02/14/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବାଲେଶ୍ବର,୨୭/୧୨- ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ କୁପାରୀ ଗ୍ରାମପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ପରିସରରେ ଆଜି ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ, ଖଇରା ବାଲେଶ୍ବରର ପ୍ରଥମ ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମ ଦୁଇଟି ଅଧିବେଶନରେ ଶେଷ ହୋଇଥିଲା । ସୁ ସାହିତ୍ଯିକ ଓ ଆଦର୍ଶ ଶିକ୍ଷାବିତ୍ ନାରାୟଣ ଚନ୍ଦ୍ର ସେନାପତିଙ୍କ ଉଦଘାଟନ ପରେ ବାଲେଶ୍ବର ଜିଲ୍ଲା ପାଳବେଗୁନିଆ ଗ୍ରାମର କବି ବ୍ରଜେନ୍ଦ୍ର ନାଥ ଗିରିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ବିଭିନ୍ନ ସ୍ଥାନରୁ ଅତିଥିମାନେ ମଞ୍ଚାସୀନ ଥିଲେ । ଦୈନିକ ଖବରକାଗଜ ସମାଜ ଓ କଳିଙ୍ଗ ଟିଭି ସାମ୍ବାଦିକ କୈଳାସ ଚନ୍ଦ୍ର ଦାସଙ୍କ ମଞ୍ଚ ସଂଯୋଜନାରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା କବି କବୟିତ୍ରୀମାନେ କବିତା ପାଠ କରିଥିଲେ । ସେହିପରି ସଂସଦର ସ୍ଥାୟୀ ସଭାପତି ନାରାୟଣ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ବରେ ଦ୍ବିତୀୟ ଅଧିବେଶନରେ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ଯୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଆସନ ଅଳଙ୍କୃତ କରିଥିବା ବେଳେ ଖଇରା ବ୍ଲକ ଉପାଧ୍ଯକ୍ଷ ଜୟନ୍ତ କୁମାର ରାଉତ ମୁଖ୍ୟବକ୍ତା,ସହକାରୀ କୃଷି ଅଧିକାରିଣୀ ରାୟଗଡାର ସଙ୍ଗୀତା ନାୟକ, ଅନୁଷ୍ଠାନର ସହ ସମ୍ପାଦିକା ମମତାମୟୀ ବିଶ୍ବକଲ୍ଯାଣୀ ରାଉତ,ଖଇରା କଲେଜର ପ୍ରାକ୍ତନ ଅଧ୍ଯକ୍ଷ ଉମେଶ ଚନ୍ଦ୍ର ନାୟକ, ସାମ୍ବାଦିକ କୈଳାସ ଚନ୍ଦ୍ର ଦାସ, କବି ବ୍ରଜେନ୍ଦ୍ର ନାଥ ଗିରି,ମୟୂରଭଞ୍ଜ ଜିଲ୍ଲା ବାରିପଦାର ସମାଜସେବୀ ସାଗରିକା ମହାନ୍ତି,କେନ୍ଦ୍ରାପଡାର କବି ଲୋକନାଥ ସାମଲ ଓ ଖଇରା ବ୍ଲକ ମହିଳା ସଭାନେତ୍ରୀ ରଶ୍ମିତା ମହାପାତ୍ର ପ୍ରମୁଖ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇ ଗଦ୍ୟ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ଏଭଳି ଉଦ୍ୟମକୁ ବହୁତ ପ୍ରଶଂସା କରିଥିଲେ । ସାମ୍ବାଦିକତା କରିବା ସହିତ ଗଦ୍ୟ ସାହିତ୍ୟର ଉନ୍ନତି ପାଇଁ ସମ୍ପାଦକ ନରେନ୍ଦ୍ର ବେହେରାଙ୍କର ପ୍ରୟାସକୁ ସମ୍ମାନ ଜଣାଇ ରାଜ୍ୟର ବିଭିନ୍ନ ସ୍ଥାନରୁ କବି କବୟିତ୍ରୀମାନେ ବାଲେଶ୍ବର ଜିଲ୍ଲା ବୌଦ୍ଧ କ୍ଷେତ୍ର କୁପାରୀକୁ ଛୁଟି ଆସିଥିବାରୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ସମସ୍ତଙ୍କୁ ଧନ୍ୟବାଦ ଦେବାସହ ସମ୍ପାଦକ ନରେନ୍ଦ୍ର ବେହେରାଙ୍କ ଉଦ୍ୟମକୁ ପ୍ରଶଂସା କରିଥିଲେ । ଅନୁଷ୍ଠାନର ସହ ସମ୍ପାଦିକା ମମତାମୟୀ ବିଶ୍ବକଲ୍ଯାଣୀ ରାଉତଙ୍କୁ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀ ପ୍ରଥମେ ସମ୍ବର୍ଦ୍ଧିତ କରି ସମ୍ବର୍ଦ୍ଧନା ପର୍ବର ଶୁଭାରମ୍ଭ କରିଥିଲେ । ଅନୁଷ୍ଠାନର କର୍ମକର୍ତ୍ତାମାନେ ମୁଖ୍ୟ ଅତିଥି ଓ ମୁଖ୍ୟ ବକ୍ତାଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ବାର୍ଷିକ ମୁଖପତ୍ର ” ସମ୍ପୂର୍ଣ୍ଣା ” ମୁଖ୍ୟ ଅତିଥିଙ୍କ ଦ୍ବାରା ଉନ୍ମୋଚିତ ହୋଇଥିଲା । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ନାରାୟଣ ଚନ୍ଦ୍ର ସେନାପତି, ରୁକ୍ମଣୀ ସାହୁ,ସରସ୍ବତୀ ପଣ୍ଡା, ସାଗରିକା ମହାନ୍ତି, ସଙ୍ଗୀତା ନାୟକ, କୈଳାସ ଚନ୍ଦ୍ର ଦାସ,ଭାରତୀ ସାହୁଙ୍କ ସମେତ ମୋଟ ୫୦ରୁ ଉର୍ଦ୍ଧ୍ବ କବି କବୟିତ୍ରୀମାନଙ୍କୁ ମଞ୍ଚାସୀନ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠାନର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ବିଷୟରେ ସମ୍ପାଦକ ମଞ୍ଚାସୀନ ଅତିଥିମାନଙ୍କୁ ଅବଗତ କରାଇଥିଲେ । ସାମ୍ବାଦିକ କୈଳାସ ଚନ୍ଦ୍ର ଦାସଙ୍କ ଅତିଥି ପରିଚୟ ଓ ମୋ ଅନୁଷ୍ଠାନ ସମ୍ବନ୍ଧୀୟ ଅଭିଭାଷଣରେ ଉଭୟ ମଞ୍ଚ ସରସ ସୁନ୍ଦର ହୋଇ ଉଠିଥିଲା ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *