ରାଜସ୍ତାନର କୋଟାରୁ ଫେରିଲେ ୯ ଛାତ୍ରଛାତ୍ରୀ

ରାୟଗଡାଜ଼ିଲ୍ଲା:( ପ୍ରତିନିଧି ଅମୁଲ୍ୟ ନିଶଙ୍କ) ରାଜସ୍ଥାନର କୋଟାଠାରେ ଫସିରହିଥିବା ରାୟଗଡ଼ାର ୯ ଜଣ ଛାତ୍ରଛାତ୍ରୀ ଏକ ସ୍ୱତନ୍ତ୍ର ଗାଡି ଯୋଗେ ରାୟଗଡାରେ ପହଁଚିଲେ । ଘଟଣାରୁ ପ୍ରକାଶ ଯେ ମେଡିକାଲ ଓ ଇଞ୍ଜିନିଅରିଙ୍ଗ କୋଚିଂଗ ନିମନ୍ତେ କୋଟା ସହରକୁ ରାୟଗଡା ଜ଼ିଲ୍ଲାରୁ ୯ ଜଣ ଛାତ୍ର ଛାତ୍ରୀ କୋଚିଂଗ ପାଇଁ ଯାଇଥିଲେ କିନ୍ତୁ ସରକାରଙ୍କ ତାଲା ବନ୍ଦ ଯୋଗୁଁ ସମଗ୍ର ଭାରତରେ ଟ୍ରେନ ଓ ବସ ଯାତାୟାତ ବନ୍ଦ ରହିଲା ସେଥିପାଇଁ ଏହି ଛାତ୍ର ଛାତ୍ରୀ ମାନେ ସେହି କୋଟା ସହରରେ ଫସି ରହିଥଲେ। ସେମାନଙ୍କୁ ଉଦ୍ଧାର ପାଇଁ ସେମାନଙ୍କ ପରିବାର ପକ୍ଷରୁ ଜ଼ିଲ୍ଲାପାଳ ଶ୍ରୀ ପ୍ରମୋଦ କୁମାର ବେହରାଙ୍କୁ ସାକ୍ଷାତ କରି ସେମାନଙ୍କୁ ସେହିଠାରୁ ଉଦ୍ଧାର କରି ଓଡିଶା ଆଣିବା ନିମନ୍ତେ ଅନୁରୋଧ କରାଯାଇଥିଲା।ତଦନୁଶାରେ ରାୟଗଡା ଜ଼ିଲ୍ଲା ପ୍ରଶାସନ ରାଜସ୍ଥାନ ସରକାରଙ୍କ ସହ ଯୋଗାଯୋଗ କରି ଏହି ମାନଙ୍କୁ ଉଦ୍ଧାର କରି ଆଣିଛି। ସେମାନେ ଆଜି ରାୟଗଡାରେ ପହଁଚିଲା ପରେ ରେଜିଷ୍ଟ୍ରେସନ କରିଛନ୍ତି। ସେମାନଙ୍କ ରେଜିଷ୍ଟେସନ ହେଲା ପରେ ନିଜ ନିଜ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ଓ ସେମାନେ ହୋମ କ୍ବାରେଣ୍ଟିନରେ ରହିବେ ବୋଲି ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
