02/13/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯୁବକଂଗ୍ରେସ ସଭାପତିଙ୍କ ଦଶାହ କାର୍ଯ୍ୟକ୍ରମରେ ଯୋଗଦେଲେ ସାଂସଦ ସପ୍ତଗରୀ ଉଲକା

କୋରାପୁଟଜିଲ୍ଲା/ବୈପାରୀଗୁଡା(ସଖପ୍ର): ଆଜି କୋରାପୁଟ ସାଂସଦ ସପ୍ତଗିରୀ ଉଲକା ଦଳପୁର ଗ୍ରାମରେ ଏକ ଦଶାହ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କିଛିଦିନ ପୂର୍ବରୁ ବୈପାରୀଗୁଡା ବ୍ଲକ ଯୁବକଂଗ୍ରେସ ସଭାପତି ଲକ୍ଷ୍ମଣ ନାୟକଙ୍କର ମୃତ୍ୟୁ ହୋଇଥିଲା। ଲକ୍ଷ୍ମଣ ନାୟକଙ୍କ ଦଶାହ କାର୍ଯ୍ୟକ୍ରମରେ ସାଂସଦ ଯୋଗଦେବାସହ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ। ସାମାଜିକ ଦୂରତା ଓ କୋଭିଡ୧୯ର ସମସ୍ତ ନିୟମ ପାଳନପୂର୍ବକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ କେବିକେ ସମାଚାର ସଂପାଦକ ବିନୋଦ ମହାପାତ୍ର, ବରିଷ୍ଠ ଆଇନଜୀବୀ ମଦନ ନାୟକ, ଆଇନଜୀବୀ ରମେଶ ପାତ୍ର, ଆଇନଜୀବୀ ଗୌର ପାତ୍ର ଓ ସହସ୍ରାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ। ଦଳପୁର ଯିବା ପୂର୍ବରୁ ଜୟପୁର କଂଗ୍ରେସଭବନରେ କଂଗ୍ରେସକର୍ମୀଙ୍କ ସହ ସାଂସଦଙ୍କର ସାକ୍ଷାତ ହୋଇଥିଲା। କୋଭିଡ୧୯ ବିଷୟରେ କର୍ମୀଙ୍କ ସହ ସାଂସଦ ଆଲୋଚନା କରିଥିଲେ। କୋଭିଡ୧୯ ମୂକାବିଲା ସମୟରେ କଣ ସବୁ ସମସ୍ୟା ରହୁଛି କର୍ମୀଙ୍କୁ ପଚାରି ବୁଝିଥିଲେ। ଏହି ଆଲୋଚନା ସମୟରେ କେବିକେ ସମାଚାର ସଂପାଦକ ବିନୋଦ ମହାପାତ୍ର, ବରିଷ୍ଠ ଆଇନଜୀବୀ ମଦନ ନାୟକ, ଜୟପୁର ସହର ସାଂସଦ ପ୍ରତିନିଧି ଆସାନ ମଦାନୀ, ଜୟପୁର ବ୍ଲକ ସାଂସଦ ପ୍ରତିନିଧି କୃଷ୍ଣ ନେପାକ, ବରିଷ୍ଠ କଂଗ୍ରେସ କର୍ମୀ କାନ୍ତ ପାଢୀ, ଗୁପ୍ତ ଗୌଡ, ରାମ ନାୟକ, ଭେଙ୍କଟ ରାଓ, ତାଲବାନ ଖରାଙ୍କ ସହ ଅନ୍ୟ କର୍ମୀମାନେ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *