06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରନ୍ଧାଖାଦ୍ଯ ବାଟମାରଣା ନେଇ ବିଡ଼ିଓଙ୍କ ଠାରେ ଅଭିଯୋଗ

ବାଲେଶ୍ଵର,୧୦/୪–ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତରେ ରନ୍ଧାଖାଦ୍ଯ ବାଟମାରଣା ନେଇ ବିଡ଼ିଓଙ୍କ ନିକଟରେ ଅଭିଯୋଗ ହୋଇଛି । ଘଟଣାରୁ ଜଣାପଡିଛି ଯେ କରୋନାର ଭୟାବହ ସାରା ବିଶ୍ବକୁ ଗ୍ରାସ କରି ଚାଲିଥିବା ବେଳେ ଦେଶବାସୀଙ୍କୁ ସେଥିରୁ ରକ୍ଷାକରିବା ପାଇଁ ସରକାର ବିଭିନ୍ନ ସତର୍କତା ମୂଳକ ପଦକ୍ଷେପ ନେଉଛନ୍ତି । ଘରୁ ନ ବାହାରିବା, ବାହାରିଲେ ମାକ୍ସ୍ ପିନ୍ଧିବା ଏପରିକି ପ୍ରତି ପଞ୍ଚାୟତରେ ରନ୍ଧାଖାଦ୍ଯ ମଧ୍ୟ ପ୍ରଦାନ କରୁଛନ୍ତି । ଏହି ରନ୍ଧାଖାଦ୍ଯ ବାଟମାରଣା ହେବାନେଇ ଗୋବିନ୍ଦପୁର ପଞ୍ଚାୟତର କେତେଜଣ ବିଡ଼ିଓଙ୍କ ଠାରେ ପଦ୍ମନାଭ ସାମଲ,ଅବନି କୁମାର ଭୂୟାଁ, ଶ୍ଯାମସୁନ୍ଦର ଦାଶ ଓ ସୁରେନ୍ଦ୍ର ଦାସ ପ୍ରମୁଖ ଅଭିଯୋଗ କରିଛନ୍ତି । ଏବାବଦରେ ସରପଞ୍ଚଙ୍କୁ ଯୋଗାଯୋଗ କରିଵାରୁ ପଞ୍ଚାୟତରେ ୪ ଜାଗା ରନ୍ଧାଖାଦ୍ଯ ପ୍ରଦାନ କରାଯାଉଛି। ସରକାରଙ୍କ ଗାଇଡ୍ ଲାଇନ୍ ଅନୁସାରେ ବୋଲି କହିଥିଲେ । ବିଡିଓଙ୍କ ସହିତ ଯୋଗାଯୋଗ ସମ୍ଭଵ ହୋଇପାରିନାହିଁ । ତୁରନ୍ତ ଏହାର ସତ୍ଯାସତ୍ଯ ତଦନ୍ତ କରାଯାଇ ସମସ୍ୟାର ସମାଧାନ କରାଯିବା ପାଇଁ ସଂପୃକ୍ତ ଅଞ୍ଚଳବାସୀ ଦାବି କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *