ମୋ ଅନୁଷ୍ଠାନ ସାହିତ୍ୟ ସଂସଦକୁ ସହାୟତାର ହାତ ବଢାଇଲେ ଗାୟିକା ସାଗରିକା ମହାନ୍ତି
ଖଇରା,୨୯/୭–ବର୍ତ୍ତମାନ ସମାଜର କବି କବୟିତ୍ରୀ ମାନେ ପଦ୍ଯ ସାହିତ୍ୟ ପ୍ରତି ଆକୃଷ୍ଟ ହେଉଥିବାରୁ କ୍ରମଶଃ ସେମାନଙ୍କ ଠାରୁ ଧିରେ ଧିରେ ଗଦ୍ଯ ସାହିତ୍ୟ ଦୂରେଇ ଯାଉଥିବାର ଅସନ୍ତୋଷ ଦେଖାଯାଉଛି । ଏହି ଗଦ୍ଯ ସାହିତ୍ୟକୁ ନିକଟତର କରିବା ତଥା ତା’ର ବିକାଶ ପାଇଁ ବାଲେଶ୍ଵର ଜିଲ୍ଲା ଖଇରା ଠାରେ ୨୦୧୯ ମସିହାରେ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ସମ୍ପାଦନାରେ ଗଢିଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ ଉନ୍ନତି ପାଇଁ ଅଣ୍ଟା ଭିଡିଛି । ଏଥିପାଇଁ ପ୍ରତି ମାସରେ ହ୍ଵାଟ୍ସଆପ୍ ମାଧ୍ୟମରେ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଜାରିରଖିଛି । ଏଥିରେ ମୁଖ୍ୟତଃ ଗଳ୍ପ ଓ ପ୍ରବନ୍ଧ ଉପରେ ଗୁରୁତ୍ୱ ଦିଆଯାଉଛି । ଗୋଟିଏ ପରେ ଗୋଟିଏ ପର୍ଯ୍ଯାୟ ଅତିକ୍ରମ କରି ଆଜି ୯ମ ପର୍ଯ୍ଯାୟର ପ୍ରସଙ୍ଗ ” ସାମ୍ପ୍ରତିକ ପଦ୍ଯ ସାହିତ୍ୟ “ର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ୧୭ଜଣ ପ୍ରତିଯୋଗୀ ହ୍ଵାଟ୍ସଆପ୍ ଜରିଆରେ ଅଂଶ ଗ୍ରହଣ କରି ବହୁତ ସୁନ୍ଦର ସୁନ୍ଦର ଲେଖା ଲେଖିଥିଲେ । ସେଥିମଧ୍ୟରୁ ସୁନ୍ଦରଗଡ ଜିଲ୍ଲା ସେକ୍ଟର-୧୬, ରାଉରକେଲା ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତଥା ସୁ କବୟିତ୍ରୀ, ସୁ ଲେଖିକା ସୁସ୍ମିତା ମହାପାତ୍ର ପ୍ରଥମ, ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ମୁକୁନ୍ଦମିଶ୍ର ନଗର, ପୁରୀର ଶିକ୍ଷୟିତ୍ରୀ ନିବେଦିତା ମହାପାତ୍ର ଦ୍ବିତୀୟ ସ୍ଥାନ ଅଳଙ୍କୃତ କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲା ରାଜକନିକା ସ୍ଥିତ ତୁଳସୀ ମହାବିଦ୍ୟାଳୟର ଅଧ୍ଯାପିକା ତେଜସ୍ବିନୀ ସାମଲ,ପାରଳାଖେମୁଣ୍ଡି ଗଜପତିର ଡମ୍ବରୁଧର ବେହେରା, ଯୁନିଦାପାଟଣା, ଯାଜପୁରର ଭାରତୀ ସାହୁ ଓ ଗାୟତ୍ରୀ ନଗର ଢେଙ୍କାନାଳର ଅଧ୍ଯାପିକା ସସ୍ମିତା ଦାସ ୩ୟ ସ୍ଥାନ ଅଧିକାର କରି ଅନୁଷ୍ଠାନ ପାଇଁ ଗୌରବ ସାଜିଛନ୍ତି । ସମୀକ୍ଷା ମଣ୍ଡଳୀର ସମୀକ୍ଷା ପରେ ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଠାରୁ ସବୁଜ ସଙ୍କେତ ମିଳିବା ପରେ ଅନୁଷ୍ଠାନ ଦ୍ବାରା ଫଳାଫଳ ଘୋଷଣା ହୋଇଛି । ଗଦ୍ଯ ସାହିତ୍ୟର ବିକାଶ ପାଇଁ ସାରସ୍ବତ ସାଧିକା/ସାଧକ ମାନଙ୍କର ଉଦ୍ଯମକୁ ପ୍ରଶଂସା କରି ମୟୂରଭଞ୍ଜ ଜିଲ୍ଲା ବାରିପଦାର ଗାୟିକା, ସୁ-କବୟିତ୍ରୀ, ସୁ-ଲେଖିକା ଓ ସୁ-ବ୍ଯବସାୟୀକା ସାଗରିକା ମହାନ୍ତି ୧ମ , ୨ୟ ଓ ୩ୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ଖୁସିରେ ୭୦୦ଟଙ୍କା ଦେଇଛନ୍ତି । ଗଦ୍ଯ ସାହିତ୍ୟର ବିକାଶ କିପରି ଆହୁରି ଆଗକୁ ଆଗେଇ ପାରିବ ସେଥିପାଇଁ ଶ୍ରୀମତୀ ମହାନ୍ତି ସମସ୍ତ ଅଂଶ ଗ୍ରହଣକାରୀ ମାନଙ୍କୁ ପ୍ରେରଣା ମଧ୍ୟ ଦେଇଛନ୍ତି । ଶେଷରେ ଗଦ୍ଯ ସାହିତ୍ୟକୁ ଭଲ ପାଉଥିବା ଶ୍ରୀମତୀ ମହାନ୍ତି ମୋ ଅନୁଷ୍ଠାନ ସାହିତ୍ୟ ସଂସଦର ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କର ଏଭଳି ପ୍ରୟାସ ସର୍ବଦା ଜାରି ରହୁ , ଗଦ୍ଯ ସାହିତ୍ୟର ଉନ୍ନତି ହେଉ, ଅନୁଷ୍ଠାନ ଦେଶବିଦେଶରେ ପରିଚିତ ହେଉ ବୋଲି କହି ପ୍ରଶଂସା କରିଥିଲେ ।