06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟ କ୍ୟାବିନେଟ ମଞ୍ଜୁରୀକୁ ନେଇ କୋରାପୁଟ ସର୍କିଟ ହାଉସରେ ମନ୍ତ୍ରୀଙ୍କ ପ୍ରେସମିଟ

କୋରାପୁଟଜିଲ୍ଲା୦୯/୧୨(ସଖପ୍ର): କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଓ ଡାକ୍ତରଖାନାରେ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା ହେବ। ଏଥିସହ ଫୁଲବାଣୀରେ ମେଡିକାଲ କଲେଜ କରାଯିବ।ଏହାକୁ ଆଜି କ୍ୟାବିନେଟ ମଞ୍ଜୁରୀ ମିଳିଛି।ଏହି ପାଇଁ ୬୮୦କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ବେଳେ ଏହାର କାର୍ଯ୍ୟ ୩ବର୍ଷ ମଧ୍ୟରେ ଶେଷ ହେବ।ଏହି ପ୍ରସ୍ତାବକୁ କ୍ୟାବିନେଟ ମୋହର ବାଜିବା ପରେ ଆଜି କୋରାପୁଟସ୍ଥିତ ସର୍କିଟ ହାଉସରେ ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ପଦ୍ମିନୀ ଦିଆନ ଏକ ସାମ୍ବାଦିକ ସମ୍ମିଳନୀରେ ଏ ସଂପର୍କରେ ସୂଚନା ଦେଇଛନ୍ତି। ଏହା ଅବିଭକ୍ତ କୋରାପୁଟଜିଲ୍ଲାକୁ ଉନ୍ନତ ସ୍ବାସ୍ଥ୍ୟସେବା ଯୋଗାଇଦେବାରେ ସହାୟକ ହୋଇପାରିବ। ଏହି ସାମ୍ବାଦିକ ସମ୍ମିଳନୀରେ ନବରଙ୍ଗପୁର ସାଂସଦ ରମେଶ ମାଝୀ, କୋରାପୁଟ ବିଧାୟକ ରଘୁରାମ ପଡାଲ,ପଟ୍ଟାଙ୍ଗି ବିଧାୟକ ପୀତମ ପାଢୀ, ଚିତ୍ରକୋଣ୍ଡା ବିଧାୟକ ପୂର୍ଣ୍ଣଚନ୍ଦ୍ର ବାକା ପ୍ରମୁଖ ଉପସ୍ଥିତ ଥିଲେ। କୋରାପୁଟଜିଲ୍ଲା ପ୍ରତି ସରକାରଙ୍କ ଏହି ଘୋଷଣା ପାଇଁ ଉପସ୍ଥିତ ଥିବା ମନ୍ତ୍ରୀ ଓ ବିଧାୟକମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ଅପର ପକ୍ଷରେ କୋରାପୁଟ ଜିଲ୍ଲାପାଳ ମଧୁସୂଦନ ମିଶ୍ର ଆଜି ଆଉ ଏକ ସାମ୍ବାଦିକ ସମ୍ମିଳନୀରେ ନୂଆ ମେଡିକାଲ ସଂପର୍କରେ ସୂଚନା ଦେଇଥିଲେ। ଏଥି ନିମନ୍ତେ ୧୦ ଏକର ଜମି ଚିହ୍ନଟ ହୋଇ ସାରିଛି ଓ ନିର୍ମାଣ କାର୍ଯ୍ୟ ଖୁବଶିଘ୍ର ଆରମ୍ଭ ହେବ। ଏହା ଅବିଭକ୍ତ କୋରାପୁଟଜିଲ୍ଲାବାସୀଙ୍କୁ ଉନ୍ନତମାନର ସ୍ବାସ୍ଥ୍ୟସେବା ଯୋଗାଇବାରେ ସହାୟକ ହେବାସହ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଏଠାରେ ୬୫୦ ଶଯ୍ୟା ବିଶିଷ୍ଟ ଅଧ୍ୟାପନା ଡାକ୍ତରଖାନା କରାଯିବାପରେ ପିଜି ପାଠ୍ୟକ୍ରମ ଖୋଲିବା ସମ୍ଭବ ହେବ।

କୋରାପୁଟରୁ ଜିଲ୍ଲା ପ୍ରତିନିଧି ଗଜେନ୍ଦ୍ର କୁମାର ସାହୁ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *