12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ଚତୁର୍ଥ ରାଜ୍ୟ ଅଧିବେଶନ ଅନୁଷ୍ଠିତ

ଜୟପୁର ୨୪ /୧୧ (ସଖପ୍ର): କୋରାପୁଟ ଜିଲ୍ଲାର ଜୟପୁରଠାରେ ସ୍ଥାନୀୟ ସରୋଜିନୀ ଭବନ ପରିସରରେ ରାଷ୍ଟ୍ରୀୟ ପଛୁଆବର୍ଗ ମୋର୍ଚ୍ଚାର ୪ର୍ଥ ରାଜ୍ୟ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି | ମୁଖ୍ୟଅତିଥି ଭାବେ କିଶୋର ଚନ୍ଦ୍ର ପଟେଲ, ସମ୍ମାନିତ ଅତିଥି ଭାବେ ଇଂ. ପୀତବାସ ସେଠୀ, ପଛୁଆ ବର୍ଗ ମୋର୍ଚ୍ଚା ରାଜ୍ୟ ସଭାପତି ଜଗଦୀଶ ଯାଦବ, ଭାରତ ମହିଳା ମୁକ୍ତି ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ କମଳିନୀ ଯାଦବ, ନିରଞ୍ଜନ ମଲ୍ଲ, ଯାଦବ ସମାଜ ଜିଲ୍ଲା ସଭାପତି ମଦନ ମୋହନ ନାୟକ, ଅନାଦି ସାହୁ ଯୋଗ ଦେଇଥିଲେ | ପଛୁଆ ବର୍ଗ ମୋର୍ଚ୍ଚାର ଜାତି ଭିତ୍ତିକ ଜନଗଣନା କରି ସଂଖ୍ୟା ଅନୁପାତରେ ଅନୁସୂଚିତ ଜାତି ଓ ଜନଜାତିମାନଙ୍କ ଭଳି ଓବିସିଙ୍କୁ ମଧ୍ୟ ପ୍ରତିନିଧିତ୍ବ ଦେବା ପାଇଁ କେନ୍ଦ୍ର ସରକାରଙ୍କୁ ମଞ୍ଚ ମାଧ୍ୟମରେ ଦାବି ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏଥି ସହିତ ଭାରତରେ ବିଧାନସଭା ଏବଂ ଲୋକସଭାରେ ଇଭିଏମ ବଦଳରେ ବାଲାଟ ପେପର ମାଧ୍ୟମରେ ନିର୍ବାଚନ କରିବାକୁ ଦାବି ହୋଇଥିଲା | ଫଳରେ ଭାରତରେ ଥିବା ମୂଳ ନିବାସୀ ସମାଜ ଅର୍ଥାତ ୮୫ ପ୍ରତିଶତ ଲୋକଙ୍କ ଶାସନ ଗଢ଼ିବାରେ କୌଣସି ସମସ୍ୟା ରହିବ ନାହିଁ ବୋଲି ମଞ୍ଚାସୀନ ଅତିଥିଗଣ ପ୍ରକାଶ କରିଥିଲେ । ଭାରତୀୟ ସମ୍ବିଧାନରେ ଥିବା ଧାରା ଅନୁଯାୟୀ ସରକାର ପଛୁଆବର୍ଗକୁ ଆଇନଗତ ଅଧିକାରରୁ ବଞ୍ଚିତ କରନ୍ତୁ ନାହିଁ ବୋଲି ଆସୋସିଏସନ ଅଫ୍ ସ୍ମଲ ଏଣ୍ଡ୍ ମିଡିୟମ ନ୍ୟୁଜପେପରର ରାଜ୍ୟ ସଭାପତି ଚନ୍ଦ୍ରକାନ୍ତ ସୁତାର ଅତିଥି ମାନଙ୍କ ମଧ୍ୟରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମରେ ରାଜେନ୍ଦ୍ର ଗୌଡ଼, ସାଥୀରାମ ନାୟକ, ଦଣ୍ଡପାଣି ମହାରଣା, ସୁଶାନ୍ତ ମହାରଣା, ସଦାନନ୍ଦ ଭୋଇ, ଆଦିତ୍ୟ ହଂସ, ସାଥୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ | ଅଧିବେଶନକୁ କଳାହାଣ୍ଡି ପଛୁଆବର୍ଗ ମୋର୍ଚ୍ଚା ଜିଲ୍ଲା ସଂପାଦକ ସୁରେଶ ଚନ୍ଦନ ପରିଚାଳନା କରିଥିଲେ | ଶେଷରେ ଦେବମୂର୍ତ୍ତି ପାତିକା ଧନ୍ୟବାଦ ଅର୍ପଣ କରିଥିଲେ |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *