ରାସ୍ତା କାମ ନ କରି ଅର୍ଥ ଆତ୍ମସାତ, ଅଭିଯୋଗ କଲେ ସମାଜସେବୀ ଓ ଗ୍ରାମବାସୀ
![](https://www.sabubargakhabar.in/wp-content/uploads/2020/07/IMG-20200731-WA0075.jpg)
ମାଲକାନଗିରି (ସ.ଖ.ପ୍ର ): ରାଜ୍ୟରେ ଦୁର୍ନୀତିକୁ ପ୍ରଶ୍ରୟ ଦିଆଯିବନି ବୋଲି ସରକାର କହୁଛନ୍ତି |କିନ୍ତୁ ବାସ୍ତବରେ ଓଲଟା |ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ କଦମଗୁଡା ପଂଚାୟତରୁ ଦୁର୍ନୀତିର ଗନ୍ଧ ବାରି ହୋଇପଡୁଛି |ଏହି ପଂଚାୟତର କେତେକ ଅଂଚଳକୁ ଯିବା ପାଇଁ ରାସ୍ତାଟିଏ ନାହିଁ |କେତେକ ଅଂଚଳ ପାହାଡ଼ ଉପରେ ରହିଛି |ଏହାକୁ ଦେଖି ପଂଚାୟତର ରାଉଲିଗୁଡା ଠୁ ଚପଲପଡା ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ ପାଇଁ ୨୫ଲକ୍ଷ ଟଙ୍କାର ବଜେଟ ହୋଇଥିଲା |ଏହି ରାସ୍ତା ଦ୍ୱାରା ପଂଚାୟତର ୪ଟି ଗାଁ ଢେମସା ପଦର, ବାଲି ଗୁଡା, ବୋରା ଗୁଡା ଓ ଚପଲ ପଡାର ପ୍ରାୟ ୭୦୦ ଲୋକେ ସୁବିଧାରେ ବ୍ଲକକୁ ଓ ପଂଚାୟତକୁ ଯାଇପାରିବେ ବୋଲି ଆଶା ରଖିଥିଲେ |କିନ୍ତୁ କେତେଦିନ ରାସ୍ତା କାମ ହେଲା ପରେ ରାସ୍ତାକୁ ଅଧାରୁ ଛାଡି ସେହି ଟଙ୍କାରେ ଅନ୍ୟ ସ୍ଥାନରେ କାମ ହୋଇଥିବା ଅଂଚଳବାସୀ ଅଭିଯୋଗ କରିଛନ୍ତି |ଠିକାଦାର ଓ କନିଷ୍ଠ ଯନ୍ତ୍ରୀଙ୍କୁ କହିଲେ କିଛି ଠିକ ଉତ୍ତର ଦେଉନାହାନ୍ତି |ତେଣୁ ସମାଜସେବୀ ଓ ଗ୍ରାମବାସୀ ସମସ୍ତେ ଏହି ଦୁର୍ନୀତି ବିରୋଧରେ ଖଇରପୁଟ ବି ଡ଼ି ଓ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ଲିଖିତ ଆକାରରେ ଅଭିଯୋଗ କରିଛନ୍ତି |ବି ଡ଼ି ଓ ହୃଦାନନ୍ଦ ସାହୁ ତଦନ୍ତ କରି ଉଚିତ ପଦେକ୍ଷପ ନେବି ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ |ଦେଖିବାକୁ ବାକିରହିଲା କେବେ ଏହି ୪ଟି ଗାଁର ଦୁଃଖ ଦୂର ହେଉଛି |