02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରାଜର୍ଷି ବିକ୍ରମଦେବ ବର୍ମାଙ୍କ ୧୫୧ ତମ ଜୟନ୍ତୀ ପାଳନ

କୋରାପୁଟଜିଲ୍ଲା/ଜୟପୁର(ସଖପ୍ର): ରାଜର୍ଷି ବିକ୍ରମଦେବ ସାଂସ୍କୃତିକ ପରିଷଦ ଅରବିନ୍ଦ ନଗର ଜୟପୁର ତରଫରୁ ରାଜର୍ଷି ବିକ୍ରମଦେବ ବର୍ମାଙ୍କ ୧୫୧ ତମ ଜୟନ୍ତୀ ଜୟପୁର ଷ୍ଟେଡିୟମ ପଡିଆ ସଭାକକ୍ଷରେ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନର ମୁଖପତ୍ର ସାହିତ୍ୟ ସମ୍ରାଟ ପତ୍ରିକା ଲୋକାର୍ପଣ ହୋଇଛି। ସଂପାଦକ ପ୍ରକାଶ ମହାନନ୍ଦିଆ ବାର୍ଷିକ ବିବରଣୀ ପାଠ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବନ୍ଦେ ଉତ୍କଳ ଜନନୀ ସଂଗୀତ ଗାନ କରା ଯାଇଥିଲା।ସଭାପତି ଶ୍ରୀଯୁକ୍ତ ପ୍ରଭୁଦାନ ଭତ୍ରାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଵିକ୍ରମ ଦେବ ଓ୍ବାଲକର୍ସ କ୍ଲବ ସଭାପତି ରମାକାନ୍ତ ରାଉଳ, ସମ୍ମାନିତ ଅତିଥି ରୂପେ,ଉପସଭାପତି ଅନୁପ ପାତ୍ର, ସାଧାରଣ ସମ୍ପାଦକ ରବି ନାୟକ ଯୋଗ ଦେଇ ବିକ୍ରମ ଦେବଙ୍କ ସ୍ମୃତି ଚାରଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବାଲା ରାଏ, କୃଷ୍ଣ ହୋତା, ଓ୍ବାଇ ପ୍ରସାଦ, ବାବୁ ରାଏ, ପଞ୍ଚା ପାଳ, ଭବାନୀ ପଣ୍ଡା, ଶ୍ରୀକାନ୍ତ କର୍ଣ୍ଣ, ସୁଧାଂଶୁ ଶେଖର ପଟ୍ଟନାୟକ, ଯଜ୍ଞେଶ୍ୱର ପଣ୍ଡା, ରାଜେନ୍ଦ୍ର ଗୌଡ, ହୃଷିକେଶ ମିଶ୍ର, ଟି ଗୌରିଶଙ୍କର, ସହଦେବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଶେଷରେ ଯଜ୍ଞେଶ୍ୱର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *