ମୌଳିକ ସୁବିଧାରୁ ବଞ୍ଚିତ ଅମର ଶହୀଦଙ୍କ ଜନ୍ମମାଟି…

ମାଲକାନଗିରି (ସ.ଖ.ପ୍ର ): ସ୍ବାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡିଶାର ଆଦିବାସୀ ସମାଜ ସର୍ବଦା ଅତୁଳନୀୟ ଦେଶଭକ୍ତିର ପରିଚୟ ଦେଇଛି। ଦେଶମାତୃକାକୁ ସ୍ବାଧୀନ କରିବା ଲାଗି ଇଂରେଜଙ୍କ ଅକଥନୀୟ ଦଣ୍ଡକୁ ଡରି ନଯାଇ ଦୃଢତାର ସହ ସାମ୍ନା କରିଛି । ଆଉ ଦେଶର କୋଟି କୋଟି ଜନତା ଏବଂ ମାତୃଭୂମିକୁ ସ୍ବାଧୀନ କରିବାକୁ ବିଦ୍ରୋହର ବହ୍ନିରେ ନିଜ ଜୀବନ ଜଳାଞ୍ଜଳି ଦେଇଛନ୍ତି । ଓଡିଶା ଆଦିବାସୀ ମାଟିର ଏମିତି ଜଣେ ବୀରପୁତ୍ର ହେଲେ ଲକ୍ଷ୍ମଣ ନାୟକ । ସ୍ବାଧୀନତା ସଂଗ୍ରାମର ପ୍ରତ୍ୟେକ ପର୍ଯ୍ୟାୟରେ ଓଡିଶାର ଆଦିବାସୀ ସମାଜ ସର୍ବଦା ଅତୁଳନୀୟ ଦେଶଭକ୍ତିର ପରିଚୟ ଦେଇଛି। ଦେଶମାତୃକାକୁ ସ୍ବାଧୀନ କରିବା ଲାଗି ଇଂରେଜଙ୍କ ଅକଥନୀୟ ଦଣ୍ଡକୁ ଡରି ନଯାଇ ଦୃଢତାର ସହ ସାମ୍ନା କରିଛି । ଆଉ ଦେଶର କୋଟି କୋଟି ଜନତା ଏବଂ ମାତୃଭୂମିକୁ ସ୍ବାଧୀନ କରିବାକୁ ବିଦ୍ରୋହର ବହ୍ନିରେ ନିଜ ଜୀବନ ଜଳାଞ୍ଜଳି ଦେଇଛନ୍ତି । ଓଡିଶା ଆଦିବାସୀ ମାଟିର ଏମିତି ଜଣେ ବୀରପୁତ୍ର ହେଲେ ଲକ୍ଷ୍ମଣ ନାୟକ । ଆଦିବାସୀଙ୍କ ପାଇଁ ସେ ମାଲକାନଗିରିର ‘ଗାନ୍ଧୀ’ ଭାବେ ପରିଚିତ ଥିଲେ । ୧୮୯ ୯ ନଭେମ୍ବର ୨୨ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ତେନ୍ତୁଳିଗୁମ୍ମା ଗ୍ରାମରେ ଜନ୍ମିତ ଏହି ମହାନ୍ ଦେଶଭକ୍ତ ସର୍ବଦା ନିଜ ଅଞ୍ଚଳର ଉନ୍ନତି ଦିଗରେ କାମ କରିଥିଲେ । ସେ ସମୟରେ ଜାରି ରହିଥିବା ବ୍ରିଟିଶ କବଳରୁ ମାଟି ମାକୁ ସ୍ବାଧୀନ କରିବାକୁ ୧୯୪୦ ମସିହାରେ ବ୍ୟକ୍ତିଗତ ଆଇନ ଅମାନ୍ୟ ଆନ୍ଦୋଳନରେ ମାତିଲ ଅଞ୍ଚଳର ଜଣେ ସତ୍ୟାଗ୍ରହୀ ଭାବରେ ମନୋନୀତ ହୋଇଥିଲେ । ଆଉ ୯ ମାସ ସଶ୍ରମ କାରାଦଣ୍ଡ ଭୋଗିଥିଲେ । ପରେ ୧୯୪୨ ଭାରତ ଛାଡ ଆନ୍ଦୋଳନରେ ଅନେକ ଯୁବପିଢିଙ୍କୁ ଏକତ୍ର କରି ଇଂରେଜ ଶାସନରୁ ନିଜ ମାତୃଭୂମିକୁ ରକ୍ଷା କରିବାକୁ ନେଇଥିଲେ ନେତୃତ୍ବ । ତାଙ୍କ ଆହ୍ବାନରେ ଅଗଷ୍ଟ ୨୧ ତାରିଖ ଦିନ ଶହ ଶହ ଆଦିବାସୀ କଂଗ୍ରେସ ପତାକା ଧରି ମାଥିଲି ଥାନା ଘେରାଉ କରିଥିଲେ |ଥାନା ପୋଡି ଦେଇଥିଲେ |ସେହି ସମୟରେ ପୋଲିସ ଗୁଳିରେ ସେହି ଅଂଚଳର ୧୧ ଜଣ ବୀର ଶହୀଦ ହୋଇଥିଲେ |ତାଙ୍କ ସ୍ମୃତିରେ ପ୍ରତ୍ୟେକ ବର୍ଷ ମାଥିଲି ଗୁଳିକାଣ୍ଡ ଦିବସ ପାଳିତ ହେଉଛି |ତାପରେ ଲକ୍ଷ୍ମଣ ନାୟକଙ୍କୁ ବନ୍ଦୀ କରାଯାଇଥିଲା ଓ ୧୯୪୩ ମସିହା ମାର୍ଚ୍ଚ ୨୩ ତାରିଖରେ ବ୍ରହ୍ମପୁର ଜେଲରେ ଫାଶୀ ଦିଆ ଯାଇଥିଲା |ଦେଶ ପାଇଁ ଜୀବନ ଦେଲେ ସିନା ତାଙ୍କ ଗାଁ ଏବେ ମଧ୍ୟ ସରକାରଙ୍କ ଅଣଦେଖାର ଶିକାର ହୋଇଛି |ଗାଁକୁ ପକ୍କା ରାସ୍ତାଟିଏ ନାହିଁ |ଏହା ବର୍ତ୍ତମାନ ବୈପାରୀଗୁଡା ବ୍ଲକରେ ଅଛି |ଲୋକେ ବର୍ଷା ଦିନେ ନାହିଁ ନ ଥିବା ଅସୁବିଧା ଭୋଗୁଛନ୍ତି |ରୋଗଗ୍ରସ୍ତ ହେଲେ ମାଥିଲି କିମ୍ବା ବୈପାରୀଗୁଡା ଉପରେ ନିର୍ଭର କରୁଛନ୍ତି |ତାଙ୍କ ଗାଁ ସ୍ୱାଧୀନତା ସଂଗ୍ରାମୀଙ୍କ ଗାଁ ହେଲେ ମଧ୍ୟ ସେପରି କିଛି ଆଖିଦୃଶିଆ ଉନ୍ନତି କରିପାରିନି |ଏହାର ମୂଳରେ ରହିଛି ସରକାରୀ ଉଦାସୀନତା ବୋଲି ଗ୍ରାମବାସୀ ବଡ଼ କ୍ଷୋଭର ସହ ଜଣାଇଛନ୍ତି |