01/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜ୍ୟରେ ଆଉଜଣେ କରୋନା ରୋଗୀଙ୍କର ମୃତ୍ୟୁ,ଜଣେ ଆକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟରେ ଆଜି ଜଣେ କରୋନା ରୋଗୀଙ୍କର ମୃତ୍ୟୁ ହୋଇଛି ଓ ଜଣେ ଆକ୍ରାନ୍ତ ହୋଇଛନ୍ତି । ମୃତ ବ୍ୟକ୍ତି ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର  ବୋଲି ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତକଙ୍କ ସଂଖ୍ୟା ୨କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରେ ମୃତକଙ୍କ ସଂଖ୍ୟା ୨ କୁ ଛୁଇଁଛି । ମୃତକଙ୍କ ବିଷୟରେ ସରକାରୀ ଭାବେ ବିଶେଷ ତଥ୍ୟ ଦିଆଯାଇନି | ଖୋର୍ଦ୍ଧାରେ ପୂର୍ବରୁ ଜଣଙ୍କର ମୃତ୍ୟୁ ହୋଇଥିଲା | ଝାରପଡା ଅଂଚଳର ଜଣେ ବୃଦ୍ଧ | ସେ ଏପ୍ରିଲ ୬ ମାରିଥିଲେ | ଆକ୍ରାନ୍ତ ବ୍ୟକ୍ତି ଜଣଙ୍କ ଗଂଜାମ ଜିଲ୍ଲାର  ବୋଲି ଦର୍ଶାଯାଇଛି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ କୁ ବୃଦ୍ଧି ପାଇଛି । ଗଂଜାମ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪ କୁ ଛୁଇଁଛି ।   ତାଙ୍କର ଟ୍ରାଭେଲ୍ ହିଷ୍ଟ୍ରି ସଂଗ୍ରହ କରାଯାଉଛି ବୋଲି ଜଣାପଡ଼ିଛି । ଏ ନେଇ ରାଜ୍ୟ ଓ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ୧୭୭ ଆକ୍ରାନ୍ତଙ୍କ ମଧ୍ୟରୁ ୬୦ଜଣ ସୁସ୍ଥ ହେଲେଣି । ୨ ଜଣଙ୍କର ମୃତ୍ୟୁ ହୋଇଥିଲାେବେଳ ୧୧୫ ଜଣ ଏବେ ଚିକିତ୍ସିତ  ହେଉଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ଲାଲା ଅନନ୍ତ କୁମାର ସିଂହ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *