ରାସ୍ତା ତିଆରି କଲେ ଖଇରପୁଟ ବ୍ଲକର ସେମିଳିଗୁଡା ଗାଁ ଲୋକେ…
ମାଲକାନଗିରି( ସ.ଖ. ପ୍ର ):ମାଲକାନଗିରି ଜିଲ୍ଲାର ଉପାନ୍ତ ଓ ଦୁର୍ଗମ ଅଂଚଳରେ ଯିବା ଆସିବା କରିବାକୁ ଲୋକଙ୍କ ପାଇଁ ପକ୍କା ରାସ୍ତା ନ ଥିବାରୁ ବହୁତ କଷ୍ଟ ଭୋଗୁଛନ୍ତି |ରୋଗୀ ଓ ଗର୍ଭବତୀଙ୍କୁ ଖଟରେ ବୋହି ଜମି ଭିତରେ, ପାହାଡିଆ, ପଥୁରିଆ ରାସ୍ତା ଦେଇ ଚାଲି ଚାଲି ହସ୍ପିଟାଲ ନେବାର ଦୃଶ୍ୟ ବାରମ୍ବାର ଦେଖିବାକୁ ମିଳୁଛି |ଏହିପରି ପକ୍କା ରାସ୍ତା ନ ଥିବା ଗାଁ ହେଉଛି ଖଇରପୁଟ ବ୍ଲକର ସେମିଳିଗୁଡା |ଏଠାରେ ଥିବା ମାଟି ରାସ୍ତାଟିର ଅବସ୍ଥା ଅତି ଶୋଚନୀୟ |ବହୁତ ଦିନ ହେଲାଣି ଏହି ରାସ୍ତା କରିବା ପାଇଁ ଗାଁ ଲୋକେ ପଂଚାୟତ ଠୁ ଆରମ୍ଭ କରି ବିଧାୟକ ସମସ୍ତଙ୍କୁ ଜଣାଇଲାପରେ ମଧ୍ୟ ଫଳ ଶୂନ|ସେମାନେ ନିଜର ଦୈନନ୍ଦିନ ଜୀବନ ପାଇଁ, ରୋଗୀ ଓ ଗର୍ଭବତୀଙ୍କୁ ନେବା ଆଣିବା କରିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରୁଛନ୍ତି |ତେଣୁ ଶେଷରେ ଗାଁ ର ପୁରୁଷ ଲୋକ ମିଶି ରାସ୍ତାକୁ ଠିକ କଲେ |ଏ ନେଇ ବି ଡ଼ି ଓ ହୃଦାନନ୍ଦ ସାହୁ ଙ୍କୁ ପଚାରିବାରୁ ମୁଁ ଏ ବିଷୟରେ ଅବଗତ ଅଛି ଯଥାଶୀଘ୍ର ସେଠାରେ ପକ୍କା ରାସ୍ତା କରାଯିବ ବୋଲି କହିଥିଲେ |ଦେଖିବାକୁ ବାକିରହିଲା କେବେ ଏହି ଗାଁ ଲୋକେ ପକ୍କା ରାସ୍ତା ଦେଖିବେ |