ରାମନାଗୁଡ଼ା ବିଜେଡି ପକ୍ଷରୁବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସ ପାଳିତ

ରାୟଗଡା ଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଆବାହନ କ୍ରମେ ଆଜି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଳକ ଠାରେ ନିରାଡମ୍ବରରେ ବିଜୁବାବୁଙ୍କ ୨୩ ତମ ଶ୍ରାଦ୍ଧବାର୍ଷିକି ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
ରାମନାଗୁଡା ବ୍ଳକ ଅଫିସ ପାଖରେ ଥିବା ବିଶ୍ରାମାଗାର ଠାରେ ବିଜୁବାବୁଙ୍କ ପ୍ରତିମୁର୍ତ୍ତୀରେ ବିଜେଡି ଜିଲ୍ଲା ସମ୍ପାଦକ ଶ୍ରୀ ଗଗନ ବିହାରୀ ଆଚାର୍ଯ୍ୟ ବିଜୁବାବୁଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ମହାମାରୀ କରୋନା ପାଇଁ ସାମାଜିକ ଦୁରତା ଅବଲମ୍ବନ କରି ନିରାଡମ୍ବରରେ ବିଜୁପ୍ରେମୀମାନେ ବିଜୁବାବୁଙ୍କ ସ୍ମୃତିଚାରଣ କରିଥିଲେ।
ଏହି କାର୍ଯ୍ୟକ୍ରମରେ, ପୂର୍ବତନ ଜିଲ୍ଲା ପରିଷଦସଭ୍ୟ , ବ୍ଳକ ଅଧ୍ୟକ୍ଷା ରଜନୀ ମାଣ୍ଡାଗିଂ, ସମସ୍ତ ସରପଞ୍ଚ , ସମିତି ସଭ୍ୟ ,ନବୀନ ପିପୁଳି , ଉପେନ୍ଦ୍ର ନୀମାଲପୁରୀ ,ଅମିତ ମହାରଣା ,ମକର ଧୋବା ,ନଦ୍ଦା ନାୟକ ବେହେରା ,ଲାଲୁ ନାୟକ ବେହେରା ,ନବୀନ ନାୟକ ,ଉପସ୍ଥିତ ରହିଥିଲେ। କରୋନା ମୁକାବିଲା ପାଇଁ ସାନିଟାଇଜର ମାସ୍କ ଗରିବ ଲୋକମାନଙ୍କୁ ପ୍ରଦାନ କରିଥିଲେ। ବିଜୁ ପ୍ରେମିମାନେ ପ୍ରବାଦ ପୁରୁଷ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକରେ ସ୍ମୃତି ଚାରଣ କରିଥିଲେ ।