ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବାରବାଟୀ ପଂଚାୟତରେ ବାଲିଘାଟକୁ ନେଇ ପୁଣି ତେଜିଲା ଅସନ୍ତୋଷ

ଯାଜପୁରଜିଲ୍ଲା (ସଖପ୍ର): ଖବରରୁ ଯାହା ପ୍ରକାଶ ଯେ ଯାଜପୁର ଜିଲ୍ଲାର ଧର୍ମଶାଳା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରସୁଲପୁର ବ୍ଲକର ଭଗତପୁର ଗ୍ରାମ ରେ ବାଲିଘାଟକୁ ନେଇ ପୁରା ଗ୍ରାମବାସୀ ବାଲିଘାଟ ବନ୍ଦ କରିବାକୁ ନେଇ ଯାଜପୁର କଲେକ୍ଟରଙ୍କ ଠାରୁ ଆରମ୍ଭ କରି ରସୁଲପୁର ବ୍ଲକର ତହସିଲଦାର ଏବଂ ବି ଡି ଓ ଙ୍କୁ ଏକ ଦରଖାସ୍ତ ପ୍ରଦାନ କରିଥିଲେ, ଏବଂ ତାହା ପରେ ଗତ ସେପ୍ଟେମ୍ବର ମାସରେ ଇରିଗେଶନ ଅଫିସ ମଧ୍ୟ ଘେରାଉ କରିଥିଲେ, ଗତ ବନ୍ୟାରେ ଭଗତପୁରବାସୀ ଯେପରି ଭାବେ ବନ୍ୟାଜଳର ସମ୍ମୁଖୀନ ହୋଇ ନିଜ ପରିବାର ଏବଂ ଘରବାରୀକୁ ଆଖିରେ ରଖି ପ୍ରଶାସନକୁ ବାଲିଘାଟ ନ ଚଳାଇବା ଆକୁଳ ନିବେଦନ କରିଥିଲେ, କାରଣ ଭଗତପୁର ଗ୍ରାମ ବ୍ରାହ୍ମଣୀ ନଦୀ କୂଳରେ ଅବସ୍ଥିତ, ଯାହା ନଦୀ ପାଖରେ ଥିବା ଏକ ବାଲିକୁଦା ପାଖରେ ରହିଛି, କାହିଁ କେତେ ଅମଳରୁ ସେଠିକାର ବାସିନ୍ଦା ସେଠି ରହିଆସିଛନ୍ତି, ଗତ ବନ୍ୟା ଜଳରେ ପୁରା ଗ୍ରାମ ଜଳମଗ୍ନ ହୋଇ ରହିଥିବା ବେଳେ ପ୍ରଶାସନ ସେଠି ନ ପହଂଚି ପାରିବା ଏକ ଦୁର୍ଭାଗ୍ୟ ଜନକ.ଏବଂ ଆଜିପର୍ଯ୍ୟନ୍ତ ଭଗତପୁରରେ ଥିବା ଗ୍ରାମବାସୀ ମାନେ କିଛି ବନ୍ୟା ସାହାଯ୍ୟ ପାଇଁ ଆସିଥିବା କିଛି ବନ୍ୟା ସାମଗ୍ରୀ ପାଇପାରିଲେ ନାହିଁ।
ସେଥିପାଇଁ ଗ୍ରାମବାସୀ ମାନେ ପ୍ରଶାସନକୁ ଜଣାଇବା ପରେ,ଆଜି ପର୍ଯ୍ୟନ୍ତ ବାଲିଘାଟ ବନ୍ଦ ଥିବା ବେଳେ, ଆଜିପୁଣି ବାଲିମାଫିଆ ମାନେ ଘାଟ ଚଳାଇବା ପାଇଁ ବନ୍ଦୋବସ୍ତ କରି ଏକ ଟ୍ରାକ୍ଟରରେ ବାଲି ଲୋଡ଼ କରି ଯାଉଥିବା ସମୟରେ ଗ୍ରାମବାସୀ ମାନେ ଗାଡିକୁ ଅଟକାଇ ରାସ୍ତା ମଝିରେ ଛାଞ୍ଚୁଣି, ପଂହଁରା ଧରି ରାସ୍ତା ବନ୍ଦ କରିଥିଲେ, ପରେ ଧର୍ମଶାଳା ଥାନାର କିଛି କର୍ମଚାରୀ ଆସି ଗାଡିକୁ ସାଙ୍ଗରେ ନେଇ କିଛି ସମୟ ପରେ ଛାଡି ଦେଇଥିଲେ, ଏବଂ ପରେ ଆମେ ଯାହା ଜାଣିବାକୁ ପାଇଲୁ ସେ ଗାଡିର କିଛି କାଗଜ ପତ୍ର ନାହିଁ।

ଏଠି ସାଧାରଣରେ ଆଲୋଚନା ହେଉଛି ଯେ….
