ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ରାୟଗଡା ଜିଲ୍ଲା ଗସ୍ତ
ରାୟଗଡ(ସଖପ୍ର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସ ବର୍ମାଙ୍କ ରାୟଗଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡିକର ଉଦ୍ଘାଟନ କରିଛନ୍ତି । ଆଜି ସକାଳ ୧୦.୦୦ ଘଟିକା ଠାରେ ବଡ ଚାନ୍ଦିଲି ଗ୍ରାମରେ ପାଇପ ଜଳ ଯୋଗାଣ ପ୍ରକଳ୍ପ ଉଦ୍ଘାଟନ କରିଛନ୍ତି । ଟ.୭୮.୩୬ ଲକ୍ଷ ବ୍ୟୟ ଅଟକଳରେ ନିର୍ମିତ ପ୍ରକଳ୍ପ ଦ୍ୱାରା ୧ ଲକ୍ଷ ଲିଟର ପାଣି ଦୈନିକ ୧୮୫ ପରିବାରକୁ ଟେପ ଯୋଗେ ଯୋଗାଇ ଦିଆଯିବା ଏବଂ ଉଦ୍ଘାଟନ ଉତ୍ସବରେ ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ଶ୍ରୀ ଜଗନ୍ନାଥ ସାରକା,ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଏନ୍.ଭାସ୍କର ରାଓ,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୂଆଲା ବ୍ଲକ ଅଧ୍ୟକ୍ଷ ପେଦେଣ୍ଟି ରାମାଲୁ, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ସେହିପରି ଅପରାହ୍ନରେ ରାୟଗଡା ବ୍ଲକର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଦୁମାପାଇ ଗ୍ରାମରେ 5ଲକ୍ଷ ଟଙ୍କା ବ୍ୟୟରେ ନୂତନ ନିର୍ମିତ ଅଙ୍ଗନବାଡି କେନ୍ଦ୍ରକୁ ଉଦ୍ଘାଟନ କରିଥିଲେ । ସେହିପରି ସଂଧ୍ୟା ୫.୩୦ମି ସମୟରେ ରାୟଗଡା ସଦର ଉପକଣ୍ଠ ଥିବା ପ୍ରେମ ପାହାଡରେ ତିନି କୋଟି ବାର ଲକ୍ଷ ବ୍ୟୟରେ ସୌନ୍ଦର୍ଯ୍ୟକରଣ ଓ ଆଲୋକିକରଣ କାର୍ଯ୍ୟକୁ ମାନ୍ୟବର ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ଦାସବର୍ମା,ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ତଥା ପଛୁଆ ଓ ସଂଖ୍ୟା ଲଘୁ କଲ୍ୟାଣ ବିଭାଗ ଶ୍ରୀ ସାରକା, ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ରାଓ,ରାୟଗଡ ବିଧାୟକ ମକରନ୍ଦ ମୁଦୁଲି, ଗୁଣପୁର ବିଧାୟକ ରଘୁନାଥ ଗୋମାଙ୍ଗ, ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ରାଜ୍ୟ ଉପଦେଷ୍ଟା ଶ୍ରୀ ସୁଧୀର ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୂଆଲା,ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର, ଉପ-ଜିଲ୍ଲାପାଳ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଜିଲ୍ଲା ଯୋଜନା ଅଧିକାରୀ ଶ୍ରୀ ଭାସ୍କର ଜେନା ପ୍ରମୁଖ ଯୋଗଦାନ କରିଥିଲେ । ପ୍ରେମ ପାହାଡ ସୈନ୍ଦର୍ଯ୍ୟକରଣ ଓ ଆଲୋକୀକରଣ ଯୋଗୁଁ ସହରର ଜନସାଧାରଣ ଏହି ପାହାଡରେ ପ୍ରତ୍ୟେହ ସକାଳ ସଂନ୍ଧ୍ୟାରେ ଚିତ୍ତୋବିନୋଦନ କରୁଛନ୍ତି । ଏହାପରେ ସ୍ଥାନୀୟ ଗୁରୁମଗୁଡା ଗ୍ରୀନ ଫିଲଡ ଠାରେ 88ଲକ୍ଷ ବ୍ୟୟରେ ଆଲୋକୀକରଣ କାର୍ଯ୍ୟକୁ ମାନ୍ୟବର ଉପାଧ୍ୟକ୍ଷ ଓ ଅନ୍ୟାନ୍ୟ ଅତିଥି ମାନେ ଉପସ୍ଥିତୀରେ ଉଦଘାଟନ କରିଥିଲେ l ଏହାପରେ ସ୍ଥାନୀୟ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକ କରିଥିଲେ । ଏହି ବୈଠକରେ ମୁଖ୍ୟତଃ ଖରିଫ ଧlନ ସଂଗ୍ରହ, ମେଗା ଜଲଯୋଗଣ ଯୋଜନା ଓ କୃଷି ଉପରେ ଆଲୋଚନା କରିଥିଲେ । ଏହି ବୈଠକରେ ପ୍ରକଳ୍ପ ନିର୍ଦ୍ଦଶକ ଡି ଆରଡି ଏ, ଜିଲା ମୁଖ୍ୟ କୃଷି ଅଧିକାରୀ, ଉପ ନିବନ୍ଧକ ସମବାୟ ସଂସ୍ଥା, ନିର୍ବାହୀ ଯନ୍ତ୍ରୀ ଗ୍ରାମୀୟ ଜଳଯୋଗାଣ ସଂସ୍ଥା, ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗଣ ଅଧିକାରୀ ଆଦି ଯୋଗଦେଇଥିଲେ l
ରାୟଗଡାରୁ ଅମୂଲ୍ୟ ନିଶଙ୍କ ଙ୍କ ରିପୋର୍ଟ