12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ଯଦୁଗୁଡା ଈକୋ ଟୂରିଜିମ ସ୍ଥାନଟି କାହିଁକି ଅବହେଳିତ…

ମାଲକାନଗିରି :ମାଲକାନଗିରି ଜିଲ୍ଲାରେ ତିନୋଟି ସ୍ଥାନରେ ଇକୋ ଟୁରୀଜିମ ତରଫରୁ ପାର୍କ ଓ ବଗିଚା ତିଆରି କରାଯାଇଛି | ପିଲାମାନଙ୍କ ପାଇଁ ବିଭିନ୍ନ ଦୋଳି ଓ ବିଭିନ୍ନ ପଶୁ ପକ୍ଷୀ ପ୍ରତିମୂର୍ତ୍ତି କରାଯାଇଛି |ଦୁଇଟି ଇକୋ ପାର୍କ ଚିତ୍ରକୋଣ୍ଡା ଓ ସତିଗୁଡାକୁ ବନ ବିଭାଗ ଠିକ ଭାବରେ ପରିଚାଳନା କରୁଛନ୍ତି |

କିନ୍ତୁ ଯଦୁଗୁଡା ଇକୋ ପାର୍କ କୁ କାହିଁକି ପ୍ରଶାସନ ଭୁଲିଯାଇଛି |ତାହା କିଛି ଜଣାପଡ଼ୁନାହିଁ |ସେଠାକୁ ଯିବା ପାଇଁ ଠିକ ରାସ୍ତା ନାହିଁ, ପିଲାଙ୍କ ପାଇଁ ଉଦ୍ଦିଷ୍ଟ ଦୋଳି ଭାଂଗିକି ପଡିଛି |ସେଠାକାର ଲୋକେ ଅଭିମାନରେ କହିଛନ୍ତି ଯେ ଏହି ଅଂଚଳଟି ସମ୍ପୂର୍ଣ୍ଣ ପ୍ରାକୃତିକ ସୌନ୍ଦର୍ଯ୍ୟଭରା|ଏଠାରେ ଗୁମ୍ଫାରେ ଶିବ ପୂଜା ପାଉଛନ୍ତି |କାର୍ତ୍ତିକ ମାସରେ ଏଠାକୁ ହଜାର ହଜାର କାଉଡିଆ ପାଣି ଢାଳିବାକୁ ଆସନ୍ତି |ଏହାକୁ ପ୍ରଶାସନ ବୋଧେ ଅଣଦେଖା କରୁଛି ଓ ଆମ ଏ ଅଂଚଳ ବୋଧେ ପ୍ରଶାସନର ସାବତ ପୁଅ ପାଲଟିଛି |ଦେଖିବାକୁ ବାକିରହିଲା କେବେ ଜିଲ୍ଲା ପ୍ରଶାସନ ଏହି ସ୍ଥାନକୁ ସୁଚକ୍ଷୁରେ ଦେଖିବ ଓ ତାର ଉନ୍ନତି ହେବ |

ମାଲକାନଗିରିରୁ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ

(ସ ଵ ଖ )

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *