03/26/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯୁବ ସମାଜସେବୀ ପରକ୍ଷିତ ଛତରଙ୍କ ଉଦ୍ୟମରେ ବରଗଡ ପାଣିଛତ୍ର ଠାରେ ପ୍ରତିଦିନ ୩୦୦ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ

ବରଗଡଜିଲ୍ଲା : ସାରା ଭାରତ ବର୍ଷରେ କରୋନା ଭାଇରସ୍ ଯୋଗୁଁ ସମସ୍ତ ଦୋକାନ ବଜାର ବନ୍ଦ ଥିବା ବେଳେ ଗରିବ ଜନତା ଏବଂ ନିଃସହାୟ ଲୋକଙ୍କୁ ବିଭିନ୍ନ ଅନୁଷ୍ଠାନ , ବ୍ୟକ୍ତିତ୍ବ ମାନେ ମାସ୍କ ବଣ୍ଟନ , ରାସନ ସାମଗ୍ରୀ ବଣ୍ଟନ , ରନ୍ଧାଖାଦ୍ୟ ବଣ୍ଟନ କରୁଛନ୍ତି । ସେହିପରି ବରଗଡ ଜିଲ୍ଲାର ଯୁବ ସମାଜସେବୀ ପରକ୍ଷିତ ଛତରଙ୍କ ଉଦ୍ୟମରେ ଗତ ତା ୧୫,୦୪,୨୦୨୦ରିଖ ଦିନ ଠାରୁ ଆଜି ଦିନ ପର୍ଯ୍ୟନ୍ତ ପ୍ରତିଦିନ ବରଗଡ ପାଣିଛତ୍ର ଠାରେ ତିନିଶହ ପଥଚାରୀ ତଥା ଗରିବ ଲୋକଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରି ନିଃସହାୟଙ୍କ ମୁହଁରେ ହସ ଫୁଟାଉଛନ୍ତି । ଏହି ମହତ କାର୍ଯ୍ୟକୁ ରାଜେଶ ଶଙ୍କର , ଅନିଲ ଛତର , ମୁନ୍ନା ମାଝୀ , ଲକ୍ଷ୍ମୀନାରାୟଣ ସାହୁ , ଆନନ୍ଦ ଛତର , କଏଁଟୁ ମେହେର , ମିଲନ ଦାସ , ପଙ୍କ ମାଝୀ , ମଲୟ ବେହେରା , ଶୁଶିଲ ଭୋଇ , ହେମନ୍ତ ଛତ୍ରିଆ , ଅନ୍ତିମ ପ୍ରଧାନ , କାନ୍ତି ମାଝୀ , କିଶୋର ସାହୁ , ବୁବୁନ ସ୍ବାଇଁ , ଶିକ୍ଷକ ସଞ୍ଜୀବ କୁମାର ଦାସ , ଅମ୍ବୁଜ ବାରିକ , କେଶବ ପଣ୍ଡା , କମଲ ତାଣ୍ଡି ସାନ୍ତାନୁ ନାଏକ , କୁଶ ଜେନା , ପ୍ରେମ ଖମାରୀ , ଦୟାନିଧି ବାଗ , ରାଜୁ ଶର୍ମା , ଉଦ୍ଧବ ବାଗ ପ୍ରମୁଖ ସହଯୋଗ କରୁଛନ୍ତି। ପାଣିଛତ୍ରଠାରେ ଖାଦ୍ୟ ବଣ୍ଟନ କରୁଥିବା ସମସ୍ତ ସ୍ବେଛ୍ଛାସେବୀ ମାନଙ୍କୁ ଜାତୀୟ ମାଷ୍ଟର ଏଥେଲେଟିକ କ୍ରୀଡାବିତ ସନ୍ତୋଷ ପ୍ରଧାନଙ୍କ ସହ ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସଦସ୍ୟ ଚୈତନ୍ୟ ପାଇକ ଉତ୍ସାହିତ ପୂର୍ବକ ସାଧୁବାଦ ଜ୍ଞାପନ କରିଥିଲେ ।

ବରଗଡ ବ୍ୟୁରୋ ମୋତିଲାଲ ବାଗ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *