12/07/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ ତରଫରୁ ଆୟୋଜିତ ଗଦ୍ଯ ସାହିତ୍ୟ ପ୍ରତିଯୋଗିତାରେ ପ୍ରଥମ ହେଲେ ଭାରତୀ ସାହୁ

ବାଲେଶ୍ଵର,୫/୫–ସାମ୍ପ୍ରତିକ ସାହିତ୍ୟ ଜଗତରେ ପଦ୍ଯ ସାହିତ୍ୟକୁ ପ୍ରତ୍ୟେକ ସାରସ୍ବତ ସାଧକ/ସାଧିକାମାନେ ଅତି ଆଗ୍ରହର ସହିତ ଆପଣାଉ ଥିବାବେଳେ ଗଦ୍ଯ ସାହିତ୍ୟ ପ୍ରତି ସେମାନଙ୍କର ଆଗ୍ରହ ଧିରେ ଧିରେ କମି କମି ଯାଉଥିବାର ପରିଲକ୍ଷିତ ହେଉଛି । ଠିକ୍ ଏତିକିବେଳେ ପ୍ରତ୍ୟେକ ସାହିତ୍ଯିକ ଓ ସାହିତ୍ଯିକା ମାନଙ୍କ ମନ ମଧ୍ୟରୁ ଦୂରେଇ ଯାଉଥିବା ଗଦ୍ଯ ସାହିତ୍ୟକୁ ଜାଗ୍ରତ କରିବା ପାଇଁ ୨୦୧୯ ମସିହାରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଠାରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ କରକମଳରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ,ଖଇରା,ବାଲେଶ୍ଵର ଅଣ୍ଟା ଭିଡିଛି । ଅନୁଷ୍ଠାନ ଓଡ଼ିଶାର ପ୍ରତ୍ୟେକ ଜିଲ୍ଲାରୁ ସାହିତ୍ୟ ଅନୁରାଗୀ ମାନଙ୍କୁ ନେଇ ଆରମ୍ଭ କରିଛି ଗଦ୍ଯ ସାହିତ୍ୟ ପ୍ରତିଯୋଗିତା କାର୍ଯ୍ୟକ୍ରମ । ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ପ୍ରବନ୍ଧ ପ୍ରତିଯୋଗିତା ପ୍ରସଙ୍ଗ- “ନାରୀର ଅଧୋପତନ ପାଇଁ ନାରୀ ହିଁ ଦାୟୀ”ରେ (୧)ଭାରତୀ ସାହୁ,ଯୁନିଦାପାଟଣା, ଯାଜପୁର (୨) ସାଗରିକା ମହାନ୍ତି, ବାରିପଦା,ମୟୂରଭଞ୍ଜ (୩)ସରସ୍ୱତୀ ପଣ୍ଡା, ମଙ୍ଗଳପୁର,ଯାଜପୁର (୪)ବାସନ୍ତୀ ଲତା ଜେନା ,ଗାନ୍ଧିନଗର, ନବରଙ୍ଗପୁର (୫)ସନ୍ଧ୍ୟାରାଣୀ ଦାଶ,ଜଗତସିଂହପୁର (୬)ସୁଜାତା ମହାନ୍ତି, ତୁଳସୀପୁର, କଟକ (୭)ରୁକ୍ମଣୀ ସାହୁ,ଉଦଳା, ମୟୂରଭଞ୍ଜ (୮)ସୁସ୍ମିତା ମହାପାତ୍ର, ରାଉରକେଲା, ସୁନ୍ଦରଗଡ (୯)ଶକୁନ୍ତଳା ମିଶ୍ର, ଜଟଣୀ,ଖୋର୍ଦ୍ଧା (୧୦)ରଶ୍ମିତା ପାତ୍ର, ବାରିପଦା, ମୟୂରଭଞ୍ଜ (୧୧)ରୀତା ଅପରାଜିତା ମହାନ୍ତି, ଭୁବନେଶ୍ୱର, ଖୋର୍ଦ୍ଧା ଓ (୧୨) ଦିପ୍ତୀ ପ୍ରିୟଦର୍ଶିନୀ ସୂତାର,ଓରାଳି, ହାଟଡିହି, କେନ୍ଦୁଝର ଆଦି ସାରସ୍ବତ ସାଧିକାମାନେ ଖୁବ୍ ସୁନ୍ଦର ଭାବେ ଉପସ୍ଥାପନା କରି ହ୍ଵାଟ୍ସଆପ୍ ଜରିଆରେ ଅଂଶଗ୍ରହଣ କରିଥିଲେ । ସମସ୍ତଙ୍କର ଗଦ୍ଯ ଗୁଡିକୁ ସମୀକ୍ଷା କରିବା ପାଇଁ ମୁଖ୍ୟ ସମୀକ୍ଷକ ଦାୟିତ୍ୱରେ ଥିଲେ କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ହାବେଳେଶ୍ବର ପଞ୍ଚାୟତ ଜମ୍ଭରା ଗ୍ରାମର ଶିକ୍ଷକ ତଥା ସୁସାହିତ୍ଯିକ ନାରାୟଣ ଚନ୍ଦ୍ର ସେନାପତି। ତାଙ୍କର ସହଯୋଗୀ ପରୀକ୍ଷକମାନଙ୍କ ମୂଲ୍ୟାୟନ ପରେ ପରିଚାଳନା କମିଟିର ସମୀକ୍ଷା ଓ ସିଦ୍ଧାନ୍ତ କ୍ରମେ ଫଳାଫଳ ଘୋଷଣା କରାଗଲା । ଏଥିରେ ଭାରତୀ ସାହୁ ପ୍ରଥମ ସ୍ଥାନ ଅଧିକାର କରି ଶ୍ରେଷ୍ଠ ବିବେଚିତ ହୋଇଥିବା ବେଳେ ୨ୟ ସୁସ୍ମିତା ମହାପାତ୍ର ,୩ୟ ସାଗରିକା ମହାନ୍ତି,୪ର୍ଥ ସରସ୍ୱତୀ ପଣ୍ଡା,୫ମ ସୁଜାତା ମହାନ୍ତି,୬ଷଷ୍ଠ ବାସନ୍ତୀ ଲତା ଜେନା,୭ମ ଦିପ୍ତୀ ଦେବଦର୍ଶିନୀ ସୂତାର,୮ମ ରୁକ୍ମଣୀ ସାହୁ,୯ମ ଶକୁନ୍ତଳା ମିଶ୍ର,୧୦ମ ରଶ୍ମିତା ପାତ୍ର,ଏକାଦଶ(୧୧) ସନ୍ଧ୍ୟାରାଣୀ ଦାସ ଓ ଦ୍ବାଦଶ(୧୨) ସ୍ଥାନ ଅଧିକାର କରିଛନ୍ତି ରୀତା ଅପରାଜିତା ମହାନ୍ତି । ପ୍ରତି ସପ୍ତାହରେ କେବଳ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଅନୁଷ୍ଠାନ ପୁରସ୍କୃତ କରିବା ପାଇଁ ସିନ୍ଧାନ୍ତ ନେଇଛି । ଦୂରେଇ ଯାଉଥିବା ଗଦ୍ଯ ସାହିତ୍ୟକୁ ପ୍ରତିଯୋଗିତା ମାଧ୍ୟରେ ନିକଟତର କରିବା ହେଉଛି ଅନୁଷ୍ଠାନର ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ । ଏମିତି କେତେ ଜଣ ଅଛନ୍ତି ଯେଉଁମାନେ କି ଲେଖାଲେଖି କରୁଛନ୍ତି କିନ୍ତୁ ସାହିତ୍ୟ ଜଗତକୁ ଆସି ନ ପାରି ଘରକୋଣରେ ରହିଛନ୍ତି, ସେମାନଙ୍କୁ ଏହି ପ୍ରତିଯୋଗିତା ମାଧ୍ୟରେ ଖୋଜି ବାହାର କରି ସାହିତ୍ୟ ଜଗତରେ ପରିଚିତ କରାଇବା ହେଉଛି ଅନୁଷ୍ଠାନର ଅନ୍ୟ ଏକ ପ୍ରଧାନ ଲକ୍ଷ୍ୟ । ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ ଚାଲୁ ରହିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ସୂଚନା ପ୍ରଦାନ କରିଛନ୍ତି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *