ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଅନୁଷ୍ଠାନକୁ ସହାୟତା କଲେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ
ବାଲେଶ୍ବର,୬/୭–ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ତରଫରୁ ହ୍ଵାଟ୍ସଆପ୍ ଦ୍ବାରା ଗତକାଲି ଆୟୋଜିତ ମେଧାଅନ୍ବେଷଣ ବା ” ଆସ କିଛି ଜାଣିବା ” କାର୍ଯ୍ୟକ୍ରମର ଫଳାଫଳ ଆଜି(ସୋମବାର) ଘୋଷିତ ହୋଇଛି । ଏଥିରେ ଓଡିଶା ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଯଥା-ଦେବିପ୍ରିୟା ଦାସ,ଖୋର୍ଦ୍ଧା, ତେଜସ୍ବିନୀ ସାମଲ,କେନ୍ଦ୍ରାପଡା, ସ୍ବର୍ଣ୍ଣଲତା ପତି,ସମ୍ବଲପୁର, ରଞ୍ଜନ ପଣ୍ଡା, କୋରାପୁଟ, ସୀମାଞ୍ଚଳ ପଣ୍ଡା, ଗଞ୍ଜାମ, ଅଶୋକ କୁମାର ପ୍ରଧାନ, ଢେଙ୍କାନାଳ, ଜ୍ଯୋତି ଶଙ୍କର ତ୍ରିପାଠୀ, କୋରାପୁଟ, ଅନାମ ଚରଣ ସାହୁ, ପୁରୀ,ସଙ୍ଗୀତା ନାୟକ, ରାୟଗଡ଼ା, ବନିତା ସ୍ବାଇ ମାନଧାତା, କେନ୍ଦ୍ରାପଡା, ସରସ୍ବତୀ ପଣ୍ଡା, ଯାଜପୁର, ସୁଦର୍ଶନ ମହାପାତ୍ର, କଟକ,ଦେବାଶିଷ ପଟ୍ଟନାୟକ, କଟକ,ଦୀପ୍ତି ଦେବଦର୍ଶିନୀ ସୂତାର, କେନ୍ଦୁଝର, ସାଗରିକା ମହାନ୍ତି, ମୟୂରଭଞ୍ଜ, ଛବିରାଣୀ ପତି,ଜଗତସିଂହପୁର, ପ୍ରିୟମ୍ବଦା ମହାନ୍ତି, ମାଲକାନଗିରି, ତୃପ୍ତିରାଣୀ ପାତ୍ର, ବାଲେଶ୍ବର, ନିବେଦିତା ମହାପାତ୍ର, ପୁରୀ ଓ ମନୋଜ କୁମାର ମହାନ୍ତ ମୟୂରଭଞ୍ଜ ଜିଲ୍ଲାରୁ ମୋଟ ୨୦ଜଣ ପ୍ରତିଯୋଗୀ ଭାଗନେଇଥିଲେ । ସେଥିମଧ୍ୟରୁ ଢେଙ୍କାନାଳ ଜିଲ୍ଲାରୁ ଅଶୋକ କୁମାର ପ୍ରଧାନ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାରୁ ବନିତା ସ୍ବାଇଁ ମାନଧାତା ଦ୍ବିତୀୟ ସ୍ଥାନ ଅଧିକାର କରି ଅନୁଷ୍ଠାନକୁ ଗୌରବାନିତ୍ବ କରିଥିବାରୁ ମୋ ଅନୁଷ୍ଠାନ ପରିବାର ତରଫରୁ ଉଭୟଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦେବା ସଙ୍ଗେ ସଙ୍ଗେ ସମସ୍ତ ପ୍ରତିଯୋଗୀ ମାନଙ୍କର ଉଦ୍ଯମକୁ ସାଧୁବାଦ ଜଣାଯାଇଛି । ଏଥିସହିତ ଅନୁଷ୍ଠାନର ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅକ୍ଳାନ୍ତ ପରିଶ୍ରମ ଓ ପରିବାର ପ୍ରତି ଥିବା ଭଲ ପାଇବାକୁ ମଧ୍ୟ ସ୍ବାଗତ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ହୋଇ ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ସରକାରୀ ପ୍ରାଥମିକ ବିଦ୍ୟାଳୟ, କୃଷ୍ଣଦାସପୁରର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ ବିହାରୀ ଦାସ ପ୍ରଥମ ଓ ଦ୍ବିତୀୟ ସ୍ଥାନ ଅଧିକାର କରିଥିବା ବ୍ଯକ୍ତି ଦ୍ବୟଙ୍କୁ ଖୁସିହୋଇ ସ୍ବ-ଇଚ୍ଛାରେ ୧୦୦(ଏକ ଶତ)ଟଙ୍କା ପ୍ରଦାନ କରିଛନ୍ତି । ଶ୍ରୀ ଦାସଙ୍କ ଅକୁଷ୍ଠଚିତ ସହାୟତା ରାଶିକୁ ଅନୁଷ୍ଠାନ ଗ୍ରହଣ କରିଛି ବୋଲି ଅନୁଷ୍ଠାନର ସମ୍ପାଦକ ଓ ସମୀକ୍ଷକ ନରେନ୍ଦ୍ର ପ୍ରସାଦ ବେହେରା ଏବଂ ନାରାୟଣ ଚନ୍ଦ୍ର ସେନାପତି ଗଣମାଧ୍ୟମକୁ ଜଣାଇଛନ୍ତି ।
ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ ।
Very useful & informative