02/18/2025

Sabubarga Khabar

ସତ୍ୟ,ନିର୍ଭୀକ,ନିରପେକ୍ଷ ସ୍ୱର

ମୋ ଅନୁଷ୍ଠାନ ଗଳ୍ପ ପ୍ରତିଯୋଗିତାରେ ଏଥର ତୃତୀୟ ସ୍ଥାନରେ ବାଲେଶ୍ବର ଜିଲ୍ଲା

ବାଲେଶ୍ବର,୧୨/୫(ସଖପ୍ର): ମନୁଷ୍ଯ ସାମାଜିକ ପ୍ରାଣୀ । ତେଣୁ ଏ ସମାଜରେ ଚଳିବାକୁ ହେଲେ ସମାଜର ନୀତି ନିୟମ ମାନିବାକୁ ପଡିବ ଏବଂ ମାତୃଭାଷାକୁ ସୁଦୃଢ କରିବାକୁ ହେବ । ମନୁଷ୍ଯର ଜୀବନକାଳ ମଧ୍ୟରେ ମନରେ ଅନେକ କିଛି ଆଶା,ଭରସା ଓ ମନରେ ଇଚ୍ଛା ଥାଏ । କେତେବେଳେ ପୂରଣ ହୁଏ ତ କେତେବେଳେ ଅଧୁରା ହୋଇ ରହିଯାଏ । ମାତୃଭାଷା ଉନ୍ନତିରେ ସାହିତ୍ୟ ମୁଖ୍ୟ ଭୂମିକା ନିର୍ବାହ କରିଥାଏ । ତେଣୁ ଭାଷା ସାହିତ୍ୟର ଉନ୍ନତି ବିନା ମାତୃଭାଷାର ଉନ୍ନତି ଅସମ୍ଭବ । ମନୁଷ୍ୟ ସାହିତ୍ୟ ମାଧ୍ୟମରେ ଜୀବନର ଇଚ୍ଛାକୁ ପରିପ୍ରକାଶ କରିଥାଏ । ଏହି ପରିପ୍ରେକ୍ଷୀରେ ବାଲେଶ୍ବର ଜିଲ୍ଲା ଖଇରା ଠାରେ ଗଢି ଉଠିଥିବା ମୋ ଅନୁଷ୍ଠାନ ସାହିତ୍ୟ ସଂସଦ ଫେସବୁକ୍ ଗୃପ୍ ତରଫରୁ ଏକ ଗଳ୍ପ ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ଯାହାର ୧୬ ପର୍ଯ୍ଯାୟ ପ୍ରସଙ୍ଗ ଥିଲା ” ଶେଷ ଇଚ୍ଛା ” । ଏହି ରାଜ୍ୟ ସ୍ତରୀୟ ଗଳ୍ପ ପ୍ରତିଯୋଗିତାରେ ପ୍ରସଙ୍ଗ- ” ଶେଷ ଇଚ୍ଛା “କୁ ନେଇ ବିଭିନ୍ନ ଜିଲ୍ଲାରୁ ସନ୍ଧ୍ୟାରାଣୀ ଦାଶ(ଜଗତସିଂହପୁର),ରଞ୍ଜୁଲତା ପାଢୀ(ସୁନ୍ଦରଗଡ),ଜୟଶ୍ରୀ ପାତ୍ର(ବାଲେଶ୍ବର),ବୀରକିଶୋର ନାୟକ(ଢେଙ୍କାନାଳ),ସୁସ୍ମିତା ମହାପାତ୍ର(ସୁନ୍ଦରଗଡ଼),ଏଲୀ ଦାସ(ଢେଙ୍କାନାଳ),ପ୍ରିୟମ୍ବଦା ରାଉତ(ମାଲକାନଗିରି),ଅଳକା ମହାପାତ୍ର(ସମ୍ବଲପୁର),ରଞ୍ଜିତା ସାହୁ(ଜଗତସିଂହପୁର),ଭାରତୀ ସାହୁ(ଯାଜପୁର),ପ୍ରତାପ କିଶୋର ରାଉତ(କେନ୍ଦୁଝର) ଏବଂ ସଞ୍ଜୁକ୍ତା ସାହୁ(ଜଗତସିଂହପୁର) ପ୍ରମୁଖ ସାହିତ୍ଯିକା/ସାହିତ୍ଯିକ ମାନେ ନିଜନିଜର ଭାବନାକୁ ନେଇ ସୁନ୍ଦର ସୃଷ୍ଟି ସହିତ ଅଂଶ ଗ୍ରହଣ କରିଥିଲେ । ସେଥିମଧ୍ୟରୁ ରଞ୍ଜୁଲତା ପାଢୀ ପ୍ରଥମ,ଭାରତୀ ସାହୁ ଦ୍ବିତୀୟ ଓ ଜୟଶ୍ରୀ ପାତ୍ର ତୃତୀୟ ସ୍ଥାନ ଅଧିକାର କରି ନିଜ ଅଞ୍ଚଳ ତଥା ଜିଲ୍ଲା ପାଇଁ ଗୌରବ ଅର୍ଜନ କରିବା ସଙ୍ଗେ ସଙ୍ଗେ ଗଦ୍ଯ ସାହିତ୍ୟର ବିକାଶ ଦିଗରେ ଆଗଭର ହୋଇଛନ୍ତି ।

