01/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୌଳିକ ସୁବିଧା ଯୋଗାଇ ଦେବାକୁ ଭାଜପା ତରଫରୁ ଟାଙ୍କୁଆ ସରପଞ୍ଚଙ୍କୁ ଦାବୀପତ୍ର

ଜୟପୁର (ସଖପ୍ର): ଆଜି ଭାରତୀୟ ଜନତା ପାର୍ଟି କୋରାପୁଟ ଜିଲ୍ଲାର ସଦସ୍ୟମାନେ ଝିଙ୍କରଗୁଡା ଓ ଶିରିଗୁଡା ଗ୍ରାମବାସୀଙ୍କ ମୌଳିକ ସୁବିଧା ଯୋଗାଇବାକୁ ଟାଙ୍କୁଆ ପଞ୍ଚାୟତ ସରପଞ୍ଚଙ୍କୁ ଦାବୀପତ୍ର ଦିଆଯାଇଥିଲା। ବିଭିନ୍ନ ଆଳ ଦେଖାଇ ଝିଙ୍କରଗୁଡା ଗ୍ରାମର ଉନ୍ନତିକରଣ ପାଇଁ ଅବହେଳା କରାଯାଉଛି। ଏହି ଗ୍ରାମବାସୀ ମାନେ ବର୍ଷା ଦିନର ବହୁତ ହଇରାଣ ହେଉଛନ୍ତି। ଝିଙ୍କରଗୁଡା ଓ ଶିରିଗୁଡା ଗ୍ରାମବାସୀ ମାନେ ପଞ୍ଚାୟତ ଅଫିସକୁ ତିନି କିଲୋମିଟର ବୁଲାଣୀ ରାସ୍ତାରେ ଆସୁଛନ୍ତି। ଯିବା ଆସିବା କରିବାକୁ ନୂଆଗୁଡା ଦେଇ କେନାଲ ରାସ୍ତାର ସଂଯୋଗୀକରଣ ଓ ଝିଙ୍କରଗୁଡା ଗ୍ରାମକୁ ଆଲୋକୀକରଣ ପାଇଁ ଭାଜପାର ସଦସ୍ୟ ମାନେ ସରପଞ୍ଚଙ୍କୁ କହିଥିଲେ। ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଗ୍ରାମବାସୀ ମାନଙ୍କୁ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନ ହେଲେ ଆସନ୍ତା ଦିନରେ ଆମେମାନେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବୁ। ଭାଜପାର ସଦସ୍ୟ ଗୌତମ ସାମନ୍ତରାୟ ଓ କର୍ମୀମାନେ ପିଇଓ ଭବାନୀ ପାଢୀଙ୍କ ଉପସ୍ଥିତିରେ ସରପଞ୍ଚଙ୍କୁ ଦାବୀପତ୍ର ଦେଇଥିଲେ।

ଜୟପୁର ପ୍ରତିନିଧି ମଞ୍ଜିତ ସିଂ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *