ରାଜ୍ୟ ସାଙ୍ଗଠନିକ ସମ୍ପାଦକ ବବିଭାଇଙ୍କ ନିର୍ଦ୍ଦେଶରେ ଜିଲ୍ଲା ବିଜେଡି ଏକଜୁଟ
ମାଲକାନଗିରି (ସ. ଖ. ପ୍ର ): ମାନ୍ୟବର ରାଜ୍ୟ ସାଙ୍ଗଠନିକ ସମ୍ପାଦକ ତଥା ପୂର୍ବତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସଙ୍କ ସହ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ପୂର୍ବତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରା , ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ଶ୍ରୀଯୁକ୍ତ ଈଶ୍ୱର ଚନ୍ଦ୍ର ପାଣିଗ୍ରାହୀ ଜିଲ୍ଲା ସଭାପତି ତଥା ବିଧାୟକ ଚିତ୍ରକୋଣ୍ଡା ଶ୍ରୀଯୁକ୍ତ ପୁର୍ଣ ଚନ୍ଦ୍ର ବାକା ଙ୍କ ସହ ଭୁବନେଶ୍ୱର ସ୍ଥିତ ସରକାରୀ ବାସଭବନରେ ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ ଅଧ୍ୟକ୍ଷ ତଥା ପୂର୍ବତ୍ତନ ବିଧାୟକ ଶ୍ରୀଯୁକ୍ତ ମାନସ ମାଡକାମୀଙ୍କ ସହ ମାଲକାନଗିରି ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ,ପ୍ରତାପ ଚନ୍ଦ୍ର ସାହୁ ,ପୂର୍ବତ୍ତନ ସାଧାରଣ ସମ୍ପାଦକ ପ୍ରୀତପଲ ସିଂ ,ଜିଲ୍ଲା ସମ୍ପାଦକ ଶଙ୍କର ଚନ୍ଦ୍ର ସାହା ,ପୂର୍ବତ୍ତନ ବାଲିମେଳା ନଗରପାଳ ଶୁଭେନ୍ଦୁ ପଟ୍ଟନାୟକ ,ପୂର୍ବତ୍ତନ ବ୍ଲକ ସଭାପତି ମାଲକାନଗିରି ସର୍ବ ବିଶୋଇ ,ସଂସାଦ ପ୍ରତିନିଧି କାଲିମେଳା ବ୍ଲକ ତଥା ପୂର୍ବତ୍ତନ ବ୍ଲକ ସଭାପତି ଇ ଭେଙ୍କେତ ରାଓ ,ବରିଷ୍ଠ ନେତା ମାଧବ ସାବତ ,କମେଶ୍ୱର ରାଓ ପୂର୍ବତ୍ତନ ମାଲକାନଗିରି ନିର୍ବାଚନ ମଣ୍ଡଳୀ ଯୁବ ସଭାପତି ଅଜୟ ଦାସ ବରିଷ୍ଠ ଚାଷୀ ନେତା ପ୍ରଭାକର ରାଓ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ବରିଷ୍ଠ କର୍ମକର୍ତ୍ତା ଭୁବନେଶ୍ୱର ପହଂଚି ବରିଷ୍ଠ କର୍ମକାର୍ତ୍ତାଙ୍କ ସହ ଦଳୀୟ ଆଲୋଚନା କରିଥିଲେ ।ମାଲକାନଗିରି ଜିଲ୍ଲା ବିଜୁ ଜନତା ଦଳକୁ ତୃଣମୂଳ ସ୍ତରରୁ ଏକତ୍ରିତ ହୋଇ ଛାତ୍ର ,ଯୁବ ,ମହିଳା ଓ ଜିଲ୍ଲା ସଙ୍ଗଠନକୁ ମଜବୁତ କରି ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳକୁ ପୁନର୍ବାର ସଫଳତା ସହ ଜିଲ୍ଲା ପରିଷଦ ଓ ବ୍ଲକ ଓ ପଂଚାୟତ ରେ ଦଳର ସମର୍ଥିତ ପ୍ରାର୍ଥୀ କୁ ଜୟଯୁକ୍ତ କରାଇ ମାଲକାନଗିରି ଜିଲ୍ଲାରେ ଦଳକୁ ଏକ ନମ୍ବର ଦଳ ଭାବେ ପରିଣତ କରିବା ସହ ଜିଲ୍ଲାର ୱାର୍ଡ ସ୍ତରରୁ ବରିଷ୍ଠ କର୍ମକର୍ତ୍ତା ଓ ସକ୍ରିୟ ସଦସ୍ୟ ଯୁବ ଛାତ୍ର ମହିଳା ଙ୍କ ମଧ୍ୟରୁ ସକ୍ରିୟ ସଭ୍ୟ ସଂଗ୍ରହ କୁ ଯେପରି ପ୍ରକୃତ ବିଜୁ ଜନତା ଦଳର ସକ୍ରିୟ ସଦସ୍ୟ ଙ୍କୁ ନେଇ ସକ୍ରିୟ ସଭ୍ୟ ସଂଗ୍ରହ ତୁରନ୍ତ କରି ରାଜ୍ୟ କାର୍ଯ୍ୟାଳୟରେ ଦାଖଲ କରିବା ପାଇଁ ସମସ୍ତ ସଦସ୍ୟ ମାନଙ୍କୁ ସହଯୋଗ କରିବା ପାଇଁ ମାନ୍ୟବର ରାଜ୍ୟ ସଂଗଠନ ସମ୍ପାଦକ କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଲେ । ମାନ୍ୟବର ପର୍ଯ୍ୟବେକ୍ଷକ ତଥା ପୂର୍ବତ୍ତନ ମନ୍ତ୍ରୀ ଶ୍ରୀଯୁକ୍ତ ଚନ୍ଦ୍ର ସାରଥୀ ବେହେରାଙ୍କ ପ୍ରତେକ୍ଷ ତତ୍ୱବଧାନରେ ଓ ମାନ୍ୟବର ରାଜ୍ୟ ସାଙ୍ଗଠନିକ ସମ୍ପାଦକଙ୍କ ପ୍ରତେକ୍ଷ ମାର୍ଗଦର୍ଶନରେ ଓ ମାନ୍ୟବର ଜିଲ୍ଲା ସଭାପତି ପୁର୍ଣ ଚନ୍ଦ୍ର ବାକାଙ୍କ ନେତୃତ୍ୱରେ ଜିଲ୍ଲାରେ ସଙ୍ଗଠନକୁ ମଜବୁତ କରି ଆଗାମୀ ଦିନରେ ଦଳକୁ ଏକ ନମ୍ବର ଦଳଭାବେ ପରିଗଣିତ କରିବା ପାଇଁ ନେତୃମଣ୍ଡଳୀଙ୍କ ଆହ୍ୱାନ କୁ କର୍ମୀମାନେ ନିଜର ପ୍ରଧାନ କର୍ତବ୍ୟ ମନେକରି ଭେଦଭାବ ଭୁଲି ନିର୍ଦେଶ ମୁତାବକ କାର୍ଯ୍ୟ କରିବା ପାଇଁ ଦୃଢକ୍ତି ପ୍ରକାଶ କରିଥିଲେ |