ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ତରଫରୁ ଭାରତ ବନ୍ଦ ଡାକରା

ଭୁବନେଶ୍ୱର (ସଖପ୍ର): ମେ ୨୫ ଅର୍ଥାତ ଆସନ୍ତା କାଲି ଭାରତ ବନ୍ଦ। ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ଓଡିଶା ପକ୍ଷରୁ ଭାରତ ସରକାରଙ୍କର ଓବିସି ମାନଙ୍କର ଜାତି ଆଧାରିତ ଜଣ ଗଣନା ନ କରାଯିବା ହେତୁ ଭାରତ ବନ୍ଦ ଡାକରା ଦିଆଯାଇଛି । ଆସନ୍ତା କାଲି ଅର୍ଥାତ ୨୫ ତାରିଖରେ ଭାରତ ବନ୍ଦ ଡାକରା ଦେଇଛି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା । ଦେଶର ସ୍ଵାଧୀନତାରେ ଦୀର୍ଘ ୭୫ ବର୍ଷ ପରେ ମଧ୍ୟ ଓବିସି ମାନଙ୍କର ସ୍ଵତନ୍ତ୍ର ଜାତି ଭିତ୍ତିକ ଜନ ଗଣନା କରାଯାଇ ନାହିଁ ।ହେଲେ ପଶୁ ପକ୍ଷୀ ମାନଙ୍କର ଗଣନା କରାଯାଉଛି । ପ୍ରଧାନମନ୍ତ୍ରୀ ସୁପ୍ରିମ କୋର୍ଟରେ ଏକ ଶପଥ ପାଠ ଦେଇଛନ୍ତି ଯେ ଓବିସି ମାନଙ୍କର ଜାତି ଭିତ୍ତିକ ଗଣନା ହେବ । ପ୍ରଧାନମନ୍ତ୍ରୀ ପ୍ରତିଦିନ ବିକାଶର କଥା କହୁଛନ୍ତି କିନ୍ତୁ ଓବିସି ମାନଙ୍କର ବିକାଶ ପାଇଁ ଓବିସି ମାନଙ୍କର ଜନସଂଖ୍ୟା ବିଷୟରେ ଜାଣିବା ନିହାତି ଆବଶ୍ୟକ । ଏହା ପରେ ମଧ୍ୟ ଓବିସି ଜଣ ଗଣନାର ତଥ୍ୟ ସଂଗ୍ରହ କରାଯାଉ ନାହିଁ । ଯାହାକି ଓବିସି ମାନଙ୍କୁ ବିକାଶରୁ ବଞ୍ଚିତ କରିବାକୁ ଏକ ଷଡଯନ୍ତ୍ର ଅଟେ । ଏହି ଗଣନା ନ ହେବା ଦ୍ଵାରା ଓଡିଶାର ପଞ୍ଚାୟତ ରାଜ ଓ ମୁନିସପାଲଟି ନିର୍ବାଚନର ଓବିସି ମାନଙ୍କର ସଂରକ୍ଷଣ ସମାପ୍ତ କରାଯାଉଛି । ଏଥିପାଇଁ ଏହାକୁ ବିରୋଧ କରି ୨୫ ମେ ୨୦୨୨ରେ ଭାରତ ବନ୍ଦ ଡାକରା ଦିଆ ଯାଇଛି । କୃଷକ ମାନଙ୍କୁ ଏମଏସପି ଗ୍ୟାରେଣ୍ଟି ଆଇନ ଦାବିରେ ବେସରକାରୀ କ୍ଷେତ୍ରରେ ଏସସି, ଏସଟି ଓ ଓବିସି ମାନଙ୍କ ପାଇଁ ସଂରକ୍ଷଣ କାର୍ଯ୍ୟକାରୀ କରିବା ଦାବିରେ ପୁରୁଣା ପେନସନ ସ୍କିମ ପୂର୍ଣ୍ଣ କାର୍ଯ୍ୟକାରୀ କରିବା ଦାବିରେ ଏବଂ ଜଳ ଜଙ୍ଗଲ ଜମିରୁ ଆଦିବାସୀ ମାନଙ୍କୁ ବିସ୍ଥାପନା କରିବା ଆଦି ବିଭିନ୍ନ ଦାବି ନେଇ ଭାରତ ବନ୍ଦ ଡାକରା ଦେଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି ।