ରାମନାଗୁଡ଼ା ବିଜୁ ଜନତା ଦଳ ପକ୍ଷରୁ ମାସ୍କ ବଣ୍ଟନ
ରାୟଗଡା ଜ଼ିଲ୍ଲା:(ପ୍ରତିନିଧି ଅମୁଲ୍ୟ ନିଶଙ୍କ) ଲକଡାଉନର ପ୍ରଥମ ପର୍ଯ୍ୟାୟର ସମୟ ସୀମା ଆଜି ସମାପ୍ତି ହେବାକୁ ଯାଉଥିବା ବେଳେ ଲକ ଡାଉନର ଦ୍ବିତୀୟ ପର୍ଯ୍ୟାୟ ଆଜି ମଧ୍ୟ୍ୟ ରାତ୍ରି ଠାରୁ ଆରମ୍ଭ ହୋଇ ଆସନ୍ତା ମେ 3 ତାରିଖ ମଧ୍ୟ୍ୟ ରାତ୍ରି ପର୍ଯ୍ୟନ୍ତ ବଲବତ୍ତ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀ ଘୋଷଣା କରିବା ପରେ ଏହି କରୋନାର ମୁକାବିଲା କରିବା ନିମନ୍ତେ ଆଜି ରାୟଗଡା ଜ଼ିଲ୍ଲା ଅନ୍ତର୍ଗତ ରାମନାଗୁଡା ମୁଖ୍ୟବଜାର ଛକ ଠାରେ ଯୁବନେତା ଅମିତ ମହାରଣାଙ୍କ ନେତୃତ୍ୱରେ ବ୍ଲକ ବିଜେଡି ସଭାପତି ବିଜୟ ମାଣ୍ଡାଙ୍ଗି, ପାରିଖିତି ସରପଞ୍ଚ ଗାୟତ୍ରୀ ମାଣ୍ଡାଙ୍ଗି, ବ୍ଲକ ଉପାଧ୍ୟକ୍ଷ ସୂର୍ଯ୍ୟରାଓ କୁମ୍ଭୀରିକା,ବାତ୍ତ୍ରୀ ମାଣ୍ଡାଙ୍ଗି, ରଞ୍ଜନ ନାୟକ ବେହେରା, ମକରଧ୍ବଜ ଧୋବା,ସେକ୍ ସାଲିମ୍,ଶିବ ପ୍ରସାଦ ବ୍ରହ୍ମା, ନବୀନ ନାୟକବେହେରା,ସୁବାରାଓ ନିଶିକା ପ୍ରମୁଖ ଉପସ୍ଥିତିରେ ଅସହାୟ ତଥା ସମସ୍ତ ଉଠାଦୋକାନୀଙ୍କୁ ମାସ୍କ ଓ ସାବୁନ ଆଦି ବଣ୍ଟନ କରାଯାଇଥିଲା।ଲୋକଙ୍କ ମାସ୍କ ଓ ସାବୁନ ଆଦି ବ୍ୟବହାର କରିବା ସହ ସାମାଜିକ ଦୂରତା ରକ୍ଷା କରିବାକୁ ସଚେତନ କରିଥିଲେ। ରାମନାଗୁଡା ଫାଣ୍ଡି ଅଧିକାରୀ ଲୋକଙ୍କୁ ଶାନ୍ତି ଶୃଙ୍ଖଳା ବଜାୟ ରଖିବାକୁ ପରାମର୍ଶ ଦେବାସହ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦେଇଥିଲେ।ପ୍ରଥମ ପର୍ଯ୍ୟାୟରେ ଜନସାଧାରଣ ଯେପରି ଭାବେ ଲକ ଡାଉନକୁ ସମର୍ଥନ କରି ଥିଲେ। ଠିକ ସେହିପରି ଆସନ୍ତା 3.5.2019 ପର୍ଯ୍ୟନ୍ତ ଏହି ଲକ ଡାଉନକୁ ପାଳନ କରି ଘରୁ ନବାହାରିବା ପାଇଁ ବିଜେଡିର ସାଧାରଣ ସମ୍ପାଦକ ଗଗନ ବିହାରୀ ଆଚାର୍ଯ୍ୟ ଜନସାଧାରଣଙ୍କୁ ନିବେଦନ କରିଛନ୍ତି।