ରାସ୍ତା ନଥିବାରୁ ପୁଣି ଭାରରେ ବୁହା ହେଲେ ଗର୍ଭବତୀ
କେନ୍ଦୁଝର: (ସଖପ୍ର) ପୁଣି ଭାରରେ ବୁହାହେଲେ ଗର୍ଭବତୀ ମହିଳା । ଗାଁକୁ ଗମନାଗମନା ପାଇଁ ରାସ୍ତା ନଥିବାରୁ ଗର୍ଭବତୀ ମହଳାଙ୍କୁ ଭାରରେ 4କିଲୋମିଟର ବୋହିଲେ ସ୍ବାମୀ ଓ ସମ୍ପର୍କୀୟ । ମହିଳାଙ୍କୁ ଭାରରେ 4କିଲୋମିଟର ଆଣିବା ପରେ ଆମ୍ବୁଲାନ୍ସ ଯୋଗେ ମେଡିକାଲରେ ନେଇ ଭର୍ତ୍ତି କରିଛନ୍ତି । ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ତମାଙ୍ଗ ଗାଁର କଷି ପଧାନ ନାମକ ମହିଳାଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା । ପରିବାର ଲୋକେ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ କିନ୍ତୁ ପାହାଡିଆ ଅଞ୍ଚଳରେ ଗାଁକୁ ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ପହଞ୍ଚି ପାରିନଥିଲା । ଏହାପରେ 4କିଲୋମିଟର ପର୍ଯ୍ୟନ୍ତ ପାହାଡର ପାଦଚଲା ରାସ୍ତାରେ ସ୍ବାମୀ ବିରଞ୍ଚି ପଧାନ ଗାଁର କିଛି ଯୁବକଙ୍କ ସହାୟତାରେ ଏକ ଭାର ମାଧ୍ୟମରେ ଗର୍ଭବତୀ ମହିଳାଙ୍କୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ବୋହି ନେଲେ । ମେଡିକାଲରେ ମହିଳା ପୁତ୍ର ସନ୍ତାନ ଜନ୍ମ ଦେଇଥିବାବେଳଏ ବର୍ତ୍ତମାନ ଉଭୟ ମା ଓ ଶିଶୁର ସ୍ବାସ୍ଥ୍ୟବସ୍ଥା ଭଲଥିବା ଜଣାପଡିଛି