ରାଜଧାନୀରେ ଘର ଘର ବୁଲି ଟେଷ୍ଟିଙ୍ଗ କରିବ ମୋବାଇଲ ଭ୍ୟାନ
ଭୁବନେଶ୍ୱର(ସଖପ୍ର): ବିଏମସି ପକ୍ଷରୁ ନିଆରା ପ୍ରୟାସ । ରାଜଧାନୀରେ ଘର ଘର ବୁଲି ଟେଷ୍ଟିଂ କରିବ ମୋବାଇଲ ଭ୍ୟାନ । ବୟସ୍କ ଲୋକ ଘରୁ ନ ଆସି ପାରିଲେ ତାଙ୍କ ପାଖକୁ ଯାଇ ଟେଷ୍ଟିଂ ପାଇଁ ଅଣାଯିବ ସ୍ୱାବ୍। ରାଜଧାନୀର ତିନୋଟି ଜୋନରେ 3ଟି ଭ୍ୟାନ ରହିବ । ବୟସ୍କ ଲୋକଙ୍କ ଘରୁ କୋଭିଡ ଟେଷ୍ଟିଂ ପାଇଁ ଆସି ନ ପାରିଲେ ତାଙ୍କ ପାଖରେ ପହଂଚିବ ଭ୍ୟାନ । ବର୍ତ୍ତମାନ ଦିନକୁ ପାଖାପାଖି 30ଟି ଘର କଭର କରୁଛି ଏହି ଭ୍ୟାନ। ଘରେ ଘରେ ବୁଲୁଥିବା RRT ଟିମ ଓ ଲୋକେ ଖବର ଦେଲା ପରେ ବିଏମସିରେ ଗୋଟିଏ ଦିନପୂର୍ବରୁ ଲିଷ୍ଟ ହେଉଛି। ସେହି ହିସାବରେ ମୋବାଇଲ ଭ୍ୟାନ ଘର ଘର ବୁଲି ସ୍ୱାବ ସଂଗ୍ରହ କରୁଛି। ଏହା ଦ୍ବାରା ଲୋକମାନଙ୍କ ବହୁତ ସୁବିଧା ହେବ ବୋଲି ମତ ପ୍ରକାଶ ପାଇଛି।