12/05/2024

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

” ମୋ ଅନୁଷ୍ଠାନ ” ମେଧାଅନ୍ବେଷଣ ବା ଆସ କିଛି ଜାଣିବା କାର୍ଯ୍ୟକ୍ରମରେ ସନ୍ତୁଷ୍ଟ ହୋଇ ସହାୟତାର ହାତ ବଢାଇଲେ ଅଟୋ ଚାଳକ

ବାଲେଶ୍ଵର,୨/୮–ଗତ ୨୦୧୯ ମସିହାରେ ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ” ମୋ ଅନୁଷ୍ଠାନ ” ସାହିତ୍ୟ ସଂସଦ ତରଫରୁ ହ୍ଵାଟ୍ସଆପ୍ ମାଧ୍ୟମରେ ପ୍ରତି ମାସ ଓ ପ୍ରତି ସପ୍ତାହରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ହେଉଛି । ସେଥିମଧ୍ୟରୁ ଆଜି(୨/୮/୨୦୨୦) ରବିବାର ଆୟୋଜିତ ମେଧାଅନ୍ବେଷଣ ବା ” ଆସ କିଛି ଜାଣିବା ” କାର୍ଯ୍ୟକ୍ରମର ଫଳାଫଳ ଘୋଷିତ ହୋଇଛି । ଏଥିରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ମୋଟ ୨୪ ଜଣ ପ୍ରତିଯୋଗୀ ଭାଗନେଇ ବିଭିନ୍ନ ସ୍ଥାନରେ ସ୍ଥାନିତ ହୋଇଛନ୍ତି । ସେଥିମଧ୍ୟରୁ ଯୁଗ୍ମରେ ପ୍ରଥମ ମଙ୍ଗଳପୁର, ଯାଜପୁରର ସୁ ଗୃହିଣୀ ତଥା ସୁ କବୟିତ୍ରୀ ସରସ୍ବତୀ ପଣ୍ଡା ଓ ମାଲକାନଗିରିର କବୟିତ୍ରୀ ପ୍ରିୟମ୍ବଦା ରାଉତ, ୨ୟ ସ୍ଥାନ ଅଧିକାର କରିଛନ୍ତି ଯୁଗ୍ମରେ ଜୟପୁର, କୋରାପୁଟର ଶିକ୍ଷୟିତ୍ରୀ ସଞ୍ଜୁକ୍ତା ରାଉତ ଏବଂ ଓରାଳି, କେନ୍ଦୁଝରର ଶିକ୍ଷୟିତ୍ରୀ ଦିପ୍ତୀ ଦେବଦର୍ଶିନୀ ସୂତାର, ବାଲେଶ୍ବରର ସୁ କବୟିତ୍ରୀ ପ୍ରଣତି ମହାପାତ୍ର,ରାଉରକେଲାର ସୁସ୍ମିତା ମହାପାତ୍ର, ସମ୍ବଲପୁରର କଳ୍ପନା ରାୟଙ୍କ ସମେତ ଅନ୍ୟ ପ୍ରତିଯୋଗୀମାନେ ବିଭିନ୍ନ ସ୍ଥାନ ହାସଲକରି ବହୁତ ସୁନ୍ଦର ସୁନ୍ଦର ଉତ୍ତର ଦେଇଥିଲେ । ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମରୁ କିଛି ଶିକ୍ଷା ମିଳୁଛି ବୋଲି ପ୍ରତିଯୋଗୀମାନେ ମତ ପ୍ରକାଶ କରିଛନ୍ତି ଏବଂ ପ୍ରତି ରବିବାର ଏ କାର୍ଯ୍ୟକ୍ରମ ଚାଲୁରଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି । ସାରା ଓଡ଼ିଶାରୁ ପ୍ରତିଯୋଗୀମାନେ ଭାଗନେଇ ବିଭିନ୍ନ ସ୍ଥାନ ଅଧିକାର କରିଥିବାରୁ ଅନୁଷ୍ଠାନ ସମସ୍ତ ପ୍ରତିଯୋଗୀମାନଙ୍କୁ ଶୁଭେଚ୍ଛା ପ୍ରଦାନ କରିଛି । ଏହିଭଳି ସମସ୍ତ ପ୍ରତିଯୋଗୀ ମାନଙ୍କର ଉଦ୍ଯମ ସର୍ବଦା ଜାରିରହୁ , ସମସ୍ତେ କିଛି ନା କିଛି ଜାଣନ୍ତୁ ଓ ଅନ୍ୟମାନଙ୍କୁ କିଛି ଜଣାନ୍ତୁ , ଏହା ଅନୁଷ୍ଠାନର ପ୍ରଧାନ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ବୋଲି ସମୀକ୍ଷା ମଣ୍ଡଳୀ ପ୍ରକାଶ କରିଛି । ମୁଖ୍ୟ ସମୀକ୍ଷକଙ୍କ ଦ୍ଵାରା ପ୍ରଶ୍ନ ଦିଆଯାଇଥାଏ ଏବଂ ଶେଷରେ ତାଙ୍କ ଠାରୁ ଫଳାଫଳ ପାଇଲାପରେ ଅନୁଷ୍ଠାନ ଘୋଷଣା କରିଥାଏ । ମୁଖ୍ୟ ସମୀକ୍ଷକ ନାରାୟଣ ଚନ୍ଦ୍ର ସେନାପତିଙ୍କ ଅକ୍ଳାନ୍ତ ପରିଶ୍ରମ ଓ ପରିବାର ପ୍ରତି ଥିବା ଭଲ ପାଇବାକୁ ଅନୁଷ୍ଠାନ କେବେବି ଭୁଲି ପାରିବ ନାହିଁ । ଫଳାଫଳ ଘୋଷଣାରେ ଯଦି କାହାରି ମନରେ କିଛି ପ୍ରଶ୍ନ ଉଠୁଥାଏ , ସିଧାସଳଖ ମୁଖ୍ୟ ସମୀକ୍ଷକଙ୍କ ସହିତ ଫୋନ ମାଧ୍ୟମରେ ଯୋଗଯୋଗ କରିପାରିବେ ବୋଲି ସମସ୍ତଙ୍କୁ ସୂଚେଇ ଦିଆଯାଉଛି । ଅନୁଷ୍ଠାନର ପ୍ରତି କାର୍ଯ୍ୟକ୍ରମ ସର୍ବଦା ଜାରି ରହିବ ବୋଲି ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରା ଗଣମାଧ୍ୟମକୁ ଜଣାଇଛନ୍ତି । ପ୍ରକାଶ ଥାଉକି ଏହି କାର୍ଯ୍ୟକ୍ରମରେ ଖୁସି ହୋଇ ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତର ଜଣେ ସାଧାରଣ ଅଟୋ ଚାଳକ ଯେ କି ସାରା ଦିନର ଝାଳବୁହା ପରିଶ୍ରମରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀଙ୍କୁ ଏକଶହ(୧୦୦)ଟଙ୍କା ପ୍ରଦାନ କରିଛନ୍ତି । ଯାହାକି ଅନୁଷ୍ଠାନକୁ ଲୋକମାନଙ୍କର ଭଲ ପାଉ ଥିବାର ସୁଅ ଛୁଟି ଚାଲି ଥିବାର ପ୍ରମାଣ ମିଳୁଛି । ଧନ୍ୟବାଦ ସହକାରେ ମୋ ଅନୁଷ୍ଠାନ ପରିବାର ଗ୍ରହଣ କରିବା ସହ ଶ୍ରୀ ମାଝୀଙ୍କ ଦୀର୍ଘ ଜୀବନ କାମନା କରିଛି ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *