05/17/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ରକ୍ତ ଅଭାବର ଖବର ପାଇ ବୁର୍ଲା ରକ୍ତଭଣ୍ଡାରରେ ରକ୍ତ ଦାନ କଲେ ବରଗଡର ୧୨ ଜଣ ପୋଲିସ ଅଧିକାରୀ

ବରଗଡଜିଲ୍ଲା: କରୋନା ମୁକାବିଲା କ୍ଷେତ୍ରରେ ପୋଲିସର ଅବଦାନ ଅତୁଳନୀୟ । କିଛି ଦିନ ତଳେ କରୋନା ସଚେତନତା ପାଇଁ ବରଗଡ ପୋଲିସ ଦ୍ବାରା ଗିତ ଗାଇ ସାରା ଜିଲ୍ଲାରେ ପ୍ରଶଂସିତ ବରଗଡ ପୋଲିସ ବିଭାଗ। କରୋନା ମୁକାବିଲା ସମୟରେ ନିସହାୟଙ୍କୁ ଖାଦ୍ୟ ବଣ୍ଟନ , ମାକ୍ସ ବଣ୍ଟନ , ରକ୍ତଦାନ କରିଆସୁଛନ୍ତ। ଏହି ଦୁଃସମୟରେ ବୁର୍ଲା ରକ୍ତ ଭଣ୍ଡାରରେ ରକ୍ତ ଅଭାବ ଥିବାର ଖବର ପାଇ ବରଗଡ S P ପଦ୍ମିନୀ ସାହୁଙ୍କ ନିର୍ଦ୍ଦେଶରେ ବରଗଡ ୧୨ ଜଣ ପୋଲିସ ଅଧିକାରୀ ବୁର୍ଲା ଯାଇ ରକ୍ତଦାନ କରିଛନ୍ତି। ଏହି ମହାନ କାର୍ଯ୍ୟ ପାଇଁ ବରଗଡ ପୋଲିସକୁ ସାରା ପଶ୍ଚିମ ଓଡିଶାରେ ପ୍ରଶଂସାର ପାତ୍ର ପାଲଟିଛି।

ବରଗଡ ପ୍ରତିନିଧି ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *