01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟରେ ରହିବେନି ଭୂମିହୀନ, ସରକାରୀ ଜମି ଜବରଦଖଲ ମୁକ୍ତ ହେବ, ବୁଲଡୋଜର ବୁଲିବ

ସବୁବର୍ଗ ଖବର: ପୁଣି ପଡ଼ିବ ଜବରଦଖଲକାରୀଙ୍କ ଉପରେ ଛାଟ। ହାଇକୋର୍ଟଙ୍କ ରହିତାଦେଶ ଉଠିବା ପରେ ଚଢ଼ିବ ବୁଲଡୋଜର। ଯେଉଁମାନେ ସରକାରୀ ଜମିକୁ ଜବର ଦଖଲ କରି ବଡ଼ କୋଠା ଗଢ଼ିଛନ୍ତି, ସେମାନଙ୍କ ଘର ଉପରେ ବୁଲିବ ବୁଲଡୋଜର। ଗରିବ ଲୋକଙ୍କୁ ପଟ୍ଟା ସହ ଦିଆଯିବ ଘର। ରାଜସ୍ୱ ବିଭାଗର ଖର୍ଚ୍ଚ ଦାବି ଆଲୋଚନା ବେଳେ ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ପ୍ରଦାନ କରିଛନ୍ତି। ପ୍ରତି ଶନିବାର ଭୂମିହୀନଙ୍କୁ ଜମି ଦେବା ପାଇଁ, ତହସିଲଦାର ଏବଂ ବିଡ଼ିଓଙ୍କ ବୈଠକ ବସିବ। ହିତାଧିକାରୀଙ୍କୁ ପଟ୍ଟା ଏବଂ ଜମି ସହିତ ପକ୍କାଘର ଯୋଗାଇବେ ବିଡ଼ିଓ । ଏ ସରକାର ସମୟରେ ଜଣେ ହେଲେ ବି ଭୂମିହୀନ ରହିବେ ନାହିଁ। ୭୦% ଶିକ୍ଷାନୁଷ୍ଠାନର ନିଜସ୍ୱ ଜମି ନାହିଁ। ଡିସେମ୍ବର ୩୦ ସୁଦ୍ଧା ସବୁ ସ୍କୁଲକୁ ଜମି ଦିଆଯିବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ସବୁ ତହସିଲ ଅଫିସକୁ ଦୁର୍ନୀତି ମୁକ୍ତ କରିବା ପାଇଁ, ରେଜିଷ୍ଟ୍ରେସନ ଅଫିସକୁ ସ୍ମାର୍ଟ ସର୍ଭିଲାନ୍ସ ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ସମାନ ସ୍ମାର୍ଟ ସର୍ଭିଲାନ୍ସ ସିଷ୍ଟମ ଆରଆଈ ଅଫିସରେ ଲାଗିବ। ଗୃହରେ ପାରିତ ହୋଇଛି ରାଜସ୍ବ ବିପର୍ଯୟ ପରିଚାଳନା ବିଭାଗର ୨୦ କୋଟି ୨୨ ଲକ୍ଷ ୫୩ ହଜାର କୋଟି ଟଙ୍କା । ଏହାସହ ଅନୁସୂଚିତ ଜାତି, ଜନଜାତି ବିଭାଗର ଖର୍ଚ୍ଚ ଦାବି ଗୃହରେ ପାରିତ ଏବଂ ଅବଶିଷ୍ଟ ବିଭାଗର ଖର୍ଚ୍ଚ ଦାବି ମଧ୍ୟ ଗୃହରେ ପାରିତ ହୋଇଛି। 

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *