02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମାଙ୍କ ଭିଡ଼ିଓ କଁନଫେରେନ୍ସିଙ୍ଗ ମାଧ୍ୟମରେ ଜିଲ୍ଲା ଅଧିକାରୀ ମାନଙ୍କ ସହ ବୈଠକ

ରାୟଗଡାଜିଲ୍ଲା:(ଅମୁଲ୍ୟ ନିଶଙ୍କ ଜ଼ିଲ୍ଲା ପ୍ରତିନିଧି) ରାୟଗଡା ଜିଲ୍ଲାର ବିଭିନ୍ନ ସମସ୍ୟା ନେଇ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ ଭିଡ଼ିଓ କନଫେରେନ୍ସିଙ୍ଗ ମାଧ୍ୟମର ଆଜି ବୈଠକ କଲେ ମାନ୍ୟବର ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ସଞ୍ଜୟ ଦାସବର୍ମା । ବୈଠକରେ ଶ୍ରୀଯୁକ୍ତ ଜଗନ୍ନାଥ ସାରକା, ମାନ୍ୟବର ମନ୍ତ୍ରୀ ଅନୁସୂଚିତ ଜାତି ଓ ଜନଜାତି ବିକାଶ ବିଭାଗ, ସଂଖ୍ୟା ଲଘୁ ଓ ପିଛୁଆ ବର୍ଗ କଲ୍ୟାଣ ବିଭାଗ, ବିଧାୟକ ରାୟଗଡା ଶ୍ରୀ ମକରନ୍ଦ ମୁଦୁଲି, ଜିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହେରା, ବିଧୟକ ଗୁଣପୁର,ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ପୁଆଲା ପ୍ରମୁଖ ଯୋଗଦାନ କରି ଅଲିଚନରେ ଅଂଶଗ୍ରହଣ କରିଥିଲେ । ଏହି ବୈଠକରେ ବିଶେଷ କରି ଚଳିତ ବିଶ୍ବବ୍ୟାପୀ କୋରୋନା ଯୋଗୁଁ ଜିଲ୍ଲାର ସୃଷ୍ଟି ହୋଇଥିବା ସମସ୍ୟା ନେଇ ଏହାର ମୁକାବିଲା ଦିଗରେ ବିଭାଗୀୟ ଅଧିକାରୀ ମାନଙ୍କ ଯୋଗଦାନ ଓ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା କରିଥିଲେ ।
ବିଶେଷ କରି କରୋନା ମହାମାରୀ ପାଇଁ ସଂଗରୋଧ କେନ୍ଦ୍ର ଓ ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିର ପରିଚାଳନା,ସଫାସୁତୁରା, ସେଠାରେ ରହୁଥିବା ଅନ୍ତେବାସୀ ମାନଙ୍କ ନିମନ୍ତେ ଶ୍ରମଦିବସ ସୃଷ୍ଟି କରିବା ଆଦି ଉପରେ ଆଲୋଚନା କରିଥିଲେ । କୋଭିଡ କ୍ୟାର ସେଣ୍ଟର ଓ ଏହାର ସଂପ୍ରସାରଣ , ବାହାର ରାଜ୍ୟରୁ ଆସୁଥିବା ଓ ବାହାରେ ରହିଥିବା ପ୍ରବାସୀ ଓଡ଼ିଆ ଶ୍ରମିକ ମାନଙ୍କ ସମସ୍ୟା ଓ ଫେରନ୍ତା ଶ୍ରମିକଙ୍କୁ କର୍ମ ସଂସ୍ଥାନ ଯୋଗାଇବା ଆଦି ଉପରେ ଆଲୋଚନା କରିଥଲେ। ଏହା ସହିତ କୃଷି, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ, ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପିଇବା ପାଣି ସମସ୍ୟା, ନୂତନ ଖାଉଟି କାର୍ଡ ପ୍ରଦାନ, ମିଶନ ଶକ୍ତି ଆଦି ଉପରେ ଆଲୋଚନା କରିଥିଲେ ।
ଏହାପରେ ଜିଲ୍ଲାର ୧୧ଗୋଟି ବ୍ଲକ ବିଡ଼ିଓ ଓ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ପ୍ରତ୍ୟେକ ବ୍ଲକର ସମସ୍ୟା ଉପରେ ଆଲୋଚନା କରିଥିଲେ ।
ଏହି ଭିଡ଼ିଓ କନଫେରେନ୍ସିଙ୍ଗ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶରତ ଚନ୍ଦ୍ର ପଣ୍ଡା,ପିଡି, ଡିଆରଡିଏ ଶ୍ରୀ ଅମୃତ ରୁତୁରାଜ , ଉପଜିଲ୍ଲାପାଳ ଗୁଣପୁର ଡ଼. ବି. ସିଧେସ୍ୱର ବଳିରାମ ,ଜିଲ୍ଲାର ବିଭିନ୍ନ ବିଭାଗର ଅଧିକାରୀ,ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ,ତହସିଲଦାର ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇଥିଲେ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *