02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜସ୍ବ ରଥ ମାଧ୍ୟମରେ ଘରଡିହ ପଟ୍ଟା ବଣ୍ଟନ…

ମାଲକାନଗିରି (ସଖପ୍ର): ମାଲକାନଗିରି ଜିଲ୍ଲା ରାଜସ୍ୱ ବିଭାଗର ଅଭିନବ ପ୍ରୟାସ କ୍ରମେ ଏକ ରାଜସ୍ଵ ରଥର ପରିକ୍ରମା କରାଇ କୁଡୁମୁଲୁଗୁମ୍ମା ତହସିଲ ଅନ୍ତର୍ଗତ ଦୋରାଗୁଡା ଗ୍ରାମ ର ୩୦ ଜଣ ଭୂମିହୀନ ପରିବାରଙ୍କୁ ଘରଡିହ ଜମିପଟ୍ଟା ବଣ୍ଟନ କରାଯାଇଛି । ବର୍ତ୍ତମାନ ର କରୋନା ଜନିତ ତାଲାବନ୍ଦି ପରିସ୍ଥିତି ରେ ସ୍ଥାନୀୟ ତହସିଲ ପ୍ରଶାସନ ହିତାଧିକାରୀ ଙ୍କ ନିକଟତର ହୋଇ ଦୋରାଗୁଡା ଗ୍ରାମ ରେ ଏହି ସେବା ଯୋଗାଇ ଦେଇଛି । ଆଜିର ଏହି ପଟ୍ଟା କାର୍ଯ୍ୟକ୍ରମ ରେ କୁଡୁମୁଲୁଗୁମ୍ମା ତହସିଲଦାର ବିଜୟ ମାଣ୍ଡାଙ୍ଗୀ, ସ୍ଥାନୀୟ ସରପଞ୍ଚ ପହଲା ପାଙ୍ଗି, ସମାଜସେବୀ ଗୋପୀ ପାଙ୍ଗି, ବାଳକୃଷ୍ଣ ପ୍ରଧାନ ଓ ଭଗବାନ ସାହୁ ପ୍ରମୁଖ ଉପସ୍ଥିତ ରହି କୋଭିଡ ନିୟମ ଅନୁପାଳନ ସହ ପଟ୍ଟା ପ୍ରଦାନ କରିଥିଲେ । ରାଜସ୍ବ ରଥ ମାଧ୍ୟମରେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ଏପରି ସେବା ପ୍ରଦାନ କରିଥିବାରୁ ଜନସାଧାରଣ ସ୍ଥାନୀୟ ତହସିଲଦାର ଙ୍କୁ ପ୍ରଶଂସା କରିଛନ୍ତି |ଜିଲ୍ଲାର ସବୁ ସ୍ଥାନରେ ଏପରି ହେଲେ ବହୁତ ଭଲ ହେବ ବୋଲି ଜିଲ୍ଲାର ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପାଇଛି |

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *