ରାସ୍ତା କାମ ବନ୍ଦ କରିଲେ ଗ୍ରାମବାସୀ…
ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍.ଭି ୧୨୯ ଗ୍ରାମର ହୋଇଥିବା ରାସ୍ତା ଅତି ନିମ୍ନମାନର ହୋଇଥିବା ଅଭିଯୋଗ ସହ ରାସ୍ତା ମରାମତି କାମକୁ ବନ୍ଦ କରିଛନ୍ତି । ଏମ୍ ଭି ୧୨୯ ଗ୍ରାମ ଲୋକେ କହିବା ଅନୁସାରେ ଗ୍ରାମ ମଧ୍ୟରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ୧ କିମି ଦୁରତାର ପିଚୁ ରାସ୍ତା, ସିସି ରାସ୍ତା ଓ ଗାର୍ଡ ୱାଲ ପାଇଁ ୪୨ଲକ୍ଷ ୭୭ ହଜାର ଟଙ୍କା ଆସିଥିଲା ଏବଂ ରାସ୍ତାର ୫ ବର୍ଷ ରକ୍ଷଣାବେକ୍ଷଣ ପାଇଁ ୩ଲକ୍ଷ ୫୫ ହଜାର ଟଙ୍କା ଆସିବା ସହ ୨୦୧୮ ମସିହାରେ କାମଟି ସମ୍ପୂର୍ଣ ହେବା ଧାର୍ଯ୍ୟ ହୋଇଥିଲା ।
କିନ୍ତୁ ଉକ୍ତ କାମ କରୁଥିବା ଠିକାଦାର ଏହି କାମଟିକୁ ଗୋଟିଏ ବର୍ଷ କାଳ ବିଳମ୍ବ କରି ୨୦୧୯ ମସିହାରେ କରି ଥିବା ଜଣାପଡିଛି । ଗ୍ରାମବାସୀଙ୍କ କହିବା ଅନୁଯାୟୀ ପାଞ୍ଚ ବର୍ଷର ରକ୍ଷଣାବେକ୍ଷଣ ସମୟ ସୀମା ମଧ୍ୟରୁ ୧ ବର୍ଷ ବାଦ ପଡିଥିବା କହିଛନ୍ତି । ୨୦୧୯ ମସିହାରେ କାମ ହୋଇଥିବା ଏହି ରାସ୍ତାଟି ୬ମାସ ନପୁରୁଣୁ ରାସ୍ତାର ଚିହ୍ନ ବର୍ଣ୍ଣ ନଥିବା ଦେଖା ଯାଇଛି । ରାସ୍ତା ଟି ପ୍ରାୟ ସ୍ଥାନରେ ଖାଲ ହୋଇଯାଇଛି ତୋ କେଉଁଠି ମାଟି ଦେଖା ଯାଉଛି । ଏହାର ଅଭିଯୋଗ ପରେ ଉକ୍ତ ରାସ୍ତା ରେ ଠିକାଦାର ଦୁଇ ତିନିଟି ଶ୍ରମିକ ଆଣି ରାସ୍ତା ମରାମତି ନାମରେ କିଛି ବଜୁରୀ,ପିଚୁ ଓ ଡଷ୍ଟ ଆଣି ଢାଳିଦେଇଥିବା ଅତି ନିନ୍ମମାନର କାମକୁ ଗ୍ରାମ ବାସୀ ବିରୋଧ କରିବାରୁ କାମଟି ବନ୍ଦ ରହିଥିବା ଜଣାପଡିଛି। ସରକାରୀ ଯନ୍ତ୍ରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକା କଥା ମଧ୍ୟ ଥିବା ଗ୍ରାମ ମୁଖିଆ ନିର୍ମଲ ମଣ୍ଡଲ, ବିଜୟ ବୈଦ୍ୟ,ମନୋଜିତ ମଣ୍ଡଲ,ପଙ୍କଜ ମଣ୍ଡଲ, ବିଧାନ ମିସ୍ତ୍ରୀ ପ୍ରମୁଖ ଅଭିଯୋଗ କରି ରାସ୍ତା କାମର ଅନିୟମିତତା ଯାଞ୍ଚ ପାଇଁ ସରକାରଙ୍କ ପାଖରେ ନିବେଦନ କରିଛନ୍ତି|ଜିଲ୍ଲାରେ ଏପରି ଘଟଣା ବାରମ୍ବାର ଘଟୁଛି ତେଣୁ ଏହାର ଉଚ୍ଚସ୍ତରୀୟ ତଦନ୍ତ କରି ଦୋଷୀଙ୍କୁ ଦଣ୍ଡିତ କରିବାକୁ ବୁଦ୍ଧିଜୀବୀମାନେ ଦାବି କରିଛନ୍ତି |
ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ (ସ ଵ ଖ )