ରାସ୍ତାରେ ଗାଈ ମାଳ ମାଳ, ମାଲକାନଗିରି ପୌର ପ୍ରଶାସନ ନିଷ୍କ୍ରୀୟ

ମାଲକାନଗିରି (ସ.ଖ.ପ୍ର ):ମାଲକାନଗିରି ପୌରାଞ୍ଚଳରେ ସଂଧ୍ଯା ଆଗତ ହେଉ ହେଉ ରାସ୍ତା ଉପରେ ଗାଈ ଗୋରୁ ମାଳ ମାଳ ହୋଇ ବୁଲୁଛନ୍ତି |ଫଳରେ ଯାତାୟତରେ ପ୍ରତିବନ୍ଧକ ସୃଷ୍ଟି ହେଉଛି ଲୋକଙ୍କର | ମାଲକାନଗିରି ପୌରାଞ୍ଚଳରେ ଜିଲ୍ଲ ସଦର ମହକୁମା ଠାରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ଯାଳୟ ରହିବା ସହିତ ଜିଲ୍ଲା ସ୍ତରୀୟ ଅଧିକାରୀ,ଡାକ୍ତର ,ଇଞ୍ଜିନିୟ ରହିଥାନ୍ତି| ଜିଲ୍ଲାର କୋଣ ଅନୁକୋରୁ ସରକାରୀ କାର୍ଯ୍ଯଳୟକୁ ବିଭିନ୍ନ କାର୍ଯ୍ଯରେ ଦୈନନ୍ଦିନ ଆସିଥାନ୍ତି | ଏହା ବ୍ଯତୀତ ମାଲକାନଗିରି ପୌରାଞ୍ଚଳରେ ବ୍ଯବସାୟ ପ୍ରତିଷ୍ଠାନଗୁଡିକ ଥିବାରୁ ସାମଗ୍ରୀ କ୍ରୟ ବିକ୍ରୟ ଲାଗି ପ୍ରତି ଦିନ ଜନ ସମାଗମ ହୋଇଥାଏ | ଜିଲ୍ଲା ମୁଖ୍ଯ ଚିକିତ୍ସାଳୟ ଏଠାରେ ଥିବାରୁ ସଦା ସର୍ବଦା ମୁମୂର୍ଷୁ ରୋଗୀମାନଙ୍କୁ ନେଇ ଆମ୍ବୁଲାନସ ଗାଡି ଆସିଥାଏ |ବ୍ଯସ୍ତ ବହୁଳ ପୌରାଞ୍ଚଳରେ ଯାତାୟତର ପ୍ରତିବନ୍ଧକ ହେଲା ଗାଈ ଗୋରୁଙ୍କ ବିଚରଣ |ଗାଈ ଗୋରୁ ଦଳବଦ୍ଧ ଭାବେ ମୁଖ୍ଯ ରାସ୍ତାରେ ଶୋଇ ପଥରୋଧ କରୁଥିଲେ ମଧ୍ଯ ରାସ୍ତାରୁ ହଟାଇବାକୁ ଯେମିତି ପୌରପରିଷଦର କୌଣସି କର୍ମଚାରୀ ନାହାନ୍ତି |ଅନ୍ଯପକ୍ଷରେ ଗାଈ ପଲ ଡିଏନକେ ଟ୍ରାଫିକ ଛକ,ଡିଆରଡିଏ ଛକ,ସାପ୍ତାହିକ ହାଟ, ବାଲିମେଳା ଛକ ଠାରେ ଗାଈଗୋରୁ ପୋଲ ରହିବା ଯୋଗୁଁ ଜନସାଧାରଣ ବହୁତ ଅସୁବିଧା ହେଉଛି |କେବେ ପୌର କର୍ମଚାରୀଙ୍କ ନିଦ ଭାଙ୍ଗୁଛି ଦେଖିବାକୁ ବାକିରହିଲା