ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଉଦଯାପିତ

ବାଲେଶ୍ବର,୯/୩–ବାଲେଶ୍ବର ଜିଲ୍ଲା ଖଇରା ବ୍ଲକରେ ଦୁଇଦିନ ଧରି ଅନୁଷ୍ଠିତ ହୋଇଥିବା ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଉଦଯାପିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡ଼ିଶା ଆନୁକୂଲ୍ୟରେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ, ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ସଂସ୍କୃତି ବିଭାଗର ମିଳିତ ସହଯୋଗରେ ଖଇରା ନିକଟସ୍ଥ ଅର୍ଜୁନପୁର ମଧୁବନ ପଡିଆରେ ଅୟୋଜିତ ରାଜ୍ୟ ସ୍ତରୀୟ ଶୀତ ମହୋତ୍ସବ ଉଦଯାପିତ ହୋଇଯାଇଛି । ଏହି ଉଦଯାପନି ସଂଧ୍ୟାରେ ପ୍ରଖ୍ୟାତ ହାସ୍ୟ ଚରିତ୍ର ପ୍ରଜ୍ଞା ଖଟୁଆ ଓ ସାଂସ୍କୃତିକ ସଂଗୀତ ସହ ପରିବେଷଣ ହେଉଥିବା ସୁନ୍ଦର ଗୋଟିପୁଅ ନୃତ୍ୟ ଦେଖି ଉପସ୍ଥିତି ଜନତାଙ୍କ ମନ ଆନନ୍ଦରେ ନାଚିଉଠିଥିଲା ।
ଏହି କାର୍ଯ୍ୟକ୍ରମରେ ବାଲେଶ୍ବର ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀ, Project Director ରବୀନ୍ଦ୍ର କୁମାର ସାହୁ ପ୍ରମୁଖ ଉପସ୍ଥିତି ହୋଇ ବକ୍ତବ୍ୟ ରଖିଥିଲେ । ସଙ୍ଗୀତ ଏକାଡେମୀର ସଚିବ ଶ୍ରୀଯୁକ୍ତ ପ୍ରବୋଧ ରଥ ମଧ୍ୟ ଉପସ୍ଥିତ ଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ଖଇରା ଥାନା ପକ୍ଷରୁ ବିପୁଳ ସଂଖ୍ଯାରେ ଫୋର୍ସ ମୁତୟନ କରାଯାଇଥିଲା । କାର୍ଯ୍ୟକ୍ରମର ରୂପରେଖ ଏତେ ଆକର୍ଷଣୀୟ ହୋଇଥିଲା ଯେ ଦର୍ଶକମାନେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବସିବା ସ୍ଥାନରୁ ଉଠିନଥିଲେ । ପ୍ରୋଗ୍ରାମ ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହୋଇଥିଲା । ସ୍ଥାନୀୟ ବିଧାୟକ ତଥା ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଏହା ସମ୍ଭବ ହୋଇଥିବାରୁ ଅଞ୍ଚଳବାସୀ ଶ୍ରୀ ମନ୍ତ୍ରୀଙ୍କୁ ସାଧୁବାଦ ଜଣାଇଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