ଯବାନଙ୍କ ଦ୍ୱାରା ମାଓବାଦୀଙ୍କ ସହୀଦ ସ୍ତମ୍ଭ ଧ୍ବଂସ…
ମାଲକାନଗିରି(ସଖପ୍ର): ଛତିଶଗଡ଼ରେ ମାଓବାଦୀଙ୍କ ସହୀଦ ସ୍ତମ୍ଭ ଧ୍ୱଂସ। ମାଓବାଦୀଙ୍କ ସହୀଦ ସ୍ତମ୍ଭକୁ ଧ୍ୱଂସ କରିଛନ୍ତି ଯବାନ। ବୋମା ପକାଇ ତାକୁ ପୁରା ମାଟିରେ ମିଶାଇ ଦିଆଯାଇଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ଜିଲ୍ଲା ଅରନପୁର ଥାନା ପୋଟାଲି ମିଲକାନା ପାରା ଅଞ୍ଚଳରେ ମାଓବାଦୀଙ୍କ ଏହି ସହୀଦ ସ୍ତମ୍ଭ ଥିଲା । ଦନ୍ତେୱାଡ଼ା ପୋଲିସ ଓ ସିଆରପିଏଫ୍ ଯବାନ କମ୍ବିଂ ବେଳେ ଏହାକୁ ଦେଖିବା ପରେ ବୋମା ଲଗାଇ ତାକୁ ପୁରା ଉଡ଼ାଇ ଦେଇଛନ୍ତି। ଏହା ସହିତ ସେ ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।ନିଜର ଉପସ୍ଥିତି ଜାହିର କରିବା ପାଇଁ ଓ ନିଜର କେଡ଼େଟ ମାନଙ୍କୁ ମନେ ରଖିବା ପାଇଁ ଏପରି ସ୍ତମ୍ଭମାନ ତିଆରି ହୋଇଥାଏ |ମାଲକାନଗିରି ଜିଲ୍ଲାରେ ମଧ୍ୟ ଏପରି ସ୍ତମ୍ଭ ଗୁଡିକୁ ଧ୍ବଂସ କରାଯିବ ବୋଲି ପୋଲିସ ପ୍ରଶାସନ ତରଫରୁ କୁହାଯାଇଛି |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