ବିପତି ସମୟରେ ରାଜ୍ୟ ସରକାରଙ୍କ ତରଫରୁ କୋଭିଡ-୧୯ ମାର୍ଗଦର୍ଶିକା ଅନୁସରଣ ପାଳନ କରିବା ପାଇଁ ନିବେଦନ କରାଯାଉଛି । ସରକାରଙ୍କ ଏହି ବାର୍ତାକୁ ଦୁର୍ଗମ ଅଂଚଳର ତୋଟାଗୁଡା ଗ୍ରାମବାସୀଙ୍କ ଠାରେ ପଂହଚାଇବା ପାଇଁ ତଥା ସଚେତନ ହୋଇ ଆହୁରି ସତର୍କତା ଅବଲମ୍ବନ କରିବା ପାଇଁ ବିଜୁ କୃଷକ ଜନତା ଦଳର ରାଜ୍ୟ ସଂପାଦକ ବି. ତିରୁପତିଙ୍କ ନେତୃତ୍ୱରେ କୋଲନରା ପଞ୍ଚାୟତ ସମିତି ଅଧ୍ୟକ୍ଷା ଶ୍ରୀମତି ଗୀତା କଣ୍ଡାଗରୀ, ଉପାଧ୍ୟକ୍ଷ ତେଜରାଜ ନାଗ, କାଟିକଣା ସରପଞ୍ଚ ସାରଣସା ମାଣ୍ଡାଙ୍ଗି ଏହି ଗ୍ରାମକୁ ଯାଇଥିଲେ । ସେଠାରେ କରୋନା ସଂକ୍ରମଣ ଠାରୁ ଦୂରେଇ ରହିବା ପାଇଁ ଅତି ଆବଶ୍ୟକ ନ ଥିଲେ ଘରୁ ନ ବାହାରିବା, ମାସ୍କ ପରିଧାନ କରିବା, ସାମାଜିତ ଦୂରତା ବଜାୟ ରଖିବା ସହ ନିୟମିତ ଭାବେ ସାବୁନରେ ହାତ ଧୋଇବା ଓ ପରିଷ୍କାର ପରିଚ୍ଛନ ରହିବା ସହିତ ପଡୋଶୀ ଆନ୍ଧ୍ର ପ୍ରଦେଶରୁ ଯାତାୟାତ କରୁଥିବା ଲୋକଙ୍କୁ ଗ୍ରାମରେ ପ୍ରବେଶ ନ କରାଇବା ପାଇଁ ପରାମର୍ଶ ଦେଇଥିଲେ । ବର୍ତମାନ ଆନ୍ଧ୍ର ପ୍ରଦେଶର ଅନେକ ଜିଲ୍ଳା କରୋନା ରୋଗୀଙ୍କ ହଟସ୍ପଟ ପାଲଟିଥିବା ବେଳେ ଏହି ସବୁ ଅଂଚଳର ଲୋକମାନେ ରାୟଗଡ ଜିଲ୍ଳାର ବିଭିନ୍ନ ପ୍ରବେଶ ପଥ ଦେଇ ଚାଲି ଆସୁଛନ୍ତି ଏବଂ ଜିଲ୍ଳାରେ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଉପୁଜୁଛି । ତୋଟାଗୁଡା ସହ ନିକଟସ୍ଥ ମୁରୁଚୁକଣା ଗ୍ରାମକୁ ମଧ୍ୟ ଶ୍ରୀ ତିରୁପତି ଓ ଅନ୍ୟମାନେ ଗସ୍ତ କରି ଲୋକଙ୍କୁ ସଚେତନ କରାଇଥିଲେ ।
ତେବେ ପାହାଡିଆ ପାଦଚଲା ରାସ୍ତା ଦେଇ ତୋଟାଗୁଡା ଓ ମୁରୁଚୁକଣା ଗ୍ରାମକୁ ଯାଇ ପକ୍କାରାସ୍ତାଟିର ଆବଶ୍ୟକତା ଉପରେ ହୃଦୟଙ୍ଗମ କରି ଲୋକ ପ୍ରତିନିଧିମାନେ ଯଥାଶୀଘ୍ର ଏ ଦିଗରେ ପ୍ରଶାସନ ସହ ଆଲୋଚନା କରି ରାସ୍ତା ନିର୍ମାଣ ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶୃତି ଦେବା ଦେଇଥିଲେ । ଗ୍ରାମବାସୀମାନେ ମଧ୍ୟ ଲୋକ ପ୍ରତିନିଧିଙ୍କ ଆଶ୍ୱସନାକୁ ନେଇ ବେଶ୍ ଉତ୍ସାହିତ ହୋଇଥିଲେ

ରାୟଗଡାରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *