ମୋ ସରକାର ଯୋଜନାରେ ମାଲକାନଗିରି ଜିଲ୍ଲାର ଗୁରୁପ୍ରିୟା ସେତୁ ଓ ମୋଟୁ ପର୍ଯ୍ୟନ୍ତ ରୋଗୀଙ୍କୁ ମାଗଣା ବସ୍ ସେବା
ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ମୋ ସରକାର ଯୋଜନା ଦ୍ୱାରା ଲାଭ ମିଳିଛି |ଆଜି ମାଲକାନଗିରି ଜିଲ୍ଲା ହସ୍ପିଟାଲ ଠାରୁ ମୋଟୁ ଓ ଗୁରୁପ୍ରିୟା ସେତୁ ପର୍ଯ୍ୟନ୍ତ ୨ ଟି ବସ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଦିଆଗଲା |ଏହା ମାଗଣାରେ ରୋଗୀ ଓ ତାଙ୍କ ସମ୍ପର୍କୀୟଙ୍କୁ ହସ୍ପିଟାଲ ଆଣିବ |ଏହା ଦ୍ୱାରା ରୋଗୀ ଲାଭବାନ ହେବେ |ଜିଲ୍ଲା ହସ୍ପିଟାଲରେ ଜିଲ୍ଲାପାଳ ମନୀଷ ଅଗ୍ରୱାଲ, ସି ଡି ଏମ ଓ ଅଜୟ ବୈଥାରୁ ଓ ଅନ୍ୟ ଜିଲ୍ଲା ଅଧିକାରୀମାନେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ |ରୋଗୀମାନେ ଓ ମାଲକାନଗିରି ଜନସାଧାରଣଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି |
ମାଲକାନଗିରିରୁ ପୂର୍ଣ୍ଣ ଚନ୍ଦ୍ର ତ୍ରିପାଠୀ