ସେହିପରି ୧୫ ପର୍ଯ୍ଯାୟ ପ୍ରବନ୍ଧ- ” ନାରୀ ଓ ପୁରୁଷ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ” ରେ ବୀରକିଶୋର ନାୟକ ପ୍ରଥମ,ସୁସ୍ମିତା ମହାପାତ୍ର ଦ୍ବିତୀୟ ଓ ସଞ୍ଜୁକ୍ତା ସାହୁ ତୃତୀୟ ସ୍ଥାନ ଅଧିକାର କରିଥିଲେ । ମୋ ଅନୁଷ୍ଠାନ ଆଳଦା, ଖଇରା,ବାଲେଶ୍ବର ଫେସବୁକ୍ ଗୃପରେ ବନ୍ଧୁ ଭାବେ ଜଡିତ ହୋଇ ରହିଥିବା ଖଇରା ବଜାରର ଶିବଶଙ୍କର ଔଷଧ ଦୋକାନର ମାଲିକ ନଟାପଡା ଗ୍ରାମ ନିବାସୀ ନିକୁଞ୍ଜ କିଶୋର ଲେଙ୍କା କୃତି ପ୍ରତିଯୋଗୀ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଏବଂ ଗଦ୍ଯ ସାହିତ୍ୟ ସରସ ସୁନ୍ଦର ହୋଇ ଆହୁରି ଆଗକୁ କିପରି ଆଗେଇ ଚାଲିବ ସେଥିପାଇଁ ଆଉ ଦି’ ପାଦ ଆଗେଇବା ପାଇଁ ପରମର୍ଶ ଦେଇଛନ୍ତି । କାରଣ ଶ୍ରୀ ଲେଙ୍କା ଦୈନିକ ଫେସବୁକ୍ ରେ ହେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମକୁ ତନ୍ନତନ୍ନ କରି ପଡଢିଥାନ୍ତି । ଗଦ୍ଯ ସାହିତ୍ୟର ବିକାଶ ପାଇଁ ମୋ ଅନୁଷ୍ଠାନ ସମ୍ପାଦକ ନରେନ୍ଦ୍ର ପ୍ରସାଦ ବେହେରାଙ୍କର ଏଭଳି କାର୍ଯ୍ୟକ୍ରମକୁ ଶ୍ରୀ ଲେଙ୍କା ବହୁ ପ୍ରଶଂସା କରିଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ।

ବାଲେଶ୍ବରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

ସବୁବର୍ଗ ଖବର

Leave a Reply

Your email address will not be published. Required fields are marked *