03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରଜ ମହୋତ୍ସବ ପାଇଁ  ପ୍ରାକ୍ ବୈଠକ ପ୍ରସ୍ତୁତି

କେନ୍ଦୁଝର (ସଖପ୍ର): ଦଳିତ ଆଦିବାସୀ ବିକାଶ ସଂସ୍ଥାନ କେନ୍ଦୁଝର ତରଫରୁ ଝୁମ୍ପୁରା ବ୍ଲକର ବଡନେଉଳି ଗ୍ରାମ ପଞ୍ଚାୟତ ସାବକଧନୁର୍ଜୟପୁରର ମହିଳା ସିଲେଇ ତାଲିମ କେନ୍ଦ୍ର ଠାରେ : ”ରଜ ମହୋତ୍ସବ -୨୦୨୨”ପାଳନ ନିମନ୍ତେ  ଏକପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି। ସମାଜରୁ ହଜିଯାଉଥିବା ପ୍ରାଚୀନ ଲୋକ ସଂସ୍କୃତି, ପରମ୍ପରା ଏବଂ ଭାଇଚାରା କୁ ଉଦ୍ ଜିବିତ କରିବା ପାଇଁ ଓଡ଼ିଆ ମାନଙ୍କର ଅତିପ୍ରିୟ ଗଣପର୍ବ ରଜପର୍ବକୁ ଏକ ମହୋତ୍ସବ ଭାବେ ପାଳନ କରିବାକୁ ଉପସ୍ଥିତ ସମସ୍ତ ବ୍ୟକ୍ତି ବିଶେଷମାନେ ମତାମତ ପ୍ରଦାନ କରିଥିଲେ ।  ପ୍ରତି ବର୍ଷଭଳି ଏ ବର୍ଷ ମଧ୍ୟ ଆସନ୍ତା ତା ୧୪/୬/୨୦୨୨ ରିଖ ଠାରୁ ତା୧୬/୬/୨୦୨୨ରିଖ ଯାଏ ତିନି ଦିନ ଧରି ରଜ ମହୋତ୍ସବ ପାଳନ କରିବା ପାଇଁ ନିଷ୍ପିତି ହୋଇଛି। ଏଥିରେ ରଜ ଦୋଳି ଗୀତ ପ୍ରତିଯୋଗିତା,କୌତୁକିଆ ଖେଳ ସହିତ ବିଭିନ୍ନ ପ୍ରକାର ପାରମ୍ପରିକ ଲୋକଗୀତ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପାଇଁ ସ୍ଥିର କରାଯାଇଛି। ଏହି ମହୋତ୍ସବ ନିମନ୍ତେ ଅଞ୍ଚଳ ବାସିଙ୍କୁ ନେଇ ଏକ ମହୋତ୍ସବ କମିଟି ଗଠନ କରାଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ପାଞ୍ଚ ଗୋଟି ସ୍ବୟଂସହାୟକ ଗୋଷ୍ଠୀର ସମସ୍ତ ସଦସ୍ୟା,ଯୁବ ଗୋଷ୍ଠୀ, ଶିକ୍ଷାବିତ, ସମାଜସେବୀ  ଓ ଗ୍ରାମର ସମସ୍ତ ମା ଭଉଣୀ ସହିତ ଦଳିତ ଆଦିବାସୀ ବିକାଶ ସଂସ୍ଥାନ କେନ୍ଦୁଝରର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି କିପରି ଏହି ମହୋତ୍ସବ ସୁଚାରୁରୂପେ ପାଳିତ ହେବ ତାହା ଆଲୋଚନା କରିଥିଲେ ।

କେନ୍ଦୁଝର ପ୍ରତିନିଧି ରଙ୍ଗାଧର ନାୟକ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *