ରାମନାଗୁଡ଼ା ବ୍ଲକ ରୁ ବହୁ ବିଜେପି କର୍ମୀ ଙ୍କ ବିଜେଡି ରେ ଯୋଗଦାନ
ରାୟଗଡା ଜ଼ିଲ୍ଲା :(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକର ୨୫ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗ ଦେଇଛନ୍ତି ।
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଉପଦେଷ୍ଟା ଓ ବିଜୁ ଜନତା ଦଳ ର ରାୟଗଡା ଜ଼ିଲ୍ଲା ର ଟାଣୁଆ ନେତା ଶ୍ରୀ ସୁଧୀର ଦାସ ଙ୍କ ନେତୃତ୍ୱ କୁ ବିଶ୍ୱାସ ଓ ଭରସା କରି ରାମନାଗୁଡ଼ା ବ୍ଲକର ବହୁ ବଜେପି କର୍ମୀ ବିଜେଡି ରେ ଆଜି ସ୍ଥାନୀୟ ହନୁମାନ ମନ୍ଦିର ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ଉପଦେଷ୍ଟା ସୁଧୀର ଦାଶ,ଜିଲ୍ଲା ସାଧାରଣ ସଂପାଦକ ଗଗନ ଆଚାର୍ଯ୍ୟ, ଜିଲ୍ଲା କୃଷକ ମୋଚ୍ଚା ସଭାପତି ଜ୍ୟୋତି ପ୍ରକାଶ ସାହୁ,ପଞ୍ଚାୟତ ସମିତି ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ବୀରିକା,ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ଜଗଦ୍ଧୀଶ ନାୟକ ବେହେରା, ହୃଷିକେଶ ପାତ୍ର, ମକରଧୃଜ ଧୋବା,ରଞ୍ଜନ ନାୟକ ବେହେରା ଜିଲ୍ଲା ଯୁବ ଜନତା ଦଳର ଉପସଭାପତି ମଣ୍ଟୁ ମହାରଣା ପ୍ରମୁଖ ଉପସ୍ଥିତ ଥିଲେ । ଗଗନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ଆଜି ୨୫ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ଅନ୍ୟପକ୍ଷରେ ବିଜେପିର ବିଶୃଙ୍ଖଳିତ ଆଚରଣ ଓ ନବୀନ ପଟ୍ଟନାୟକଙ୍କ ଆର୍ଦଶରେ ଅନୁପ୍ରାଣିତ ହୋଇ ବିଜେଡି ସାଙ୍ଗଠନିକସ୍ଥିତି ଭଲ ଥିବାରୁ ବିଜେଡିରେ ସାମିଲ୍ ହୋଇଥିବା ବିଜେପି କର୍ମୀ ମାନେ କହିଛନ୍ତି । ଏଥିରେ ପୂର୍ବତନ ବିଜେପି ବ୍ଲକ ଯୁବ ମୋର୍ଚ୍ଚା ସାଧାରଣ ସଂପାଦକ ରଘୁନାଥ ସାମଲ,ବିଜେପି ନେତା ଶିବ ପ୍ରସାଦ ବ୍ରହ୍ମା, ସଂଖ୍ୟା ଲଘୁ ସେଲ୍ ସଭାପତି ସେକ୍ ସାଲିମ୍, ବିଜେପି କୃଷକ ସେଲ୍ ସଭାପତି ସୁବାରାଓ ନିଶିକା,ଭାସ୍କର ବିଡିକା, ଟୁଟୁ କାଡ୍ରାକା, ଗୁମୁଡାର ଧର୍ମାରାଜୁ ଜୟା,ପେଦିନା ଦିଲ୍ଲୀପ ଆଦି ୨୫ରୁ ଉର୍ଦ୍ଧ୍ବ ବିଜେପି କର୍ମୀ ବିଜେଡିରେ ଯୋଗଦାନ କରିଛନ୍ତି । ଅନ୍ୟପକ୍ଷରେ ଦୀର୍ଘଦିନ ଧରି ରହିଥିବା ବିଜେପି କମୀ ବିଜେଡ଼ିରେ ଯୋଗଦାନ ଫଳରେ ବ୍ଲକରେ ବିଜେପି ହ୍ରାସ ପାଉଥିବା ସାଧାରଣରେ ଚର୍ଚ୍ଚା ହେଉଛି ।
ରାୟଗଡା ଜ଼ିଲ୍ଲା ର ବଜେଡ଼ି ର ତୁଙ୍ଗ ନେତା ଶ୍ରୀ ସୁଧୀର ଦାସ କହିଛନ୍ତି ଜନସାଧାରଣ ବିଜେପି ଓ କଂଗ୍ରେସ ପ୍ରତି ବିମୁଖ ହୋଇ ବିଜେଡି ଦଳ ର ଆଦର୍ଶ କୁ ବିଶ୍ୱାସ କରି ବିଜେଡି ରେ ଯୋଗଦାନ କରୁଛନ୍ତି ଆଗାମୀ ପୌରନିର୍ବାଚନ ରେ ବିଜେଡି ଗୁଡାରି ଏନ ଏ ସି ଓ ଗୁଣୁପୁର ପୌରପରିଷଦ ଦାଖଲ କରିବ ବୋଲି ଦୃଢ଼ ତାର ସହ କହିଛନ୍ତି