୧=ଯେତେବେଳେ ନବୀନବାବୁଙ୍କ ସରକାର ଏତେ ମାଳ ମାଳ ଯୋଜନା ମାନ କରି ଜନସାଧାରଣଙ୍କୁ ସୁବିଧା ଯୋଗାଉଥିବା ବେଳେ ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଏହାର ଓଲଟା କାହିଁକି ଦେଖିବାକୁ ମିଳୁଛି?
୨=ଧର୍ମଶାଳା ନିର୍ବାଚନ ମଣ୍ଡଳୀରେ ଗରିବ ଖଟିଖିଆ ମାନଙ୍କୁ ସାହାଯ୍ୟ କରିବା ପରିବର୍ତ୍ତେ ସେମାନଙ୍କ ଉପରେ ଏତେ ଅଂହଭାବ କାହିଁକି?
୩=ଏଠି କଣ ଧନୀ ମାନଙ୍କୁ ଆହୁରି ଧନୀ କରି ଗରିବ ଖଟିଖିଆ ମାନଙ୍କୁ ଆହୁରି ଗରିବ କରିବା ପାଇଁ ପ୍ରୟାସ ଚାଲିଛି କି?
୪=ଏଠି କଣ ପ୍ରଶାସନ ଠାରୁ ବାଲିମାଫିଆ ମାନେ ଆହୁରି ଉର୍ଦ୍ଧରେ କି ?
୫=ଏଠି କଣ 5Tସରକାର ମାଫିଆଙ୍କ ଆଗରେ ସ୍ଥାଣୁ ପାଲିଟିଛି ?
୬= ସବୁଠୁ ବଡ଼ ପ୍ରଶ୍ନ ବିନା ଜନଶୁଣାଣୀରେ ସେଠାର ବାଲିଘାଟକୁ ନିଲାମ କରାଗଲା କେମିତି ?
ଏଠି ଅଭିଯୋଗକାରୀଙ୍କ ଅନୁଯାୟୀ ସେଠିକାର ପ୍ରଶାସନ ଠାରୁ ଆରମ୍ଭ କରି ତହସିଲଦାର, BDO, ଧର୍ମଶାଳାର ମାନ୍ୟବର MLA ପ୍ରଣବ ବଳବନ୍ତ ରାୟ, ଏବଂ ସରପଞ୍ଚ କିଛି ମୋଟା ଅଙ୍କର ଟଙ୍କା ନେଇ ବାଲିଘାଟକୁ ଚଳାଇବାପାଇଁ ମସୁଧା କରିଛନ୍ତି।
Good day! This is kind of off topic but I need some guidance from an established blog.
Is it difficult to set up your own blog? I’m not very
techincal but I can figure things out pretty quick.
I’m thinking about creating my own but I’m not sure where
to start. Do you have any points or suggestions?
Cheers
Hi there friends, good article and nice urging commented at this place, I am genuinely enjoying by these.