06/16/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯାଦବ ସମାଜ ତରଫରୁ ଶିବ ଗୌଡଙ୍କୁ ସମ୍ବର୍ଦ୍ଧିତ

କୋରାପୁଟଜିଲ୍ଲା(ସଖପ୍ର): ଜୟପୁର ବିକ୍ରମଦେବ ଜୁନିଅର କଲେଜ +୨କଳା ପରୀକ୍ଷାରେ ଶିବ ଗୌଡ କଲେଜ ଟପ୍ପର ହୋଇଛନ୍ତି। ସେ ହେଉଛନ୍ତି ସ୍ଥାନୀୟ ଗୌଡ ସାହିର ଫାଲଗୁନୀ ଗୌଡଙ୍କ ପୁଅ। ସେ ୫୧୯ ଅର୍ଥାତ ୮୬.୫ ପ୍ରତିଶତ ନମ୍ବର ରଖିଛନ୍ତି। ଭବିଷ୍ୟତରେ ଆଇଏଏସ ହେବାକୁ ଲକ୍ଷରଖିଥିବା ସେ କହିଛନ୍ତି। କଲେଜ ଟପ୍ପର ହୋଇଥିବା ଶିବ କହିଛନ୍ତି ସେ ଦିନକୁ ୧୦ରୁ ୧୧ଘଣ୍ଟା ପରିଶ୍ରମ କରୁଥିଲେ ଓ ବାପା ମାଆଙ୍କ ଆଶୀର୍ବାଦରୁ ଏହା ସମ୍ଭବ ହୋଇଛି। ଆଜି କୋରାପୁଟଜିଲ୍ଲା ଯାଦବ ମହାସଭା ତରଫରୁ ଶିବ ଗୌଡଙ୍କୁ ସମ୍ବର୍ଦ୍ଧିତକରାଯାଇଥିଲା।ସାଧାରଣ ସଂପାଦକ ରାଜେନ୍ଦ୍ର ଗୌଡ, ଉପସଭାପତି ପରମେଶ୍ୱର ପାତ୍ର, ଗୁପ୍ତ ଗୌଡ, ସଭାପତି ମଦନ ନାୟକ, ପୂର୍ବତନ ମୁନିସିପାଲଟି ଚେୟାରମ୍ୟାନ ଜଗଦିଶ ଚନ୍ଦ୍ର ସାହୁ, ଦୟାନିଧି ବେନିୟା ,ନରସିଂହ ଗୌଡ, କାର୍ତ୍ତିକେଶ୍ୱର ପାଣିଗ୍ରାହୀ ଓ ଶିବଙ୍କ ବାପା,ମା ଓ ମାମୁଁ ଉପସ୍ଥିତ ଥିଲେ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *